ଏବେ ବି ବିପଦସଙ୍କୁଳ ଅବସ୍ଥାରେ ହଷ୍ଟେଲ କୋଠା

ବ୍ରହ୍ମପୁର ଅଫିସ ୭ା୯-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସାବେରୀ ଛାତ୍ରୀନିବାସର ୩ ମହଲା ବିଶିଷ୍ଟ ଶୌଚାଳୟ କୋଠା ଭୁଶୁଡିବା ଘଟଣା ଏକମାସରୁ ଊର୍ଦ୍ଧ୍ୱ ବିତିଲାଣି। ତଥାପି ବିପଦସଙ୍କୁଳ ଅବସ୍ଥାରେ ଥିବା ଅନ୍ୟ ଛାତ୍ରୀନିବାସ ଓ ଛାତ୍ରାବାସ ସୁରକ୍ଷା ଦିଗରେ କର୍ତ୍ତୃପକ୍ଷ ଅବହେଳା କରୁଛନ୍ତି ା ପୁରୁଣା ତଥା ଭଗ୍ନ ଅବସ୍ଥାରେ ଥିବା ହଷ୍ଟେଲଗୁଡିକର ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖାଦେଇଛି ା
ଛାତ୍ରୀ ନିବାସ, ଛାତ୍ରାବାସର ଅନ୍ତେବାସୀମାନେ ନିଜ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ା ହଷ୍ଟେଲ ସମସ୍ୟାର ସମାଧାନ ଓ ମରାମତି ଦାବି ନେଇ ଶୁକ୍ରବାର ଛାତ୍ରୀଛାତ୍ରମାନେ ସ୍ନାତକୋତ୍ତର ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥଙ୍କୁ ଘେରାଉ କରିଛନ୍ତି। ସାବେରୀ ଛାତ୍ରୀନିବାସ ଶୌଚାଳୟ କୋଠା ଭୁଶୁଡିବା ପରେ ବି କାହିଁକି ଅନ୍ୟ ହଷ୍ଟେଲ ଭଙ୍ଗା କାନ୍ଥର ମରାମତି, କାନ୍ଥରେ ଉଠିଥିବା ଗଛ କଢ଼ାଯାଉ ନାହଁ ବୋଲି ସେମାନେ ପ୍ରଶ୍ନ କରିଥିଲେ। ହଷ୍ଟେଲ ସମସ୍ୟା ବୁଝିବାକୁ ନିୟମିତ ୱାର୍ଡେନ ପରିଦର୍ଶନରେ ଆସୁ ନ ଥିବା ମଧ୍ୟ କହିଥିଲେ। ଏଥିସହ ହଷ୍ଟେଲ ଓ ବିଭିନ୍ନ ବିଭାଗରରେ ରହିଥିବା ଶୌଚାଳୟ ନିୟମିତ ସଫେଇ ବ୍ୟବସ୍ଥା କରିବା, ବିଶୁଦ୍ଧ ପାନୀୟ ଜଳବ୍ୟବସ୍ଥା, କ୍ୟାମ୍ପସରେ ୱାଇଫାଇ ସେବା, ଏକ ବର୍ଷିଆ ପରୀକ୍ଷା କ୍ୟାଲେଣ୍ଡର ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରିବା, ପିଏଚ୍‌ଡି ଥେସିସ ଓ ନାମଲେଖା ପ୍ରକ୍ରିିୟା ପାଇଁ ଉଚ୍ଚସ୍ତରୀୟ କମିଶନ ଗଠନ କରିବା, ହଷ୍ଟେଲ ଆଲର୍ଟମେଣ୍ଟ ପ୍ରକ୍ରିିୟା ପାଇଁ ସିଙ୍ଗଲ ୱିଣ୍ଡୋ ପ୍ରକ୍ରିିୟା ଲାଗୁ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏ ନେଇ ସ୍ନାତକ ପରିଷଦ ଅଧ୍ୟକ୍ଷା ପ୍ରଫେସର ରଥଙ୍କୁ ଛାତ୍ରୀଛାତ୍ରମାନେ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ା
୭ ଦିନ ମଧ୍ୟରେ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଛାତ୍ରୀଛାତ୍ରମାନେ ଚେତାବାନୀ ଦେଇଛନ୍ତି। ତୁତୁନ ପାତ୍ର, ଆଲୋକ ନାୟକ, ହରିଶ ବେହେରା, ସତ୍ୟଜିତ ନାୟକ, ଅନନ୍ତ ପ୍ରଧାନ, ଛୋଟରାୟ ହାଂସଦା, ନବୀନ ପଣ୍ଡା, ମୁକେଶ ବିଶ୍ୱାଳ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଛାତ୍ରୀଛାତ୍ରଙ୍କ ଦାବି ସମ୍ପର୍କରେ କୁଳସଚିବ ଓ ହଷ୍ଟେଲ ୱାର୍ଡେନଙ୍କୁ ଅବଗତ କରାଇବା ସହ ୭ ଦିନ ମଧ୍ୟରେ ସମସ୍ତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ରଥ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri