ଏବେ ବି ଆକାଂକ୍ଷୀ

ସ୍ବାଧୀନତାର ୭୩ ବର୍ଷ ପରେ ବି ବଲାଙ୍ଗୀର ଜିଲା ଅନଗ୍ରସର ଜିଲା ମାନଚିତ୍ରରୁ ମୁକୁଳି ନାହିଁ। ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିକାଶ ମାନକରେ ବଲାଙ୍ଗୀର ଜିଲାର ଅନଗ୍ରସରତା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଅର୍ଥନୈତିକ ଅନଗ୍ରସରତା ଓ ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗକୁ ନେଇ ମଧ୍ୟ ଢେର୍‌ ଚର୍ଚ୍ଚା ସରଗରମ ହୋଇଛି। କେବିକେ ଅନ୍ତର୍ଗତ ଏହି ଜିଲାର ଦ୍ରୁତ ବିକାଶ ପାଇଁ ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ଏକାଧିକ ଯୋଜନା ପ୍ରଣୟନ କରି ଅନୁଦାନ ବ୍ୟବସ୍ଥା କରିଛନ୍ତି। ମାତ୍ର ଏସବୁ ସତ୍ତ୍ୱେ ବଲାଙ୍ଗୀର ଆଜି ବି ବହୁ ଦିଗରୁ ଏକ ପଛୁଆ ଓ ଅନଗ୍ରସର ଜିଲା ଭାବେ ପରିଚିତି ଲାଭ କରିଛି। ଗତ ୭୩ ବର୍ଷ ଭିତରେ ଦେଶରେ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ସତ୍ତ୍ୱେ ବଲାଙ୍ଗୀର ଜିଲାର ଭାଗ୍ୟୋଦୟ ହୋଇନାହିଁ। ପୂର୍ବ ସରକାର ଭଳି କେନ୍ଦ୍ରରେ କ୍ଷମତାସୀନ ଏବକାର ସରକାର ୨୦୧୮ ମସିହାରେ ଭାରତବର୍ଷର ୨୮ଟି ରାଜ୍ୟର ୧୧୫ଟି ଜିଲାକୁ ଆକାଂକ୍ଷୀ ଜିଲା ଭାବେ ଚିହ୍ନଟ କରିଥିଲେ। ଏହି ଆକାଂକ୍ଷୀ ଜିଲାଗୁଡ଼ିକ ଭିତରେ ବିକାଶ ଓ ଅଗ୍ରସର ହେବାର ସମସ୍ତ ଉପାଦାନ ଭରପୂର ରହିଥିବା କୁହାଯାଇଥିଲା। ଗତ ପ୍ରାୟ ଦୁଇବର୍ଷ ମଧ୍ୟରେ ନୀତି ଆୟୋଗ ପକ୍ଷରୁ ୫ଟି ମାନକରେ ଆକାଂକ୍ଷୀ ଜିଲାଗୁଡ଼ିକର ଅଗ୍ରଗତି ଓ ଉନ୍ନୟନକୁ ନେଇ ବିକାଶ ର଼୍ୟାଙ୍କ ଘୋଷଣା କରାଯାଉଛି। ସ୍ବାସ୍ଥ୍ୟ ଓ ପୁଷ୍ଟି, ଶିକ୍ଷା, କୃଷି ଓ ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଦକ୍ଷତା ବିକାଶ ଏବଂ ମୌଳିକ ଭିତ୍ତିଭୂମି ବିକାଶ ମାନକରେ ଆକାଂକ୍ଷୀ ଜିଲାଗୁଡ଼ିକର ଉନ୍ନତି ଓ ଅଗ୍ରଗତି ନିରୀକ୍ଷଣ କରାଯାଉଛି। ନୀତି ଆୟୋଗ ପକ୍ଷରୁ କିଛିଦିନ ତଳେ ଜାରି ହୋଇଥିବା ସଦ୍ୟତମ (ଡିସେମ୍ବର ୨୦୧୯) ରିପୋର୍ଟ ଅନୁସାରେ ଦେଶର ଆକାଂକ୍ଷୀ ଜିଲାମାନଙ୍କ ମୋଟାମୋଟି (ଓଭରଅଲ୍‌) ଡେଲ୍‌ଟା ର଼୍ୟାଙ୍କିଙ୍ଗରେ ଓଡ଼ିଶାର ବଲାଙ୍ଗୀର ଜିଲା ଦ୍ୱିତୀୟ ସ୍ଥାନ ହାସଲ କରିଛି। ୨୦୧୯ ଜୁଲାଇ ମାସ ର଼୍ୟାଙ୍କିଙ୍ଗ ରିପୋର୍ଟରେ ବଲାଙ୍ଗୀର ଜିଲା ପ୍ରଥମଥର ଦ୍ୱିତୀୟ ସ୍ଥାନ ଅଧିକାର କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ଗତ ୬ ମାସ ମଧ୍ୟରେ ନୀତି ଆୟୋଗର ସଦ୍ୟତମ ରିପୋର୍ଟରେ ଆକାଂକ୍ଷୀ ଜିଲା ତାଲିକାରେ ବଲାଙ୍ଗୀର ପୁଣି ଥରେ ସେହି ସଫଳତା ଦୋହରାଇ ଦ୍ୱିତୀୟ ସ୍ଥାନ ବଜାୟ ରଖିବା ନିଶ୍ଚିତ ରୂପେ ଖୁସିର କଥା। ସ୍ବାସ୍ଥ୍ୟ ଓ ପୁଷ୍ଟି ଭଳି କୃଷି ଏବଂ ଜଳସମ୍ପଦ ମାନକରେ ବଲାଙ୍ଗୀର ଜିଲା ସମଗ୍ର ଦେଶର ଆକାଂକ୍ଷୀ ଜିଲାଗୁଡ଼ିକରେ ନବମ ସ୍ଥାନରେ ରହିଥିବାବେଳେ ଶିକ୍ଷା ମାନକରେ ୧୮ ନମ୍ବରରେ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଦକ୍ଷତା ବିକାଶ ମାନକରେ ୨୫ ନମ୍ବର ଏବଂ ମୌଳିକ ଭିତ୍ତିଭୂମି ବିକାଶ ମାନକରେ ୧୨ ନମ୍ବର ସ୍ଥାନରେ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ନୀତି ଆୟୋଗର ଏହି ରିପୋର୍ଟକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପରିବେଷଣ ପରେ ଜିଲାର ବୁଦ୍ଧିଜୀବୀମାନେ ଚିନ୍ତାରେ ପଡ଼ିଛନ୍ତି। ଉପରୋକ୍ତ ଘୋଷିତ କ୍ଷେତ୍ରଗୁଡ଼ିକର ବାସ୍ତବ ଚିତ୍ର ଓ ଆକାଂକ୍ଷୀ ଜିଲାର ଡେଲ୍‌ଟା ର଼୍ୟାଙ୍କିଙ୍ଗ ରିପୋର୍ଟକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏନେଇ ବିଭିନ୍ନ ମହଲରେ ପ୍ରଶ୍ନ ମଧ୍ୟ ଉଠିଛି। ଜିଲା ବାସ୍ତବରେ ଅଗ୍ରଗତି କରୁଛି ନା ପୂର୍ବର ବହୁ ଯୁଗାନ୍ତକାରୀ ଯୋଜନା ଭଳି ଏବକାର ଆକାଂକ୍ଷୀ ମଧ୍ୟ ଏକ ପ୍ରହେଳିକା। ବିକାଶ ମାନକକୁ ନେଇ ଦ୍ୱନ୍ଦ୍ୱ ଦୂର କରିବା ଓ ଯୋଜନାର ବାସ୍ତବ ରୂପାୟନ ଜିଲାବାସୀ ହୃଦୟଙ୍ଗମ କରି ସୁଫଳ ପାଇବା ବାସ୍ତବରେ ସବୁଠୁ ବଡ଼ ଆହ୍ବାନ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri