ଏବେବି ଆର୍‌ଟିଓରେ ଆବେଦନକାରୀଙ୍କ ଭିଡ଼

ଭଦ୍ରକ ଅଫିସ,୧୨।୩-ଏବେ ସବୁଠି ମୋଟରଯାନ ଆଇନ କଡ଼ାକଡ଼ି। ନିୟମ ଉଲ୍ଲଂଘନ କଲେ ଗଣିବାକୁ ପଡୁଛି ଜରିମାନା। ଏଥିସହ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଉଛି। ଏହି ଆଇନ କଡ଼ାକଡ଼ି ହେବା ପରଠାରୁ ଫେବୃୟାରୀ ଶେଷ ସୁଦ୍ଧା ଭଦ୍ରକ ପରିବହନ ଅଧିକାରୀଙ୍କ ଦ୍ୱାରା ୨୪୩ ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଥିବାବେଳେ ୧ କୋଟି ୫୦ ଲକ୍ଷ ୧୫ ହଜାର ୪୧୭ ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ମାର୍ଚ୍ଚ ପହିଲାରୁ ରାଜ୍ୟ ସରକାର ମୋଟରଯାନ ଆଇନ କଡ଼ାକଡ଼ି କରିଥିବାବେଳେ ଜିଲାର ବିଭିନ୍ନ ଛକରେ ଆର୍‌ଟିଓ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏହି କଟକଣା ଜାରି ହେବା ପରେ ଡ୍ରାଇଭିଂ, ଲର୍ଣ୍ଣିଂ ଲାଇସେନ୍ସ, ଗାଡ଼ିର କାଗଜପତ୍ର ଓ ରେଜିଷ୍ଟ୍ରେଶନ ପାଇଁ ଲୋକେ ଆର୍‌ଟିଓରେ ଭିଡ଼ ଜମାଇଥିଲେ। ଏବେ ବି ଏହି କାର୍ଯ୍ୟାଳୟରେ ଆବେଦନକାରୀଙ୍କ ଭିଡ଼ ଲାଗିରହିଛି।
ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯ ସେପ୍ଟେମ୍ବର ୧ରୁ ଗତ ଫେବୃୟାରୀ
୨୮ ମଧ୍ୟରେ ଲର୍ଣ୍ଣିଂ ଲାଇସେନ୍ସ ୬,୨୭୯, ଡ୍ରାଇଭିଂ ଲାଇସେନ୍ସ ୫,୦୯୪, ପ୍ରଦୂଷଣ ସାର୍ଟିଫିକେଟ୍‌ ୩,୯୯୨ ଓ ରେଜିଷ୍ଟ୍ରେଶନ ନବୀକରଣ ୬୨ ଜଣ କରିଥିଲେ। ଫେବୃୟାରୀ ୨୭ ପର୍ଯ୍ୟନ୍ତ ୪୬,୭୪୨ ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଦିଆଯାଇଥିବାବେଳେ ଡ୍ରାଇଭିଂ ଲାଇସେନ୍ସ ୧୫,୫୫୦ ଓ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ୧ ଲକ୍ଷ ୨୧ ହଜାର ୪୭ ଜଣଙ୍କୁ ପ୍ରଦାନ କରାଯାଇଛି। ୫୫୩ଟି ରେଜିଷ୍ଟ୍ରେଶନ ନବୀକରଣ କରାଯାଇଛି। ତଥାପି ଜିଲାରେ ଆହୁରି ଅନେକ ଆବେଦନକାରୀ ରହିଯାଇଛନ୍ତି। ଗତ ୧ ତାରିଖଠାରୁ ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆବେଦନକାରୀଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଅପରପକ୍ଷେ ଆର୍‌ଟିଓ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଉଥିବାରୁ ଜିଲାରେ ବହୁ ବାଇକ୍‌ ଚାଳକ ଅଫିସ୍‌ ଓ ମାର୍କେଟ୍‌ ଆସିବାବେଳେ ଗାଡ଼ି ନ ଆଣି ବସ୍‌ରେ ଆସୁଥିବା କହିଛନ୍ତି। ଅନେକ ଅଟୋ ଚାଳକ ଷ୍ଟାଣ୍ଡକୁ ନିଜର ଗାଡ଼ି ନେଉନାହାନ୍ତି। କିଛିଦିନ ହେଲା ଷ୍ଟାଣ୍ଡରେ ଅଟୋ ସଂଖ୍ୟା କମିଯାଇଥିବାବେଳେ ବାଇକ୍‌ ସଂଖ୍ୟା ମଧ୍ୟ ସହରରେ ଅଧିକ ଦେଖିବାକୁ ମିଳି ନ ଥିଲା। ସରକାରଙ୍କ ଏହି ନିୟମ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିବାବେଳେ ଏହାକୁ କଡ଼ାକଡ଼ି କରିବା ଘଟଣାକୁ ଲୋକେ ନାପସନ୍ଦ କରିଛନ୍ତି। ଆଇନ ପାଳନ କରିବା ଓ ଆର୍‌ଟିଓ ଆଇନକୁ ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ଆହୁରି ସଚେତନ କରିବାର ଆବଶ୍ୟକତା ରହିଛି ବୋଲି କେତେଜଣ ବାଇକ୍‌ ଚାଳକ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଲାଇସେନ୍ସ ପାଇଁ ପ୍ରତି ବ୍ଲକରେ ଅଫିସ୍‌ ଖୋଲାଯାଉ ବୋଲି ଭଦ୍ରକର ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ବହୁ ବାଇକ୍‌ ଚାଳକ ଦାବି ଉଠାଇଛନ୍ତି। ଅନେକ ଅଟୋ ଚାଳକଙ୍କର କାଗଜପତ୍ର ଠିକ୍‌ ନ ଥିବାରୁ ସେମାନେ ଗାଡ଼ି ନେଇ ସହରକୁ ଆସୁନାହାନ୍ତି। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଏ ସମ୍ପର୍କରେ ଜିଲା ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀଙ୍କୁ ପଚାରିବାରୁ କହିଛନ୍ତି, ସୀମିତ କର୍ମଚାରୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ଏପଟେ ଅଫିସରେ ଲୋକଙ୍କ ଆବେଦନ ଗ୍ରହଣ କରାଯାଉଛି ଓ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟ କରି ପ୍ରଦାନ କରାଯାଉଛି। ଆବଶ୍ୟକ ପଡ଼ିଲେ ଛୁଟିଦିନରେ ମଧ୍ୟ କାର୍ଯ୍ୟାଳୟ ଖୋଲାଯାଇ ଲୋକଙ୍କ କାମ କରାଯାଉଛି। ଅଧିକ କର୍ମଚାରୀ ଥିଲେ ବ୍ଲକସ୍ତରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥାନ୍ତା। ସୀମିତ କର୍ମଚାରୀ କାରଣରୁ କ୍ୟାମ୍ପ କରିବା ଅସମ୍ଭବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri