Posted inଖେଳ

ଏଫ୍‌ସି ଗୋଆ ସହ ଚୁକ୍ତି କଲେ ତ୍ଲାଙ୍ଗ୍‌

ଗୋଆ, ୨।୬-ମେଘାଳୟ ଶିଲଂର ରିଡିମ ତ୍ଲାଙ୍ଗ୍‌ ଇଣ୍ଡିଆନ ସୁପରଲିଗ୍‌ର (ଆଇଏସ୍‌ଏଲ୍‌) ଏଫ୍‌ସି ଗୋଆ କ୍ଲବ ସହିତ ଚୁକ୍ତିବଦ୍ଧ ହୋଇଛନ୍ତି। ଫଳରେ ୨୫ ବର୍ଷୀୟ ତ୍ଲାଙ୍ଗ୍‌ ଆଗାମୀ ଆଇଏଓଏଲ୍‌ ସିଜନରେ କମଳା ରଙ୍ଗର ଜର୍ସିରେ ନଜରକୁ ଆସିବେ। ସେହିପରି ଗୋଆର ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଅଭିଯାନରେ ମଧ୍ୟ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ”ଆମେ ତ୍ଲାଙ୍ଗ୍‌ଙ୍କ ଉପରେ ନଜର ରଖି ଆସୁଥିଲୁ। ସେ ନର୍ଥଇଷ୍ଟ ୟୁନାଇଟେଡ ପକ୍ଷରୁ ଗତ ୨ ସିଜନ ଧରି ଆଇଏସଏଲରେ ପ୍ରଭାବୀ ପ୍ରଦର୍ଶନ କରି ଆସୁଥିଲେ। ତାଙ୍କ ବେଗ ଏବଂ ଦକ୍ଷତା ନିଶ୍ଚିତଭାବେ ଆମ ଦଳକୁ ଫାଇଦାରେ ରଖିବ“ ବୋଲି ଏଫସି ଗୋଆ ସଭାପତି ଅକ୍ଷୟ ଟଣ୍ଡନ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଗୋଆ ଦଳରେ ଯୋଗ ଦେଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ତ୍ଲାଙ୍ଗ୍‌ କହିଛନ୍ତି। ”ମୁଁ ସୁଯୋଗ ପାଇଲେ ଏଫସି ଗୋଆ ଖେଳ ଦେଖିଥାଏ। ମୁଁ ଏବେ ନିଜେ ‘ଗୌର’ ବାହିନୀର ସଦସ୍ୟ ହେବା ଜୀବନର ଅନ୍ୟତମ ଶ୍ରେଷ୍ଠ କ୍ଷଣ ବୋଲି ଭାବୁଛି। ନର୍ଥଇଷ୍ଟ ୟୁନାଇଟେଡ ସହିତ ମୁଁ ଖେଳକୁ ଉପଭୋଗ କରିଛି। ଏଠାରେ ମୁଁ ଉଚ୍ଚସ୍ତରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସୁଯୋଗ ପାଇବି। ଏହା ମୋ ପାଇଁ ସମ୍ମାନ ସଦୃଶ। ଭାବପ୍ରବଣ ଗୋଆ ସମର୍ଥକଙ୍କ ସମ୍ମୁଖରେ ଏବଂ ଭାରତୀୟ ଦଳର କେତେଜଣ ଶ୍ରେଷ୍ଠ ଖେଳାଳିଙ୍କ ସହ ଖେଳିବା ଅନନ୍ୟ ଅନୁଭୂତି ଆଣିବ“ ବୋଲି ତ୍ଲାଙ୍ଗ୍‌ କହିଛନ୍ତି। ୨୦୧୩ରେ ଶିଲଂଲାଜଂ ପକ୍ଷରୁ ଆଇ-ଲିଗ୍‌ ପଦାର୍ପଣ କରିଥିଲେ ଆଇ-ଲିଗ୍‌ରେ। ୨୦୧୮ରେ ସେ ନର୍ଥଇଷ୍ଟ ୟୁନାଇଟେଡ ସହିତ ଯୋଗ ଦେଇଥିଲେ। ତାଙ୍କ ଉପସ୍ଥିତିରେ ଦଳର ସନ୍ତୁଳନ ବଢ଼ିଆ ରହିଥିଲା। ଫଳରେ ଏହି ଦଳ ପ୍ରଥମଥରପାଇଁ ୨୦୧୮-୧୯ ସିଜନରେ ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା। ଗତ ମାସରେ ସ୍ପେନର ଜୁଆନ ଫେରାଣ୍ଡୋଙ୍କୁ ଏଫସି ଗୋଆର ମୁଖ୍ୟ କୋଚ୍‌ ନିଯୁକ୍ତ କରାଯାଇଥିଲା। ସେ ତ୍ଲାଙ୍ଗ୍‌ ଙ୍କୁ ଆଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏଫସି ଗୋଆ ଏଏଫସି ଚାମ୍ପିୟନ୍ସ ଲିଗ୍‌ ଗ୍ରୁପ ପର୍ଯ୍ୟାୟରେ ପ୍ରଥମଥରପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବାବେଳେ ତ୍ଲାଙ୍ଗ୍‌ କୋଚ୍‌ଙ୍କ ରଣନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…

ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର

ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri