ଏଫ୍‌ଇଏସ୍‌ ଦେଲା ସୁରକ୍ଷା ସାମଗ୍ରୀ

ଅନୁଗୋଳ ଅଫିସ, ୨୮।୪

କରୋନା ବିରୋଧୀ ସଂଗ୍ରାମରେ ପ୍ରମୁଖ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗର ହାତ ବଢ଼ାଇଛି ଅନୁଗୋଳ ଜିଲାର ଫାଉଣ୍ଡେଶନ ଫର୍‌ ଇକୋଲୋଜିକାଲ ସିକ୍ୟୁରିଟି (ଏଫ୍‌ଇଏସ୍‌)। ସୋମବାର ଅନୁଷ୍ଠାନ ପକ୍ଷରୁ ୨୫୦ଟି ବ୍ୟକ୍ତିଗତ ସୁରକ୍ଷା କିଟ୍‌ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି, ଏଡିଏମ୍‌ ତପନ ଶତପଥୀ ଓ ସନ୍ତୋଷ କୁମାର ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରତାପ ପ୍ରଧାନ, ଜିଲା ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରଦୋଶ ଶତପଥୀ ପ୍ରମୁଖଙ୍କ ଉପସ୍ଥିତିରେ ଜିଲା କାର୍ଯ୍ୟାଳୟ ଠାରେ ଏଫ୍‌ଇଏସ୍‌ର ଟିମ୍‌ ଲିଡର ସ୍ବପ୍ନା ଷଡ଼ଙ୍ଗୀ ସମସ୍ତ ସୁରକ୍ଷା କିଟ୍‌ ଜିଲା ପ୍ରଶାସନକୁ ପ୍ରଦାନ କରିଥିଲେ। ଏଥିସହିତ ପଞ୍ଚାୟତସ୍ତରରେ ସଙ୍ଗରୋଧ ଗୃହ ଗୁଡ଼ିକର ପରିଚାଳନା ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନଙ୍କ ପାଇଁ ୬୫୦୦ ମାସ୍କ ଓ ୩୦୦ ସାନିଟାଇଜର ମଧ୍ୟ ଜିଲା ପ୍ରଶାସନଙ୍କୁ ଯୋଗାଇ ଦିଆଯାଇଥିଲା। ଏହା ପୂର୍ବରୁ ଏଫ୍‌ଇଏସ୍‌ ପକ୍ଷରୁ ଅନୁଗୋଳ ମ୍ୟୁନିସିପାଲିଟିର ସମସ୍ତ ସଫେଇ କର୍ମଚାରୀଙ୍କୁ ମାସ୍କ, ଗ୍ଲୋବ୍‌ସ ଓ ସାନିଟାଇଜର ଦିଆଯାଇଥିବାବେଳେ ସହରାଞ୍ଚଳର ଗରିବ ପରିବାରକୁ ସପ୍ତାହ ଚଳିବା ପାଇଁ ରାଶନ ଓ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଉଛି। ଏଫ୍‌ଇଏସ୍‌ର ରଞ୍ଜନ କୁମାର ଧୀରସାମନ୍ତ, ମାୟାଧର ମିଶ୍ର ଓ ଦ୍ରୋଣ ଚନ୍ଦ୍ରାକାର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ଯାଏ ଏହି ରାଶି ପାଇଁ କାଳ? ପିଛା ଛାଡିବେ ନାହିଁ ଶନି, ପଡିବ ଖରାପ ପ୍ରଭାବ…

ଭୁବନେଶ୍ୱର,୧୧ା୧୨:ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି  ଏନେଇ ବିଭିନ୍ନ ଜ୍ୟୋତିଷ ବିସାରଦ ବିଭିନ୍ନ ଗ୍ରହ ନକ୍ଷତ୍ରର ଚାଲିକୁ ଦେଖି ନୂଆ ବର୍ଷର ଭବିଷ୍ୟବାଣୀ କରିବା ଜାରି ରଖିଛନ୍ତି  ଏହାରି ମଧ୍ୟରେ ଶନିଙ୍କ ଚାଲି ଯୋଗୁଁ ନୂଆ ବର୍ଷରେ ଉପୁଜିବାକୁ ଥିବା ବିପଦ ପ୍ରାୟ ସମସ୍ତ ରାଶିର ବ୍ୟକ୍ତି ବିସେଷଙ୍କ ଧ୍ୟାନ ଆକର୍ଷଣ କରିଛି । ଜ୍ୟୋତିଷ ଗଣନା ଅନୁସାରେ ୨୦୨୬ ମସିହାରେ ଶନିଙ୍କର କୈଣସି ଗୋଚର ଚାଲି ନାହିଁ । ଏଣୁ ୨୦୨୫ ଭଳି ୨୦୨୬ରେ ମଧ୍ୟ ମେଷ, କୁମ୍ଭ ଓ ମୀନ ରାଶିରେ ଶନିଙ୍କ ସାଢେ ସାତ ଚାଲି ଜାରି ରହିବ । ଏହି ସାଢେ ସାତ ଚାଲିର ପ୍ରଥମ ସୋପାନ ମେଷ ରାଶିରେ, ତୃତୀୟ ସୋପାନ କୁମ୍ଭ ରାଶିରେ ଓ ଦ୍ୱିତୀୟ ସୋପାନ ମୀନ ରାଶିରେ ସଂଗଠିତ ହେବାକୁ ଯାଉଛି । 

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ

ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri