Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ: ନେଦରଲାଣ୍ଡ୍ସକୁ ହରାଇଲା ଭାରତ

ଭୁବନେଶ୍ୱର,୧୯।୧(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ ଲିଗ୍‌ରେ ଘରୋଇ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଭାରତ ୫-୨ ଗୋଲରେ ଶକ୍ତିଶାଳୀ ନେଦରଲାଣ୍ଡ୍ସକୁ ହରାଇଛି। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ପ୍ରଭାବ ବିସ୍ତାର କରି ଖେଳିଥିଲେ। ଚଳିତ ଲିଗ୍‌ର ଦ୍ୱିତୀୟ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ରବିବାର ଏହି ଦୁଇ ଦଳ ମଧ୍ୟରେ ଖେଳାଯିବ।
ଅରମ୍ଭ କଲେ ରୂପିନ୍ଦର
ମ୍ୟାଚ ଆରମ୍ଭ ହେବା ମାତ୍ରେ ଭାରତୀୟ ଖେଳାଳିମାନେ ବିଜୁଳି ବେଗରେ ବଲ୍‌ ନେଇ ନେଦରଲାଣ୍ଡ ଗୋଲପୋଷ୍ଟ ଡି’ ଏରିଆରେ ପ୍ରବେଶ କରିିଥିଲେ। କେବଳ ସେତିକି ନୁହେଁ ୧୩ତମ ସେକେଣ୍ଡରେ ଗୋଲ ଦେଇ ଗୁରଜାନ୍ତ ସିଂ ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରି ଦେଇଥିଲେ। ଏହି ଗୋଲ ଭାରତୀୟ ଖେଳାଳିଙ୍କ ମନୋବଳ ବହୁ ପରିମାଣରେ ବଢ଼ାଇ ଦେଇଥିଲା। ତା’ର ଫଳ ମଧ୍ୟ ପ୍ରଥମ କ୍ବାର୍ଟରରେ ମିଳିଥିଲା। ୧୨ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ରୂପିନ୍ଦରପାଲ ସିଂ ଭାରତର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ।
ନେଦରଲାଣ୍ଡ୍ସର ପ୍ରତ୍ୟାବର୍ତ୍ତନ
ନେଦରଲାଣ୍ଡ୍ସ କିନ୍ତୁ ସହଜରେ ବାଟ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲା। ପ୍ରଥମ କ୍ବାର୍ଟର ଶେଷ ଭାଗରେ ଅର୍ଥାତ୍‌ ମ୍ୟାଚର ୧୪ତମ ମିନିଟରେ ଦଳ ଏକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିବାବେଳେ ଜିପ୍‌ ଜାନସେନ ତାହାକୁ ଗୋଲରେ ପରିଣତ କରି ଗୋଲ ବ୍ୟବଧାନକୁ ହ୍ରାସ କରିଥିଲେ। ଦ୍ୱିତୀୟ କ୍ବାର୍ଟରରେ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏକାଧିକ ଥର ପେନାଲ୍ଡି କର୍ନର ଏବଂ ଫିଲ୍ଡ ଗୋଲ ସୁଯୋଗ ସୃଷ୍ଟି ହୋଇଥିଲା। ଏହି କ୍ବାର୍ଟରର ଶେଷ ପର୍ଯ୍ୟାରେ ୨୮ତମ ମିନିଟରେ ଜେରୋନ ହର୍ଜବର୍ଜର ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ନେଇ ଆସିଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ମ୍ୟାଚ ୨-୨ ଗୋଲରେ ବରାବର ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ଭାରତ ପ୍ରଭାବୀ
ଘରୋଇ ପରିବେଶ, ଟର୍ଫ ଏବଂ ଦର୍ଶକଙ୍କ ସମର୍ଥରେ ଭାରତ ଦ୍ୱିତୀୟାର୍ଦ୍ଧରେ ଚମତ୍କାର ଖେଳିଥିଲା। ତୃତୀୟ କ୍ବାର୍ଟର ଆରମ୍ଭରୁ ଦଳ ଆକ୍ରମଣାତ୍ମକ ରଣନୀତିରେ ଖେଳିଥିଲା। ୩୪ତମ ମିନିଟରେ ମନଦୀପ ସିଂ ଏକାକୀ ବଲ୍‌କୁ ଆଗେଇ ନେଇ ନେଦରଲାଣ୍ଡ୍ସ ଡିଫେନ୍ସ ବିଭାଗ ଓ ଗୋଲକିପରଙ୍କୁ ଚକ୍‌ମା ଦେଇ ଗୋଲ ସ୍କୋର କରିଥିଲେ। ଫଳରେ ଭାରତ ପୁଣି ଅଗ୍ରଣୀଲାଭ କରିଥିଲା। ଏହାର ୨ ମିନିଟ ପରେ ଲଳିତ ଉପାଧ୍ୟାୟ ଆାଉ ଏକ ଫିଲ୍ଡ ଗୋଲ ଦେଇ ଘରୋଇ ଦଳର ସ୍ଥିତିକୁ ଦୃଢ଼ କରିଥିଲେ। ତୃତୀୟ କ୍ବାର୍ଟର ଶେଷ ବେଳକୁ ଭାରତର ଅଗ୍ରଣୀ ବ୍ୟବଧାନ ୪-୨ରେ ପହଞ୍ଚତ୍ଥିଲା। ୪ର୍ଥ ତଥା ଅନ୍ତିମ କ୍ବାର୍ଟର ଆରମ୍ଭ କ୍ଷଣି ଭାରତ ଏକ ପେନାଲ୍ଟି କର୍ନର ପାଇଥିଲା। ରୂପିନ୍ଦର ତାହାକୁ ଗୋଲରେ ପରିଣତ କରି ନେଦରଲାଣ୍ଡ ଉପରେ ଚାପକୁ ବଢ଼ାଇ ଦେଇଥିଲେ। ବିଶ୍ୱର ୩ ନମ୍ବର ଦଳ ନେଦରଲାଣ୍ଡ୍ସ ପ୍ରତ୍ୟାବର୍ତ୍ତନ ପାଇଁ ଆପ୍ରାଣ ଉଦ୍ୟମ କରିଥିଲା। ଦଳ ଏକାଧିକ ପେନାଲ୍ଟି କର୍ନର ସୁଯୋଗ ମଧ୍ୟ ସୃଷ୍ଟି କରିଥିଲା। ମାତ୍ର ଫିନିଶିଂ ଭଲ ହୋଇ ନ ଥିଲା। ଫଳରେ ଭାରତ ୫-୨ ଗୋଲରେ ବିଜୟୀ ହୋଇଥିଲା।
ଭାରତ ୭, ନେଦରଲାଣ୍ଡ୍ସ ୧୦
ମ୍ୟାଚରେ ଭାରତ ୭ଟି ଏବଂ ନେଦରଲାଣ୍ଡ୍ସ ୧୦ଟି ପେନଲ୍ଟି କର୍ନର ପାଇଥିଲା। ଏଥିରୁ ଭାରତ ୨ଟି ଏବଂ ନେଦରଲାଣ୍ଡ୍ସ ମାତ୍ର ଗୋଟିଏ ଗୋଲ ଦେଇଥିଲା। ତେଣୁ ଉଭୟ ଦଳ ପେନାଲ୍ଟି କର୍ନରରୁ ଯେପରି ସଫଳତା ପାଇବା କଥା ପାଇନାହାନ୍ତି। ବିଶେଷ କରି ହକି ବିଶ୍ୱକପ ରନର୍ସଅପ୍‌ ନେଦରଲାଣ୍ଡ୍ସର ପେନାଲ୍ଟି କର୍ନର କନଭର୍ସନ ବିଫଳତା କୋଚ୍‌ଙ୍କୁ ଚିନ୍ତିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri