Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ପୋଲାଣ୍ଡକୁ ହରାଇ ଭାରତ ସେମିର ନିକଟତର

ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୩-୧ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି। ଫଳରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ଭାରତ ସେମିଫାଇନାଲର ନିକଟତର ହୋଇଛି। ପ୍ରଥମ ମ୍ୟାଚରେ ମନପ୍ରୀତ ସିଂଙ୍କ ଦଳ ୧୦-୦ଗୋଲରେ ରୁଷିଆକୁ ପରାସ୍ତ କରିଥିଲା। ପୁଲ୍‌‘ଏ’ରେ ୬ ପଏଣ୍ଟ ସହିତ ଭାରତ ଶୀର୍ଷସ୍ଥାନ ଅଧିକାର କରିଥିବାବେଳେ ପୋଲାଣ୍ଡ ଓ ରୁଷିଆ ୨ଟି ଲେଖାଏ ମ୍ୟାଚ ଖେଳି ୩ ପଏଣ୍ଟ ଲେଖାଏ ପାଇଛନ୍ତି। ଭାରତ ୧୦ ତାରିଖରେ ଏହାର ଶେଷ ଲିଗ୍‌ ମ୍ୟାଚରେ ଉଜ୍‌ବେକିସ୍ତାନକୁ ଭେଟିବ। ୯ ତାରିଖରେ ପୋଲାଣ୍ଡ ଓ ରୁଷିଆ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ ପରେ ପୁଲ୍‌‘ଏ’ର ସେମିଫାଇନାଲ ସ୍ଥିତି ସ୍ପଷ୍ଟ ହୋଇଯିବ। ଡବଲ ଗୋଲ ଦେଇ ଭାରତ ବିପକ୍ଷରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମନପ୍ରୀତ ସାମାଜିକ ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କଠାରୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଗ୍ରହଣ କରିଥିଲେ। ଆରମ୍ଭରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ।
ମ୍ୟାଚ ଆରମ୍ଭ ହେବାକ୍ଷଣି ଆକ୍ରମଣାତ୍ମକ ଖେଳି ଭାରତ ଉପରେ ଚାପ ପକାଇଥିଲା ପୋଲାଣ୍ଡ। ଫଳରେ ପ୍ରଥମ ମିନିଟରେ ହିଁ ଦଳ ପେନାଲ୍ଡି କର୍ନର ସୁଯୋଗ ସୃଷ୍ଟି କରିଥିଲା। ତେବେ ଗୋଲ ଦେବାରେ ଦଳ ସଫଳ ହୋଇ ନ ଥିଲା। ବିଶ୍ୱର ୫(ଭାରତ) ଓ ୨୧(ପୋଲାଣ୍ଡ) ର଼୍ୟାଙ୍କ୍‌ଧାରୀ ଦଳ ମଧ୍ୟରେ ପ୍ରଥମ କ୍ବାର୍ଟରରେ ଖେଳ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଆକ୍ରମଣାତ୍ମକ ରଣନୀତିରେ ଖେଳିଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଦ୍ୱିତୀୟ କ୍ବାର୍ଟର ଆରମ୍ଭରେ ଉଭୟ ଦଳ ଅଗ୍ରଣୀ ନେବାପାଇଁ ଆକ୍ରମଣକୁ ଜୋରଦାର କରିଥିଲେ। ୨୦ ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସ ମାରିଥିବା ଶଟ୍‌କୁ ପୋଲାଣ୍ଡ ଡିଫେଣ୍ଡର ଅଟକାଇ ଦେବାରେ ସକ୍ଷମ ହୋଇଥିଲେ। ଏହାର ୧ ମିନିଟ ପରେ ଭାରତକୁ ଆଉ ଏକ ପେନାଲ୍ଟି କର୍ନର ମିଳିଥିଲା। ୨୧ତମ ମିନିଟରେ ଅଧିନାୟକ ମନପ୍ରୀତ ସିଂ ଏହାକୁ ଗୋଲରେ ପରିଣତ କରି ଘରୋଇ ଦଳକୁ ଅଗ୍ରଣୀ ଦେଇଥିଲେ। ୨୩ତମ ମିନିଟରେ ଭାରତ ଏକ ପେନାଲ୍ଟି କର୍ନର ମିସ୍‌ କରିଥିଲା। ୨୫ତମ ମିନିଟରେ ଭାରତୀୟ ରକ୍ଷଣଭାଗରେ ବଡ଼ ଗ୍ୟାପ୍‌ର ସୁଯୋଗ ନେଇ ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲା ପୋଲାଣ୍ଡ। ୨୫ତମ ମିନିଟରେ ମାଟେଉଜ୍‌ ହୁଲ୍‌ବୋଜ୍‌ ଗୋଲ ପରିଶୋଧ କରିବାରୁ ମ୍ୟାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ମାତ୍ର ଏହାର ୧ ମିନିଟ ପରେ ଭାରତ ପୁଣି ଅଗ୍ରଣୀ ହାସଲ କରିଥିଲା। ପୋଲାଣ୍ଡ ‘ଡି’ ଏରିଆ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ମନପ୍ରୀତ ସିମରନଜିତ ସିଂଙ୍କ ନିକଟକୁ ବଲ୍‌ ବଢ଼ାଇ ଦେଇଥିଲେ। ସିମରନଜିତ ଗୋଲ ଦେବାର ସୁଯୋଗ ନ ପାଇବାରୁ ବଲ୍‌କୁ ପୁଣି ମନପ୍ରୀତଙ୍କ ନିକଟକୁ ପାସ୍‌ ଦେଇଥିଲେ। ମନପ୍ରୀତ ତତ୍‌କ୍ଷଣାତ ଏହାକୁ ପୋଲାଣ୍ଡ ଗୋଲପୋଷ୍ଟ ଭିତରକୁ ପଠାଇ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୨-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଭାରତର ଆକ୍ରମଣାତ୍ମକ ରଣନୀତି ଅପରିବର୍ତ୍ତିତ ରହିଥିଲା। ୩୬ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଚମତ୍କାର ଡ୍ରାଗ୍‌ଫ୍ଲିକ୍‌ ମାଧ୍ୟମରେ ଗୋଲରେ ପରିଣତ କର ହରମନପ୍ରୀତ ସିଂ ଭାରତର ଅଗ୍ରଣୀ ବ୍ୟବଧାନକୁ ୩-୧ରେ ପହଞ୍ଚାଇ ଦେଇଥିଲେ। ମ୍ୟାଚକୁ ପ୍ରତ୍ୟାବର୍ତ୍ତନ ପାଇଁ ପୋଲାଣ୍ଡ ଜୋରଦାର ଉଦ୍ୟମ କରିଥିଲା। ୪୦ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନର ମିସ୍‌ ହୋଇଥିଲା। ଅବଶିଷ୍ଟ ୨୦ ମିନିଟ ଖେଳ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ତା’ର ସଦୁପଯୋଗ କରିପାରି ନ ଥିଲେ। ରେଫରିଙ୍କ ଶେଷ ହ୍ବିସିଲ ବାଜିବାକ୍ଷଣି ଭାରତୀୟ ଖେଳାଳିମାନେ ପଡ଼ିଆ ଚତୁର୍ଦ୍ଦିଗ ପରିକ୍ରମା କରି ଦର୍ଶକଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri