Posted inଖେଳ

ଏଫଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ:  ଭାରତୀୟ ମହିଳା ଦଳର ଦମଦାର ବିଜୟ

ଭୁବନେଶ୍ୱର, ୧\୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍ଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ ହକିର ମହିଳା ବିଭାଗ ମ୍ୟାଚରେ ଭାରତ ୫-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି ଫଳରେ ଭାରତର ଅଲିମ୍ପିକ୍ସ ଯୋଗ୍ୟତା ସମ୍ଭାବନା ଦୃଢ଼ୀଭୂତ ହୋଇଛି କ୍ବାଲିଫାୟର୍ସର ଦ୍ୱିତୀୟ ମ୍ୟାଚ ଶନିବାର ଅନୁଷ୍ଠିତ ହେବ ଏହି ମ୍ୟାଚର ଫଳାଫଳ ଭିତ୍ତିରେ କେଉଁ ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ ତାହା ସ୍ଥିର ହେବ ଆଗାମୀ ମ୍ୟାଚରେ ଯଦି ଆମେରିକା ସମାନ ବ୍ୟବଧାନରେ ବିଜୟୀ ହୁଏ ତେବେ ଅଲିମ୍ପିକ୍ସ ଟିକେଟ ପାଇଁ ପେନାଲ୍ଟି ଶୁଟ୍ ଆଉଟର ସହାୟତା ନିଆଯିବ ପୂରା ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ ସହ ଦଳକୁ ଠିକ୍ଭାବେ ପରିଚାଳିତ କରିଥିବାରୁ ଭାରତୀୟ ଅଧିନାୟିକା ରାଣୀ ରାମପାଲ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଅତିଥିଭାବେ ଯୋଗଦେଇ ରାଣୀଙ୍କୁ ପୁରସ୍କୃତ କରିଥିଲେ
ଲିଲିମାଙ୍କଠାରୁ ଆରମ୍ଭ
ବିଶ୍ୱ ର୍ୟାଙ୍କିଙ୍ଗ୍ରେ ଭାରତ ୯ମ ଓ ଆମେରିକା ୧୩ତମ ସ୍ଥାନରେ ରହିଛି ର୍ୟାଙ୍କିଙ୍ଗ୍ରେ ନିମ୍ନରେ ଥିଲେ ହେଁ ଆମେରିକା ନିକଟ ଅତୀତରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଥିଲା ମାତ୍ର କଳିଙ୍ଗ ଷ୍ଟାଡିୟମର ଓଡ଼ିଆ ଦର୍ଶକଙ୍କ ସମର୍ଥନରେ ଭାରତୀୟ ଦଳ ଆରମ୍ଭରୁ ଉତ୍ସାହୀ ପ୍ରଦର୍ଶନ କରିଥିଲା ପ୍ରଥମ କ୍ବାର୍ଟରର ୧୫ ମିନିଟ ଖେଳ ବେଶ୍ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା ଉଭୟ ଦଳଳର ପ୍ରଦର୍ଶନ ପ୍ରାୟତଃ ସମାନ ରହିଥିଲା ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିଲେ ହେଁ ଏହି କ୍ବାର୍ଟରରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ ଦ୍ୱିତୀୟ କ୍ବାର୍ଟର ଆରମ୍ଭ ମଧ୍ୟ ଦର୍ଶନୀୟ ଥିଲା ୨୦ତମ ମିନିଟରେ ଆମେରିକାକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା ତାହା ବିଫଳ ହୋଇଥିବବେଳେ ୨୧ତମ ମିନିଟରେ ମଧ୍ୟ ଭାରତ ଏହାର ପ୍ରଥମ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିପାରି ନଥିଲା ୨୬ତମ ମିନିଟରେ ଆମେରିକା ଏବଂ ୨୭ତମ ମିନିଟରେ ଭାରତ ପେନାଲ୍ଟି କର୍ନର କନଭର୍ସନରେ ବିଫଳ ହୋଇଥିଲେ ତେବେ ୨୮ତମ ମିନିଟରେ ଭାରତକୁ ମିିଳିଥିବା ପେନାଲ୍ଟି କର୍ନରକୁ ଗୁରଜିତ କୌର ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ ହେଁ ରିବାଉଣ୍ଡ ହୋଇ ଫେରି ଆସୁଥିବା ବଲ୍କୁ ଗୋଲପୋଷ୍ଟକୁ ପଠାଇ ଓଡ଼ିଶାର ଲିଲିମାା ମିଞ୍ଜ ଭାରତକୁ ଅଗ୍ରଣୀ କରାଇଥିଲେ ଏହି ଗୋଲ ପରେ ଭାରତୀୟ ଖେଳାଳିଙ୍କ ବଡି ଲାଙ୍ଗୁଏଜରେ ପରିବର୍ତ୍ତନ ହୋଇଥିଲା ଏବଂ ଦଳ ବେଶ୍ ଉତ୍ସାହୀ ପ୍ରଦର୍ଶନ କରିିଥିଲା ଆଉ ଗୋଲ ହୋଇ ନ ପାରିବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୧-୦ ଗୋଲରେ ଅଗ୍ରଣୀ ରହିଥିଲା
ଗୁର୍ଜିତଙ୍କ ଡବଲ ଗୋଲ
ଦ୍ୱିତୀୟାର୍ଦ୍ଧରେ ପଟ ପରିବର୍ତ୍ତନରେ ମଧ୍ୟ ଭାରତୀୟ ଦଳର ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରହିଥିଲା ଆକ୍ରମଣାତ୍ମକ ରଣନୀତିରେ ଖେଳିଥିବା ଘରୋଇ ଦଳ ୩୪ ଓ ୩୮ତମ ମିନିଟରେ ୨ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା ମାତ୍ର ତାହା ଫେଲ୍ ମାରିଥିଲା ୪୦ତମ ମିନିଟରେ ଶର୍ମିଳା ଦେବୀ ଏବଂ ୪୨ତମ ମିନିଟରେ ମଳିଥିବା ପେନାଲ୍ଟି କର୍ନରକୁ ଗୁରଜିତ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ ୪୪ତମ ମିନିଟରେ ପେନାଲ୍ଟି କର୍ନରକୁ ଭାରତୀୟ ଖେଳାଳିମାନେ ମିସ୍ କରିଥିଲେ ତୃତୀୟ କ୍ବାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନ ୩-୦ରେ ପହଞ୍ଚତ୍ଥିଲା ୪ର୍ଥ କ୍ବାର୍ଟର ଆରମ୍ଭରେ ଅର୍ଥାତ୍ ୪୬ତମ ମିନିଟରେ ସାଲିମା ଟେଟେଙ୍କଠାରୁ ପାଇଥିବା ପାସ୍କୁ ନଭନୀତ କୌର ଫିଲ୍ଡ ଗୋଲ ଦେଇ ଭାରତର ସ୍ଥିତିକୁ ଦୃଢ଼ କରି ଦେଇଥିଲେ ଆମେରିକା ଖେଳାଳିଙ୍କ ବିପଜ୍ଜନକ ଖେଳ ଯୋଗୁ ଦଣ୍ଡ ସ୍ବରୂପ ୫୧ତମ ମିନିଟରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍ ଅଫର କରାଯାଇଥିଲା ଗୁରଜିତ ପ୍ରତିପକ୍ଷ ଗୋଲକିିପର କେଲସି ବିଙ୍ଗ୍ଙ୍କୁଚକ୍ମା ଦେଇ ଦଳ ପକ୍ଷରୁ ୫ମ ଗୋଲ ସ୍କୋର କରିଥିଲେ ଏହାର ୩ ମିନିଟ ପରେ ଅର୍ଥାତ୍ ୫୪ତମ ମିନିଟରେ ଭାରତୀୟ ଖେଳାଳିଙ୍କ ଷ୍ଟିକ୍ ଚେକ୍ ଯୋଗୁ ଆମେରିକାକୁ ପେନାଲ୍ଟି ଷ୍ଟ୍ରୋକ୍ ଦିଆ ଯାଇଥିଲା ଏହାର ସହାୟତାରେ ଇରିନ ମ୍ୟାଟସନ ଆମେରିକା ପକ୍ଷରୁଏକମାତ୍ର ସାନ୍ତ୍ୱନା ମୂଳକ ଗୋଲ ଦେବାରେ ସକ୍ଷମ ହୋଇଥିଲେ ଅମ୍ପାୟରଙ୍କ ଶେଷ ହ୍ବିସିଲ ବାଜିବା କ୍ଷଣି ଭାରତୀୟ ମହିଳା ଦଳର ଖେଳାଳିମାନ ଷ୍ଟାଡିୟମ ପରିକ୍ରମା କରି ଦର୍ଶକଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ

ଗୋଲ ସ୍କୋରର
ଭାରତ
ଲିଲିମା ମିଞ୍ଜ: ୨୮ତମ ମିନିଟ
ଶର୍ମିଳା ଦେବୀ: ୪୦ତମ ମିନିଟ
ଗୁରଜିତ କୌର: ୪୨ତମ ମିନିଟ
ନଭନୀତ କୌର: ୪୬ତମ ମିନିଟ
ଗୁରଜିତ କୌର: ୫୧ତମ ମିନିଟ
ଆମେରିକା
ଇରିନ ମ୍ୟାଟସନ: ୫୪ତମ ମିନିଟ


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?