Posted inଖେଳ

ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି: କଳିଙ୍ଗ ଉପରେ ନଜର କେନ୍ଦ୍ରିଭୂତ

ଭୁବନେଶ୍ୱର, ୩୦।୧୦(କ୍ରୀଡ଼ା ପ୍ରତିନିଧି)-ନଭେମ୍ବର ୧ ଓ ୨ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି ମ୍ୟାଚ ଅନୁଷ୍ଠିତ ହେବ। ପୁରୁଷ ବିଭାଗରେ ଭାରତ ଲୋ ର଼୍ୟାଙ୍କ୍‌ପ୍ରାପ୍ତ ରୁଷିଆକୁ ଭେଟିବାକୁ ଯାଉଥିବାବେଳେ ମହିଳା ବିଭାଗରେ ଭାରତର ପ୍ରତିଦ୍ୱନ୍ଦ୍ୱୀ ଆମେରିକା। ଏହି ମ୍ୟାଚ ପରେ କେଉଁ ଦୁଇଟି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ ତାହା ସ୍ପଷ୍ଟ ହେବ। ପ୍ରତିଯୋଗିତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତୀୟ ମହିଳା ଓ ପୁରୁଷ ଦଳ ଏବଂ ଆମେରିକା ଓ ରୁଷିଆ ନିଜ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ଇତିମଧ୍ୟରେ ବିଶ୍ୱର ବିଭିନ୍ନ ସ୍ଥାନରେ ମହିଳା ଓ ପୁରୁଷ ବିଭାଗରେ ୬ଟି ଲେଖାଏ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୩ଟି ଲେଖାଏ ଦଳ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ତେଣୁ ଏବେ ହକି ଜଗତର ନଜର କଳିଙ୍ଗ ଷ୍ଟାଡିୟମ ଉପରେ କେନ୍ଦ୍ରୀଭୂତ ହୋଇଛି। ଏଠାରେ ମ୍ୟାଚ ଦେଖିବାପାଇଁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି।
ସ୍ପେନ, ନେଦରଲାଣ୍ଡ୍ସ, କାନାଡ଼ାକୁ ଯୋଗ୍ୟତା
ସ୍ପେନ, ନେଦରଲାଣ୍ଡ୍ସ ଓ କାନାଡ଼ା ପୁରୁଷ ହକିରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାଲେନ୍ସିଆଠାରେ ଅକ୍ଟୋବର ୨୫ ଓ ୨୬ରେ ଅନୁଷ୍ଠିତ ୨ଟି ମ୍ୟାଚରେ ଫ୍ରାନ୍ସକୁ ପଛରେ ପକାଇ ସ୍ପେନ ଅଲିମ୍ପିକ୍ସ ଟିକେଟ ପାଇଛି। ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚଟି ୩-୩ ଗୋଲରେ ଡ୍ର ରହିଥିବାବେଳେ ଦ୍ୱିତୀୟ ମ୍ୟାଚରେ ସ୍ପେନ ୩-୨ ଗୋଲରେ ବିଜୟୀ ହୋଇଥିଲା। ଫଳରେ ୬-୫ ଗୋଲ ବ୍ୟବଧାନରେ ଆଗକୁ ବଢ଼ିଛି ସ୍ପେନ। ସେହିପରି ଆମଷ୍ଟେଲଭିନଠାରେ ଅକ୍ଟୋବର ୨୬ ଓ ୨୭ରେ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନକୁ ନିରାଶ କରି ନେଦରଲାଣ୍ଡ୍ସ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ପାଇଛି। ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚଟି ୪-୪ ଗୋଲରେ ଡ୍ର ରହିଥିବାବେଳେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ୍ସ ୬-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ଫଳରେ ମୋଟ ୧୦-୫ ଗୋଲ ବ୍ୟବଧାନରେ ନେଦରଲାଣ୍ଡ୍ସ ଆଗକୁ ଯାଇଥିବାବେଳେ ପାକିସ୍ତାନର ଅଲିମ୍ପିକ୍ସ ଖେଳିବା ଆଶା ଧୂଳିସାତ ହୋଇଛି। ଅକ୍ଟୋବର ୨୬ ଓ ୨୭ରେ ଅନୁଷ୍ଠିତ ମ୍ୟାଚରେ ଆୟର୍ଲାଣ୍ଡକୁ ପଛରେ ପକାଇବାରେ ସକ୍ଷମ ହୋଇଛି କାନାଡ଼ା। ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ଚମତ୍କାର ପ୍ରଦର୍ଶନ କରି କାନାଡ଼ାକୁ ୫-୩ ଗୋଲରେ ହରାଇବାରେ ସକ୍ଷମ ହୋଇଥିଲା। ମାତ୍ର ଦ୍ୱିତୀୟ ମ୍ୟାଚରେ କାନାଡ଼ା ୩-୧ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ୨ ମ୍ୟାଚ ଶେଷରେ ଉଭୟ ଦଳର ଗୋଲସଂଖ୍ୟା ୬ ହେବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏଥିରେ କାନାଡ଼ା ୫-୪ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ଫଳରେ ଭଲ ଖେଳିଥିଲେ ହେଁ ଆୟର୍ଲାଣ୍ଡ ଅଳ୍ପକେ ଅଲିମ୍ପିକ୍ସ ଯୋଗ୍ୟତା ପାଇବାରୁ ବଞ୍ଚତ୍ତ ହୋଇଥିଲା।
ମହିଳାରେ ଅଷ୍ଟ୍ରେଲିଆ, ଚାଇନା ଓ ସ୍ପେନ
ମହିଳା ବିଭାଗରେ ଅଷ୍ଟ୍ରେଲିଆ, ଚାଇନା ଓ ସ୍ପେନ ହକି ଦଳ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପର୍ଥଠାରେ ଅକ୍ଟୋବର ୨୫ ଓ ୨୬ରେ ଅନୁଷ୍ଠିତ ମ୍ୟାଚରେ ଅଷ୍ଟ୍ରେଲିଆ ୯-୨ ଗୋଲ ବ୍ୟବଧାନରେ ରୁଷିଆକୁ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୪-୨ ଏବଂ ଦ୍ୱିତୀୟ ମ୍ୟାଚରେ ୫-୦ ଗୋଲରେ ବିଜୟୀ ହୋଇ ମୁକାବିଲାକୁ ଏକପାଖିଆ କରି ଦେଇଥିଲା। ଚାଙ୍ଗଝୋଉଠାରେ ଅକ୍ଟୋବର ୨୫ ଓ ୨୬ରେ ଅନୁଷ୍ଠିତ ଚାଇନା-ବେଲଜିୟମ ମ୍ୟାଚ କିନ୍ତୁ ବେଶ୍‌ ରୋମାଞ୍ଚକର ହୋଇଥିଲା। ପ୍ରଥମ ମ୍ୟାଚରେ ବେଲଜିୟମ ୨-୦ ଗୋଲରେ ଚାଇନାକୁ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚରେ କିନ୍ତୁ ଚାଇନା ୨-୦ ଗୋଲରେ ବେଲଜିୟମକୁ ହରାଇଥିଲା। ୨ ମ୍ୟାଚ ଶେଷରେ ଉଭୟ ଦଳର ଗୋଲ ସଂଖ୍ୟା ୨-୨ରେ ରହିବାରୁ ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏଥିରେ ଚାଇନା ୨-୧ ଗୋଲରେ ବେଲଜିୟମକୁ ହରାଇ ବାଜି ମାରିନେଇଥିଲା। ସେଇ ଅକ୍ଟୋବର ୨୫ ଓ ୨୬ରେ ଭାଲେନ୍ସିଆଠାରେ ସ୍ପେନ ଓ ଦକ୍ଷିଣ କୋରିଆ ମଧ୍ୟରେ ମଧ୍ୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ସ୍ପେନ ୨-୧ ଗୋଲରେ ଏବଂ ଦ୍ୱିତୀୟ ମ୍ୟାଚରେ ୨-୦ ଗୋଲରେ ବିଜୟୀ ହୋଇଥିଲା। ଫଳରେ ମୋଟ ୪-୧ ଗୋଲରେ ଆଗୁଆ ରହିବା ସହ ଏହି ଦଳ ଅଲିମ୍ପିକ୍ସ ଟିକେଟ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri