ନୂଆଦିଲ୍ଲୀ, ୧୮।୪(ପି.ଟି.)- ଦେଶରେ ଥିବା ସବୁ ଜାତୀୟ କ୍ରୀଡ଼ା ଫେଡେରେଶନ (ଏନ୍ଏସ୍ଏଫ୍) ପରିଚାଳନାରେ ସରକାର ହସ୍ତକ୍ଷେପ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏନ୍ଏସ୍ଏଫ୍ଗୁଡିକର ସ୍ବାୟତ୍ତତା ପୂର୍ବପରି ବଜାୟ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏନ୍ଏସ୍ଏଫ୍ଗୁଡିକର ପରିଚାଳନାରେ କ୍ରୀଡ଼ା ମନ୍ତ୍ରଣାଳୟ ଅଯଥାରେ ହସ୍ତକ୍ଷେପ ବା ପ୍ରଭାବିତ କରିବାକୁ ପ୍ରୟାସ କରୁଛି ବୋଲି ଭାରତୀୟ ଅଲିମ୍ପିକ୍ ଆସୋସିଏଶନ (ଆଇଓଏ) ଅଧ୍ୟକ୍ଷ ନରିନ୍ଦର ବାତ୍ରା ଅଭିଯୋଗ ଆଣିବା ପରେ ରିଜିଜୁ ଏହି କଥା କହିଛନ୍ତି। ଗଣମାଧ୍ୟମଗୁଡିକରେ ମଧ୍ୟ ଏ ନେଇ ଖବର ପ୍ରକାଶିତ ହୋଇଥିଲା ଓ ଏ ନେଇ ଅବଗତ ହୋଇଥିଲି। ଯେ କୌଣସି ପରିସ୍ଥିତି ଓ ମୂଲ୍ୟରେ ଏନ୍ଏସ୍ଏଫ୍ ଗୁଡ଼ିକର ପରିଚାଳନାରେ କୌଣସି ହସ୍ତକ୍ଷେପ କରାଯିବ ନାହିଁ। ଏନ୍ଏସ୍ଏଫ୍ଗୁଡିକରେ ନ୍ୟାଶନାଲ ସ୍ପୋଟର୍ସ କୋଡ ଓ ଗୁଡ୍ ଗଭରନାନ୍ସ ରହିଛି। ଏଥିରେ ମଧ୍ୟ ନିରପେକ୍ଷତା ଓ ପାରଦର୍ଶିତା ରହିଛି। ଏନ୍ଏସ୍ଏଫ୍ଗୁଡିକୁ ଆବଶ୍ୟକ ସାହାଯ୍ୟ ଓ ସହଯୋଗ କରିବାକୁ ସରକାର ବଦ୍ଧପରିକର ଅଛନ୍ତି। ତେବେ କ୍ରୀଡ଼ାର ପ୍ରଚାର ଓ ପ୍ରସାର ସହିତ ଆମ ଆଥ୍ଲେଟମାନଙ୍କ ହିତସାଧନରେ କୌଣସି ବୁଝାମଣା କରାଯିବ ନାହିଁ ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି।
ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଦ୍ୱାରା ଏନ୍ଏସ୍ଏଫ୍ର ଟାର୍ଗେଟ ଅଲିମ୍ପିକ୍ ପୋଡିୟମ (ଟପ୍ସ) ସ୍କିମ୍ ପରିଚାଳନାରେ ମନ୍ତ୍ରଣାଳୟ ହସ୍ତକ୍ଷେପ କରିବା ନେଇ ବାତ୍ର ଅଭିଯୋଗ ଆଣିଥିଲେ ଓ ଏହା ବିବାଦ ସୃଷ୍ଟି କରିଥିଲା। ତେବେ ମନ୍ତ୍ରଣାଳୟ, ଆଇଓଏ ଓ ଏନ୍ଏସ୍ଏଫ୍ଗୁଡିକର ଏକ ସାଧାରଣ ଲକ୍ଷ୍ୟ ରହିଛି। ଦେଶରେ ଏକ ସୁସ୍ଥ ତଥା ଉନ୍ନତ କ୍ରୀଡ଼ା ପରମ୍ପରା ସ୍ଥାପନ କରିବା ଓ ସର୍ବୋପରି ଭାରତକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ହେଉଛି ଆମର ମୂଳ ଲକ୍ଷ୍ୟ ବୋଲି ରିଜିଜୁ କହି ଏହି ବିବାଦକୁ ଟାଳିଛନ୍ତି। ତୃଣମୂଳସ୍ତରରେ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ଉପରେ କାର୍ଯ୍ୟକରିବାର ଆବଶ୍ୟକତା ଉପରେ ରିଜିଜୁ ଗୁରୁତ୍ୱାରୋପ କରିଛନ୍ତି। ତେବେ ଏଥିପାଇଁ ଭିତ୍ତିଭୂମି, ଖାଦ୍ୟପେୟ, ବଡ଼ବଡ଼ ପ୍ରତିଯୋଗିତାର ଆୟୋଜନ କରିବାର ଆବଶ୍ୟକତା ରହିଛି। ଏହା ହୋଇପାରିଲେ ୨୦୨୮ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ ୧୦ରେ ରହିପାରିବ ବୋଲି ରିଜିଜୁ କହିଛନ୍ତି।
ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’
ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…
ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ…
ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…
ଲୋକକଳା ପାଇଁ ଦିନଟିଏ
ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…
ହାତୀ ଆକ୍ରମଣରେ ଜଣେ ଗୁରୁତର
ରୁପ୍ରାରୋଡ୍,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…
ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…
ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…
୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…
ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି
ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…
ଥଲାପତି ବିଜୟଙ୍କୁ ବଡ଼ ଝଟ୍କା: ଅନୁରୋଧ କରି କହିଲେ…
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…
Archives

