ଏନ୍‌ଇଏସ୍‌ଟି ପରୀକ୍ଷାଫଳ ପ୍ରକାଶ, କାହ୍ନା ଜୈନ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୯।୬(ବ୍ୟୁରୋ):

ନ୍ୟାଶନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (ଏନ୍‌ଇଏସ୍‌ଟି) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ପଶ୍ଚିମବଙ୍ଗର ପ୍ରଣୟ ଦେ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଥିବା ବେଳେ କାହ୍ନା ଜୈନ ଓଡ଼ିଶା ଟପ୍ପର ହୋଇଥିବା ଜଣାପଡ଼ିଛି। ପ୍ରଥମ ୧୦୦ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୨୨ଜଣ ରହିଛନ୍ତି। ୫୩ହଜାର ୪୫୦ଜଣ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୭୭୯ଜଣ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏନ୍‌ଇଏସ୍‌ଟି ସଂଯୋଜକ ହିମାଂଶୁ ବିଶ୍ୱାଳ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ(ନାଇଜର) ଭୁବନେଶ୍ୱର ଓ ୟୁନିଭର୍ସିଟି ଅଫ୍‌ ବମ୍ବେର ଆଟୋମିକ୍‌ ଏନର୍ଜି ସେଣ୍ଟର ଫର୍‌ ଏକ୍ସଲେନ୍ସ ଇନ୍‌ ବେସିକ୍‌ ସାଇନ୍ସ ବିଭାଗରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥାଏ। ଚଳିତ ବର୍ଷ ଗତ ୧ତାରିଖରେ ଏନ୍‌ଇଏସ୍‌ଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅବହେଳାରୁ ନାବାଳିକା ମୃତ୍ୟୁ ଅଭିଯୋଗ

ବାରିପଦା ଅଫିସ,୩ା୧୧- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ମେଡିକାଲରେ ସୋମବାର ଜଣେ ନାବାଳିକାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ...

ବିଲୋପ ପଥେ ହାତୀ: ୧୦ ବର୍ଷରେ ୭୮୪ ମୃତ

ଭୁବନେଶ୍ୱର,୬ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜଙ୍ଗଲରେ ଥିବା ହାତୀଙ୍କ ଜୀବନ ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି। ହାତୀ- ମଣିଷ ଲଢ଼େଇରେ ଏହି ବୃହତ୍‌ ପ୍ରାଣୀ ବଂଶ...

୧୭ ଗ୍ରାମ୍‌ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୫ା୬: ଖୋର୍ଦ୍ଧା ଅବକାରୀ ବିଭାଗ କର୍ମଚାରୀ ଗୁରୁଜଙ୍ଗ ଦେୱାନସାହି ଉପରେ ମଙ୍ଗଳବାର ପୂର୍ବାହ୍ନରେ ଚଢ଼ାଉକରି ୧୭ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏହି କାରବାରରେ...

ଶୁକ୍ରବାରଠାରୁ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଦର୍ଶନ କରିବେ ଭକ୍ତ

ପୁରୀ ଅଫିସ, ୨୮।୪: ଶ୍ରୀମନ୍ଦିର ସିଂହଦାର ଓ ପଶ୍ଚିମ ଦ୍ୱାର ଦେଇ ଶୁକ୍ରବାରଠାରୁ ଦର୍ଶନ କରିପାରିବେ ଭକ୍ତ। ଏହାସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ...

ଟ୍ରାଫିକ ପରିଚାଳନା ଢାଞ୍ଚା ବଦଳିବ

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ଏଥିସହ ବଢ଼ିଚାଲିଛି ଦୁର୍ଘଟଣା। ଏନେଇ ଗୁରୁବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଟ୍ରାଫିକ ଡିସିପି ସାଗରିକା...

‘ଯୋଗ୍ୟ ହିତାଧିକାରୀ ବାଛିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ’

ଭୁବନେଶ୍ବର,୧୮।୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ବଚ୍ଛ ଓ ନିରପେକ୍ଷଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଉ। ଏଥିଲାଗି...

ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍‌ ଅଫିସର ଅଜିତ ମିଶ୍ରଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍‌ ଅଫିସର ଅଜିତ କୁମାର ମିଶ୍ରଙ୍କ କାର୍ଯ୍ୟକାଳ। ରାଜ୍ୟ ସରକାର ଶୁକ୍ରବାର ତାଙ୍କ କାର୍ଯ୍ୟକାଳ ଆଉ ଏକବର୍ଷ ପାଇଁ ବୃଦ୍ଧି...

ଆଜି ଭାଜପାର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହେବ। ଚାଷୀ ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯାତନା...

Advertisement
Archives

Model This Week