ଏଥର ଟୁସୁ କନିଆ, ଶଙ୍କର ବର: ମେ ୨୯ରୁ ଜୁନ ୨ ତାରିଖ ଯାଏ ବାହାଘର

ବାଲେଶ୍ୱର ଅଫିସ,୧୮।୪- ବାଲେଶ୍ୱରରେ ପ୍ରତିବର୍ଷ ପାଳିତ ହେଉଥିବା ଜଉକଣ୍ଢେଇ ବାହାଘର ଲୋକକଳା ଓ ସଂସ୍କୃତି, ଲୋକକଥା, ଲୋକସାହିତ୍ୟ  ପରମ୍ପରାରେ  ଏକ ଅଦ୍ୱିତୀୟ ଲୋକପର୍ବର ମାନ୍ୟତା ଲାଭ କରିଛି। । କେବଳ ଓଡି଼ଶାରେ ନୁହେଁ, ସାରା ଭାରତରେ ଏଭଳି ଉତ୍ସବ ପାଳନ  ବିରଳ। ଜାତି-ଧର୍ମବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହୋଇ ପୁରାତନ ସଂସ୍କୃତିକୁ  ଉଦ୍‌ଜୀବିତ ରଖି ଆସୁଛନ୍ତି।

୨୦୧୧ରୁ ବାଲେଶ୍ୱରର ଆରମ୍ଭ ହୋଇଥିବା ଜଉକଣ୍ଢେଇ ବାହାଘର ବର୍ଷକୁ ବର୍ଷ ଅଧିକ ଆକର୍ଷଣୀୟ ରୂପ ନେଇ ଲୋକାଦୃତ ହେବାରେ ଲାଗିଛି। ଦୀର୍ଘ ଅଢ଼େଇ ମାସ ଧରି ପାଳିତ ହେଉଥିବା ଏହି  ଉତ୍ସବର ଏଥର ପର୍ବ ଦୋଳ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା। ସେଦିନ ଜଉକଣ୍ଢେଇରେ ନିର୍ମିତ ହେବାକୁ ଥିବା କନିଆ ଓ ବରଙ୍କ  ନାମକରଣ କରାଯାଇଥିଲା। ରାମନବମୀରେ କନିଆବର  ଜଉକଣ୍ଢେଇ ନିର୍ମାଣର ଶୁଭାରମ୍ଭ ହୋଇଥିଲା। ଏହାପରେ  ଚନ୍ଦନ ପୂର୍ଣ୍ଣୀମାରେ ଲଗ୍ନଧରା ଯାଇ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ବାହାଘର ହେବା କାର୍ଯ୍ୟକ୍ରମ ରହିଛି। ସାବିତ୍ରୀ ଅମାବସ୍ୟାର ଆଗ ଦିନ ଚତୁର୍ଥୀ ଭୋଜି ହୋଇ ପର୍ବର ପରି ସମାପ୍ତି ଘଟିବ । ବିଲୁପ୍ତ ଲୋକକଳାକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଜଉକଣ୍ଢେଇ ବାହାଘର ଉତ୍ସବ  ଜନମାନସରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି।

ଏଥର ଜଉକଣ୍ଢେଇ କନିିଆ ଓ ବରଙ୍କ ନାମ ଟୁସୁ ଓ ଶଙ୍କର ରଖାଯାଇଛି। ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ବାଲେଶ୍ୱର ସହର ଉପକଣ୍ଠ ବାମପଦାସ୍ଥ ନୋସି ଉତ୍କଳାରେ ଟୁସୁ ଓ ଶଙ୍କର ଜଉକଣ୍ଢେଇଙ୍କ  ନିର୍ମାଣ କାଯର୍‌ୟ ଶୁଭାରମ୍ଭ ହେବା ଅବସରରେ ଏକ ଭବ୍ୟ ସଭା ଆୟୋଜିତ ହୋଇଥିଲା। ତ୍ରୀବେଣୀଶ୍ୱର ଭାଗବତ ପୀଠର ମଠାଧୀଶ ଦୟାନନ୍ଦ ଦାସ ମହାରାଜ ଗତ ଶନିବାର ସନ୍ଧ୍ୟାରେ ଏହାକୁ ଉଦ୍‌ଘାଟନ କରିଥିଲେ।  ଜଉକଣ୍ଢେଇ ବାହାଘରର ଆବାହକ ଶିଳ୍ପୀ କେଶୁଦାସ ମଞ୍ଚ ଆହ୍ବାନ କରିଥିଲେ। କମିଟିର କାଯର୍‌ୟକାରୀ ସଭାପତି ଇଂ. ହୃଷିକେଶ ସାହୁ ପୌରୋହିତ୍ୟ କରିଥିଲେ। ସମ୍ପାଦକ ଡା. କୁମାର ଗୋପାଳ ପ୍ରାକ୍‌ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅମୃତବେଳାରେ ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ସୋଣ ନଦୀର ସଂଗମସ୍ଥଳରେ ଥିବା  ତ୍ରୀବେଣୀ ଘାଟରୁ ପୂଜାପାଠ କରାଯାଇ ମାଟି ଓ ଜଳ ଅଣଯାଇଥିଲା। ନିରଞ୍ଜନ ଗିରିଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା। କାଠସଂଗଡ଼ାର ସଂକୀର୍ତ୍ତନ ଦଳର ଶୋଭାଯାତ୍ରା ମଧ୍ୟରେ ଏହି ପବିତ୍ର ମାଟି ଓ ଜଳକୁ  ନୋସି ଉତ୍କଳାକୁ ଅଣାଯାଇଥିଲା। ପରେ   ଶିଳ୍ପୀ କନକଲତା ଦାସ ଓ ସାଥୀମାନେ ଉକ୍ତ ମାଟି ଓ ପାଣିରେ ଜଉକଣ୍ଢେଇ ଗଢ଼ିବା ଆରମ୍ଭ କରିଥିଲେ। ଉତ୍ସବରେ ନୋସାକା ତଥା କନ୍ୟା ଅନମୋଲର ମୁଖ୍ୟ ସରୋଜ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ।  ବ୍ରହ୍ମନାଥ ରଥ ଓ  ବିଜୟ କୁମାର ଆଚାଯର୍‌ୟ ପ୍ରମୁଖ ଜଉକଣ୍ଢେଇର ପରମ୍ପରା ଉପରେ ଆଲୋକପାତ  କରିଥିଲେ। କମିଟିର ସଦସ୍ୟା ରଚନା ସେନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମର ଶିଶୁ କଣ୍ଠଶିଳ୍ପୀ ବୈଶାଖୀ ଗିରି ଓ ଶ୍ରାବଣୀ ଗିରି ଜଗନ୍ନାଥ ଜଣାଣ ଓ ଦେଶାମତ୍ବୋଧକ ସଙ୍ଗୀତ ପରିବେଷଣ କରିଥିଲେ।  ଜଉକଣ୍ଢେଇ ଶିଳ୍ପୀ ଭାନୁମତୀ ସାହୁ, ଫୁଲମଣୀ ସିଂ, ରଜନୀ ସାହୁ, ମମତା ସିଂ, ଯଶୋମିତ୍ରା ସିଂ, ରୁନୀ ସିଂ ପ୍ରମୁଖ  ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଭୀମପୁରାସ୍ଥ କୋଶମ୍ବନଗରର ଦୁବଲାଗଡ଼ରେ ୧ମାସ ଧରିି ମାଗଣା ଜଉକଣ୍ଢେଇ ପ୍ରଶିକ୍ଷଣ କାଯର୍‌ୟକ୍ରମ କରାଯିବ ବୋଲି କମିଟି ତରଫରୁ ଘୋଷଣା କରିଯାଇଥିଲା। ଆସନ୍ତା  ୩୦ ତାରିଖରେ ଲଗ୍ନଧରା ଓ  ମେ  ୨୯ରୁ ଜୁନ୍‌ ୨ ତାରିଖ ପଯର୍‌ୟନ୍ତ ବାହାଘର କାଯର୍‌ୟକ୍ରମ ବାଲେଶ୍ୱରର ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜନ କରାଯିବାକୁ ସ୍ଥିର ହୋଇଛି।   ଚଳିତବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ବରେଣ୍ୟ ଅତିଥିଙ୍କୁ ଏହି ଉତ୍ସବକୁ ଆମନ୍ତ୍ରିତ କରାଯିବା ଲାଗି  ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଜିଏସଟି ସୁପରିଟେଣ୍ଡେଣ୍ଟ, ବାନ୍ଧିଲା CBI

ବାଲେଶ୍ବର,୯।୫ ବାଞ୍ଛାନିଧି ଦେ): ଲାଞ୍ଚ ନେଉଥିବାବେଳେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବାକର (ସିଜିଏସଟି)ବିଭାଗର ବାଲେଶ୍ବର ଆଞ୍ଚଳିକ ଅଧୀକ୍ଷକ (ଟେକ୍ନିକାଲ  ସୁପରିଟେଣ୍ଡେଣ୍ଟ) ଓମ ପ୍ରକାଶ ନାୟକଙ୍କୁ ସିବିଆଇ ଟିମ…

ରାଜପଥରେ ଟ୍ରକକୁ ପିଟିଲା ହାଇୱା   ହେଲପର ମୃତ, ଡ୍ରାଇଭର ଗୁରୁତର

 ବାଲେଶ୍ୱର,୫।୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥ ରୂପସା ଥାନା ଅନ୍ତର୍ଗତ ଯୁକନଣ୍ଡି ଛକ ନିକଟରେ ମଙ୍ଗଳବାର ଏକ ମର୍ମଦୁନ୍ତ ସଡ଼କ  ଦୁର୍ଘଟଣା ଘଟିଛି…

ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ…

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ଜୀବନ ଗଲା 

ବାଲେଶ୍ୱର/ରେମୁଣା/ ସଜନାଗଡ଼, ୩।୫( ବାଞ୍ଛାନିଧି ଦେ/ ରବୀନ୍ଦ୍ର ମହାକୁଡ଼/ ପ୍ରଶାନ୍ତ ବିଶ୍ୱାଳ ): ଗାଧୋଉଥିବା ବେଳେ ଘଟିଛି ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀଙ୍କ…

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l…

ବାଇକ୍‌ ଦୁର୍ଘଟଣାକୁ ନେଇ ତେଜିଲା ଗୋଷ୍ଠୀ ସଂଘର୍ଷ

ବାଲେଶ୍ବର,୨୯।୪: ବାଲେଶ୍ୱର ପୋଲାଡ଼ି ଛକରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏକ ବାଇକ୍‌ ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ…

ଦିନରେ ଚୁଟି ବେପାର, ରାତିରେ ଚୋରି: ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୋଗରାଇ, ୨୯ା୪(ପ୍ରଦୀପ ଦାସ):ଦିନରେ ଘର ଘର ବୁଲି ଚୁଟି ବେପାର କରୁଥିଲେ। ରାତି ହେଲେ ଘରେ ପଶି ଟଙ୍କା ପଇସା, ସୁନାଗହଣା ଲୁଟ୍‌ କରି ଚମ୍ପଟ ମାରୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri