ରାତ୍ରକାଳୀନ କର୍ଫ୍ୟୁ : ରାତି ୭ରୁ ସକାଳ ୭ନୁହେଁ, ସକାଳ୫

ଭୁବନେଶ୍ୱର,୧।୬(ବ୍ୟୁରୋ)-ରାତ୍ରକାଳୀନ କର୍ଫ୍ୟୁରେ ସମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଅପରାହ୍ନରେ ପୋଲିସ ଡିଜିପି ଅଭୟ ଘୋଷଣା କରିଥିଲେ ଯେ, ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯିବ। ମାତ୍ର ଏବେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଏଣିକି ରାତି ୭ଟାରୁ ସକାଳ ୫ଟା ଯାଏଁ ରାତ୍ରକାଳୀନ କର୍ଫ୍ୟୁ ରହିବ। ଏହାକୁ କଡାକଡି ପାଳନ କରିବାକୁ ଡିଜିପି  କହିଛନ୍ତି।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ରାଜ୍ୟକୁ ୪ ଲକ୍ଷ ୨୬ ହଜାର ପ୍ରବାସୀ ଆସିଛନ୍ତି। ଏହିମାନଙ୍କ ଦ୍ୱାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାତ୍ରକାଳୀନ କର୍ଫ୍ୟୁ କୋହଳ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିନା କାରଣରେ ଜନସାଧାରଣ ବାହାରେ ବୁଲାବୁଲି ନ କରିବା ପାଇଁ  ପରାମର୍ଶ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା  ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଡିଜିପି ଅଭୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମହିଳା ଆଇପିଏସ୍‌ ଅଫିସର ଗିରଫ

ରାଉରକେଲା ଅଫିସ, ୧୯।୮-ରାଉରକେଲା ଉଦିତନଗର ପୋଲିସ ମଙ୍ଗଳବାର ଜଣେ ନକଲି ମହିଳା ଆଇପିଏସ୍‌ ଅଫିସରଙ୍କୁ ଧରିଛି। ବୁଧବାର ତାଙ୍କୁ ଗିରଫ କରାଯାଇଛି। ଏହି ମହିଳା ଜଣକ...

ଆଜି ଆଉ ୧୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୧୫୨କୁ ବୃଦ୍ଧି

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୭ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ପୋଲିସ ହାତରେ ମହିଳା ଦଲାଲ :ବିଜୁ ପକ୍କା ଘର ଓ ଋଣ କରାଇଦେବା କହି ଠକୁଥିଲେ

ନୟାଗଡ଼ ଅଫିସ,୨୦ା୧୦: ଜିଲାପାଳଙ୍କ କାର୍ଯ୍ୟାଳୟରେ ଲୋକଙ୍କୁ ଠକୁଥିବା ଜଣେ ମହିଳା ଦଲାଲ୍‌ଙ୍କୁ ଶୁକ୍ରବାର ଟାଉନ ଥାନା ପୋଲିସ ଗିରଫ କରିଛି। ସେ ହେଲେ ଇଟାମାଟି ଥାନା...

ଡ୍ରାଇଭର-ପୋଲିସ୍‌ ମୁହାଁମୁହିଁ

ଗୋପାଳପୁର,୧୬ା୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନର ଗୁରୁବାର ଦ୍ୱିତୀୟ ଦିନ ସନ୍ଧ୍ୟାରେ ଗଞ୍ଜାମ ଜିଲା ପୁକୁଡ଼ିବନ୍ଧଠାରେ ପୋଲିସ ଓ...

ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ, ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ। ରେଳମନ୍ତ୍ରୀ ପୀୟୁଷ ଗୋଏଲ ଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମଙ୍ଗଳବାର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ...

ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ

ଭୁବନେଶ୍ୱର,୨୮।୬(ବ୍ୟୁରୋ): କରୋନାରେ ଆଉ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଭୁବନେଶ୍ୱର, କଟକ ଏବଂ ଗଞ୍ଜାମ ଜିଲାର ଜଣେ ଲେଖାଏ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ...

ପୋଲିସ କମିଶନ ନେଉଛି: ମନ୍ତ୍ରୀ

ଭୁବନେଶ୍ୱର,୨୪।୧(ବ୍ୟୁରୋ):ରାଜ୍ୟରେ କେତେକ ଘଟଣାରେ ପୋଲିସ ଏବଂ ଓକିଲମାନେ ଏସ୍‌ସି/ଏସ୍‌ଟି ମାମଲାଗୁଡ଼ିକରେ କମିଶନ ନେଉଛନ୍ତି। ସୋମବାର ସ୍ଥାନୀୟ ରୋଟାରୀ ଭବନରେ ଆଇନ ସେବା ସଂସ୍ଥା କ୍ଲାପ୍‌ ପକ୍ଷରୁ...

ଅଗଷ୍ଟ ୨୭ରେ ହେବ ଓଏଏସ୍‌ ପ୍ରିଲିମ୍‌

କଟକ ଅଫିସ,୧୯।୭: ଅଗଷ୍ଟ ୨୭ରେ ହେବ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୋମବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା...

Advertisement
Archives

Model This Week