ଏଡ୍‌ସ ତୁଳନାରେ ଅଧିକ ମାରାତ୍ମକ ସାଜିଛି ସିଫିଲିସ୍‌: ୧୦ ବର୍ଷରେ ବଢ଼ିଛି ୭୦ ପ୍ରତିଶତ

ଓ୍ବାଶିଂଟନ,୨୧।୧୦: ପୃଥିବୀରେ ଏଡ୍‌ସ ତୁଳନାରେ ଅଧିକ ମାରାତ୍ମକ ରୋଗ ଭାବେ ଏବେ ସିଫିଲିସ୍‌ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୦ ବର୍ଷ ମଧ୍ୟରେ ଏହି ରୋଗୀଙ୍କ ସଂଖ୍ୟାରେ ୭୦ ପ୍ରତିଶତ ବୃଦ୍ଧି ପାଇଥିବା ଗଣମାଧ୍ୟମ ସଂସ୍ଥା ରୟଟର୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଅସୁରକ୍ଷିତ ଯୌନ ସମ୍ପର୍କ ଏବଂ ସମଲିଙ୍ଗୀ ସମ୍ପର୍କ ଯୋଗୁ ଏହା ସୃଷ୍ଟି ହେଉଛି। ଏହାଦ୍ୱାରା ଅଧିକ ନବଜାତକଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟରେ କୁହାଯାଇଛି। ୨୦୦୦ଠାରୁ ସିଫିଲିସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୦ରୁ ୨୦୧୭ ମଧ୍ୟରେ ଏହା ୭୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୬ରେ ଏହି ରୋଗରେ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ଏହି ରୋଗରେ ପ୍ରତିଦିନ ଏକ ଲକ୍ଷରୁ ଅଧିକ ସଂକ୍ରମିତ ହେଉଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୨୦୦୭ରୁ ୨୦୧୭ ମଧ୍ୟରେ ପୃଥିବୀର ୩୦ ଦେଶରେ ୨ ଲକ୍ଷ ୬୦ ହଜାର ଲୋକ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି। ୨୦୧୭ରେ ସର୍ବାଧିକ ୩୩ ହଜାର ଲୋକ ଏହି ରୋଗରେ ସଂକ୍ରମିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୟୁରୋପିଆନ୍‌ ରୋଗ ପ୍ରତିଷେଧକ ଏବଂ ନିୟନ୍ତ୍ରଣ କେନ୍ଦ୍ର(ଇସିଡିସି) ଅନୁସାରେ ବ୍ରିଟେନ୍‌, ଜର୍ମାନୀ, ଅୟାରଲାଣ୍ଡ୍‌ ଏବଂ ମାଲ୍ଟା ଆଦି ୫ଟି ଦେଶରେ ଅଧିକ ସଂଖ୍ୟକ ଲୋକ ଏହି ରୋଗରେ ସଂକ୍ରମିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri