Posted inଫୁରସତ

ଏଠି ଗାଈ-ବଦଳଙ୍କର ହେଉଛି ଆଧାର କାର୍ଡ !

ହାଥସର,୫।୬: ଉତ୍ତରପ୍ରଦେଶର ହାଥସରରେ ଗାଈ, ବଦଳ ଆଦିଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ପାଇଁ ଟ୍ୟାଗିଙ୍ଗ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ଆଧାରରେ ଏବେ ହାଥସରରେ ବିଭିନ୍ନ ପ୍ରାଣୀଙ୍କର ଆଧାର କାର୍ଡ ମଧ୍ୟ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଏଥିରେ ସମସ୍ତ ପ୍ରାଣୀଙ୍କ ଦେହରେ ଅଲଗା ଅଲଗା ନମ୍ବରର ଟ୍ୟାଗ ଲଗାଯାଉଛି। ଏହାର ଡାଟା ମଧ୍ୟ ରଖାଯାଉଛି। ମୁଖ୍ୟ ଉପ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବି ଗୋୟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତବର୍ଷ ରାଷ୍ଟ୍ରୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆଧାରରେ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି। ଏହା ମାଧ୍ୟମରେ ପ୍ରାଣୀଙ୍କର ଆଧାର କାର୍ଡ ଜାରି କରାଯିବ। ଏହାସହ ଫାଟୁଆ ଭଳି କିଛି ରୋଗ ପାଇଁ ମାଗଣା ଟିକାକରଣ କରାଯିବ ବୋଲି ସୂଚନା ମିଳିଛି। ସଦାବାଦ ବ୍ଲକରେ ଥିବା ପ୍ରାୟ ୫୧ ପଞ୍ଚାୟତରେ ଘର ଘର ବୁଲି ପ୍ରାଣୀମାନଙ୍କ କାନରେ ପ୍ଲାଷ୍ଟିକର ଟ୍ୟାଗ ଲଗାଯିବ ବୋଲି ଜଣାପଡିଛି। ଗୋଟିଏ ସଂଖ୍ୟା ସାରା ଦେଶରେ କେବଳ ଗୋଟିଏ ପ୍ରାଣୀଙ୍କୁ ଦିଆଯିବ। ଏଥିରେ ୧୨ ଅଙ୍କ ବିଶିଷ୍ଟ ଏବ ବିଶେଷ ସଂଖ୍ୟା ରହିବ। ଏହା ସାହାଯ୍ୟରେ ଉକ୍ତ ପ୍ରାଣୀ ଓ ତାଙ୍କ ମାଲିକଙ୍କ ସମସ୍ତ ବିବରଣୀ କମ୍ପୁଟର ମାଧ୍ୟମରେ ସଂରକ୍ଷିତ ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସାପ ସହ ଲଢି ନିଜ ଛୁଆକୁ ରକ୍ଷା କଲା ମା’ ମୂଷା: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ମା’ ମୂଷା ସାପ ସହ ଲଢି କିପରି ନିଜ ଛୁଆର ଜୀବନ ବଞ୍ଚାଇଛି...

ଶ୍ୱେତାଲିନ୍‌ଙ୍କ ଲକ୍ଷ୍ୟ ଜାତୀୟ ସ୍ତରୀୟ ପରିଚିତି

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ଗଁାର ସୁଲୋଚନା ଏବଂ ସୁରେନ୍ଦ୍ର ପଣ୍ଡାଙ୍କ ଝିଅ ଶ୍ୱେତାଲିନ୍‌। ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆଲବମ୍‌ରେ କଣ୍ଠଦାନ କରି...

ଶିଥିଳ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସହ ସାରା ବିଶ୍ୱ ଲଢୁଥିବାବେଳେ ଏବେ ଏକ ନୂଆ ସଙ୍କଟର ପଦଧ୍ୱନି ଶୁଣିବାକୁ ମିଳିଛି। ସବୁଜ ଗ୍ରହ ପୃଥିବୀର ଚୁମ୍ବକୀୟ କ୍ଷେତ୍ର...

ଗୁଗଲ୍‌ ବେବେ

ଆଠ ବର୍ଷର ‘ଗୁଗଲ ବୟ’ କୌଟିଲ୍ୟ ଦିନେ ସାରା ଭାରତରେ ତା’ର ବିଚକ୍ଷଣ ବୁଦ୍ଧି ପାଇଁ ଚହଳ ପକାଇଥିଲା। ତେବେ ଜାଣନ୍ତି କି କେବଳ ‘ଗୁଗଲ...

‘ପ୍ରେମ ହିଁ ଜୀବନ’: ସାଢ଼େ ୧୭ ଶହ ବର୍ଷର ବାର୍ତ୍ତା

ପ୍ରେମର ପରିଭାଷା ମଣିଷଙ୍କଠାରୁ ଆରମ୍ଭ କରି ପ୍ରାଣୀଜଗତ ସବୁଠାରେ ପରିଲକ୍ଷିତ ହୋଇଥାଏ। ସ୍ନେହ ପ୍ରେମରେ ସାରା ଦୁନିଆକୁ ଜୟ କରାଯାଇପାରେ ବୋଲି ବୁଦ୍ଧିଜୀବି ମତ ଦେଇଥାନ୍ତି।...

କଳା ବିଲେଇ ରାସ୍ତା ପାର୍‌ ହେଲେ କାହିଁକି ଅଶୁଭ ବୋଲି ବିଚାର କରାଯାଏ, ଜାଣନ୍ତୁ…

କୁହାଯାଏ, ରାସ୍ତାରେ ଗଲା ବେଳେ ଯଦି କଳା ବିଲେଇଟିଏ ପାସ୍‌ କରେ ତେବେ ଭୁଲ୍‌ରେ ମଧ୍ୟ ସେହି ରାସ୍ତାରେ ଆଗକୁ ଯିବା ଉଚିତ୍‌ ନୁହଁ। ଯଦିଓ...

ଗାଈକୁ ବିବାହ କଲେ ମହିଳା, କାରଣ ଜାଣିଲେ…

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ପୁନଃଜନ୍ମରେ ବିଶ୍ୱାସ ରଖନ୍ତି। ଲୋକେ ବିଶ୍ୱାସ କରନ୍ତି ଯେ, ମୃତ୍ୟୁ ପରେ ଜଣେ ବ୍ୟକ୍ତି ପୃଥିବୀରେ ଯେକୌଣସି ରୂପରେ...

ସ୍କୁଲରେ ଜଣେ ଛାତ୍ରକୁ ଜଣେ ଶିକ୍ଷକ

ଓ୍ବାଶିମ୍‌: ମହାରାଷ୍ଟ୍ର ଓ୍ବାଶିମ୍‌ ଜିଲାର ଏକ ଛୋଟିଆ ଗାଁ ଗଣେଶପୁର। ସେଠାରେ ପାଖାପାଖି ୨୦୦ ଲୋକ ବାସ କରନ୍ତି। ଗାଁରେ ଏକ ଜିଲା ପରିଷଦ ପ୍ରାଇମେରୀ...

Advertisement
Archives

Model This Week