Posted inଖେଳ

ଏଟିପି ଫାଇନାଲ୍ସ ଖେଳିବେ ନାଡାଲ

ମାଡ୍ରିଡ, ୬ା୧୧ (ଏଏଫ୍‌ପି)-ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି ରାଫାଲ ନାଡାଲ ଆଘାତ ଜନିତ ସମସ୍ୟାରୁ ମୁକୁଳିଛନ୍ତି। ନଭେମ୍ବର ୧୦ରୁ ୧୭ ପର୍ଯ୍ୟନ୍ତ ଲଣ୍ଡନରେ ହେବାକୁଥିବା ସିଜନ ଶେଷ ଏଟିପି ଟୁର୍‌ ଫାଇନାଲ୍ସରେ ସେ ଅଂଶଗ୍ରହଣ କରିବେ ବୋଲି ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ସୋମବାର ମାଜୋର୍କାଠାରେ ମୁଁ ଏମ୍‌ଆରଆଇ କରିଥିଲି। ତଳିପେଟର ବାମ ପାର୍ଶ୍ୱରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ ମଧ୍ୟ ମୁଁ ଲଣ୍ଡନ ଯିବି ବୋଲି ସେ ଟୁଇଟ୍‌ କରି କହିଛନ୍ତି। ଏହି ଇଞ୍ଜୁରି କାରଣରୁ ଗତ ସପ୍ତାହରେ ପ୍ୟାରିସ ମାଷ୍ଟର୍ସରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ। ନୋଭାକ ଜୋକୋଭିଚ୍‌ ପ୍ୟାରିସ ମାଷ୍ଟର୍ସ ଟାଇଟଲ ଜିତିଥିଲେ ମଧ୍ୟ ନାଡାଲ ଚଳିତ ସପ୍ତାହରେ ପ୍ରକାଶିତ ର଼୍ୟାଙ୍କିଙ୍ଗ ତାଲିକାରେ ଏହି ଖେଳାଳିଙ୍କୁ ହଟାଇ ନମ୍ବର ଓ୍ବାନ ସ୍ଥାନ ଅଧିକାର କରିନେଇଛନ୍ତି। ବିଶ୍ୱର ୮ ଟପ୍‌ ର଼୍ୟାଙ୍କିଙ୍ଗ ଖେଳାଳିଙ୍କୁ ନେଇ ଲଣ୍ଡନରେ ଏଟିପି ଟୁର୍‌ ଫାଇନାଲ୍ସ ଖେଳାଯିବ। ଏହି ପ୍ରତିଯୋଗିତାରେ ନାଡାଲଙ୍କ ବିଶ୍ୱ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ପ୍ରତି ଜୋକୋଭିଚ୍‌ଙ୍କ ଆଡୁ ବିପଦ ରହିଛି। ନାଡାଲ ସେମିଫାଇନାଲରେ ପ୍ରବେଶ କରି ନ ପାରିଲେ ଏବଂ ସର୍ବୀୟ ଖେଳାଳି ଟୁର୍ନାମେଣ୍ଟ ଜିତିଲେ ନମ୍ବର ଓ୍ବାନ ସ୍ଥାନ ଅଧିକାର କରିନେବେ। ଏପରିକି ନାଡାଲ ଯଦି ତାଙ୍କ ପ୍ରଥମ ରାଉଣ୍ଡ ରବିନ ମ୍ୟାଚ ଜିତିବାରେ ବିଫଳ ହୁଅନ୍ତି ଜୋକୋଭିଚ୍‌ ଦୁଇଟି ଗ୍ରୁପ୍‌ ପର୍ଯ୍ୟାୟ ବିଜୟ ସହ ଫାଇନାଲରେ ପ୍ରବେଶ ଦ୍ୱାରା ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

କ୍ରିକେଟ ପାଇଁ ପାଗଳ! ଟିମକୁ ଚିୟର କରିବାକୁ ୬ ପ୍ରଶଂସକ ଖର୍ଚ୍ଚ କରିଦେଲେ ରୋଜଗାରର ଏତିକି ଟଙ୍କା

ନୂଆଦିଲ୍ଲୀ,୨୧।୨: ଜିମ୍ବାୱେ 2026 T20 World Cupରେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହି, ସେମାନେ ଏବେ ସୁପର ୮ରେ ପହଞ୍ଚିଛନ୍ତି। ସେମାନେ…

ଚତୁର୍ଥ ବିବାହ କରିବେ ଶୋଏବ ମଲ୍ଲିକ! ଏହି ଅଭିନେତ୍ରୀଙ୍କୁ…

ଇସଲାମାବାଦ୍‌,୨୧।୨: ପୂର୍ବତନ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶୋଏବ ମାଲିକ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ମଲିକ ୨୦୨୪ ଆରମ୍ଭରେ ତୃତୀୟ ଥର ପାଇଁ ପାକିସ୍ତାନୀ…

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ…

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri