ଏଜିଆର୍‌ ବକେୟା ପଇଠ କରିବ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,୧୬।୨: ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭେନ୍ୟୁ(ଏଜିଆର୍‌) ବାବଦ ବକେୟା ଅର୍ଥ ପ୍ରଦାନ କରିବାକୁ ଭୋଡାଫୋନ-ଆଇଡିଆ ସମ୍ମତି ପ୍ରଦାନ କରିଛି। ଏହି ବାବଦରେ କେତେ ଅର୍ଥ ପ୍ରଦାନ କରାଯିବ ସେ ନେଇ କମ୍ପାନୀ ବର୍ତ୍ତମାନ ବିଚାର କରୁଛି। କମ୍ପାନୀ ବର୍ତ୍ତମାନ କ୍ଷତିରେ ଚାଲୁଥିବା ବେଳେ ଭାରତରେ ଏହାର ବାଣିଜ୍ୟ ପରିଚାଳନା ଆଗକୁ ଚାଲିବ କି ନାହିଁ ସେ ନେଇ ଆଶଙ୍କା ପ୍ରକଟ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବକେୟା ଏଜିଆର୍‌ ଦେୟ ପଇଠ କରିବା ଲାଗି ପ୍ରସ୍ତୁତିରେ ରହିଥିବା କମ୍ପାନୀ ଶନିବାର ମତ ପ୍ରକାଶ କରିଛି। ଏଜିଆର୍‌ ଦେୟର ପୁନର୍ବିଚାର କରିବା ଲାଗି କମ୍ପାନୀ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛି। ଭାରତ ବାଣିଜ୍ୟର ଭବିଷ୍ୟତ କ’ଣ ରହିବ ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରୁଛି ବୋଲି କମ୍ପାନୀ କହିଛି। ଏଥିରୁ ବୁଝାପଡୁଛି ଯେ, ସର୍ବୋଚ୍ଚ ନ୍ୟାୟାଳୟ ଯଦି କିଛି କୋହଳ ବ୍ୟବସ୍ଥା କରନ୍ତି ତେବେ କମ୍ପାନୀ ଦେୟ ପଇଠ କରିବା ସହ ଭାରତରେ ବ୍ୟବସାୟ କରିପାରିବ।
ଆଗାମୀ କିଛି ଦିନରେ ବକେୟା ରାଶି ପଇଠ କରାଯିବ ବୋଲି ଭୋଡାଫୋନ-ଆଇଡିଆଇ ପକ୍ଷରୁ ବିଏସ୍‌ଇକୁ ଏକ ଫାଇଲିଂରେ କୁହାଯାଇଛି। ଏହି କମ୍ପାନୀ ଉପରେ ବର୍ତ୍ତମାନ ପ୍ରାୟ ୫୩,୦୩୮ କୋଟି ଟଙ୍କାର ବକେୟା ରହିଛି। ଏହା ମଧ୍ୟରେ ୨୪,୭୨୯ କୋଟି ଟଙ୍କାର ସ୍ପେକ୍ଟ୍ରମ ବକେୟା ଏବଂ ୨୮,୩୦୯ କୋଟି ଟଙ୍କାର ଲାଇସେନ୍ସ ଫି ଦେୟ ବାକି ରହିଛି। ସରକାର କମ୍ପାନୀକୁ ଯଦି କୌଣସି ରିହାତି ପ୍ରଦାନ ନ କରନ୍ତି, ତେବେ କାରବାର ବନ୍ଦ ହୋଇଯିବ ବୋଲି ଏହା ପୂର୍ବରୁ ଚେତାବନୀ ଦେଇସାରିଛି। ଡିସେମ୍ବର ତ୍ରୈମାସରେ କମ୍ପାନୀର କ୍ଷତି ବର୍ତ୍ତମାନ ଯାଏ ସର୍ବାଧିକ ରହିଛି। ଏଭଳି ସ୍ଥିତିରେ କାରବାର ଆଗକୁ ବଢ଼ାଇବା କଷ୍ଟକର ହେଉଥିବା କମ୍ପାନୀ ସୂଚନା ଦେଇଛି। ଏଣୁ ସୁପ୍ରିମକୋର୍ଟଙ୍କ ଆଦେଶ ଆସିଲା ପରେ ହିଁ କମ୍ପାନୀ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିଚାର କରିବ। ଏଜିଆର୍‌ ମାମଲାରେ ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୧୭ରେ ହେବ ବୋଲି ଜଣାପଡିଛି। ସେହିଭଳି ଆଗାମୀ ଶୁଣାଣି ପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କା ପଇଠ କରିବାକୁ ଭାରତୀ ଏୟାରଟେଲ କହଛି। ବଜେୟା ପ୍ରଦାନରେ କମ୍ପାନୀଗୁଡିକ ବିଳମ୍ବ କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବିଚାର କରାଯାଉଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri