ଏଚ୍‌ଆଇଭି ଆକ୍ରାନ୍ତ ଗର୍ଭବତୀଙ୍କୁ ଚିକିତ୍ସାରେ ଅବହେଳା: ମା’ ପେଟରେ ଆଖିବୁଜିଲା ଶିଶୁ

ବାରିପଦା ଅଫିସ,୧୫ା୧୨-ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥିବା ଜଣେ ଗର୍ଭବତୀ ଗର୍ଭକଷ୍ଟ ପାଉଥିଲେ ବି ଡାକ୍ତରମାନେ ତାଙ୍କୁ ଚିକିତ୍ସା ନ କରିବାରୁ ଗର୍ଭସ୍ଥ ଶିଶୁ ଦୁନିଆର ଆଲୋକ ଦେଖିବା ଆଗରୁ ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଘଟିଥିବା ପଦାକୁ ଆସିଛି। ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡିଥିଲେ ବି ଅସ୍ତ୍ରୋପଚାର କରି ଏହାକୁ ବାହାର କରିବା ସକାଶେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଶେଷରେ କେତେକ ସାମାଜିକ କର୍ମୀ ହସ୍ତକ୍ଷେପ କରିବାରୁ ପ୍ରାୟ ୨୪ ଘଣ୍ଟା ପରେ ଶନିବାର ସକାଳେ ଅସ୍ତ୍ରୋପଚାର କରି ଗର୍ଭସ୍ଥ ମୃତ ଶିଶୁକୁ ବାହାର କରାଯାଇଛି। ଜଣେ ଏଚଆଇଭି ଆକ୍ରାନ୍ତ ଗର୍ଭବତୀଙ୍କ ଚିକିତ୍ସା ପ୍ରତି ଏପରି ଅମାନବୀୟ ଅବହେଳା ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ଉଲ୍ଲେଖନୀୟ ଯେ, ରାଇରଙ୍ଗପୁର ସବ୍‌ଡିଭିଜନ ଅଧୀନ ଜାମଦା ଅଞ୍ଚଳର ଏହି ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗତ ଗୁରୁବାର ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ ଏଚଆଇଭି ଆକ୍ରାନ୍ତ ହୋଇଥିବା ଡାକ୍ତରମାନେ ଜାଣିବା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ନେବାକୁ ପରାମର୍ଶ ଦେଇଥିଲେ। ପରେ ସେହି ରାତି ପ୍ରାୟ ୧୧ଟାରେ ତାଙ୍କୁୁ ଏଠାକୁ ଅଣାଯାଇଥିଲା। ଡାକ୍ତରମାନେ ତାଙ୍କୁ ଠିକ୍‌ ଭାବେ ଚିକିତ୍ସା ନ କରିବାରୁ ଶୁକ୍ରବାର ସକାଳେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡିଥିଲା। ଡାକ୍ତରଙ୍କଠାରୁ ଏ ସମ୍ପର୍କରେ ସୂଚନା ପାଇବା ପରେ ଅସ୍ତ୍ରୋପଚାର କରି ମା’ ପେଟରୁ ମୃତ ଶିଶୁକୁ କାଢ଼ିବା ଲାଗି ଆତ୍ମୀୟସ୍ବଜନମାନେ କହିଥିଲେ। କିନ୍ତୁ କେହି କିଛି ଏ ଦିଗରେ ପଦକ୍ଷେପ ନେଇ ନ ଥିଲେ। ଘଣ୍ଟା ପରେ ଘଣ୍ଟା ବିିତିବାରୁ ସମ୍ପୃକ୍ତ ସମ୍ପର୍କୀୟମାନେ ବ୍ୟସ୍ତ ହୋଇ ସମସ୍ତଙ୍କୁ ଗୁହାରି କରିଥିଲେ। ଶେଷରେ କେତେକ ସ୍ଥାନୀୟ ସାମାଜିକ କର୍ମୀ ହସ୍ତକ୍ଷେପ କରିବାରୁ ଦୀର୍ଘ ୨୪ ଘଣ୍ଟା ପରେ ଶନିବାର ସକାଳେ ଅସ୍ତ୍ରୋପଚାର କରାଯାଇଥିଲା। ଏବେ ପ୍ରସୂତିଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ତେବେ ଚିକିତ୍ସା କାର୍ଯ୍ୟରେ ଅବହେଳା କରାଯିବା ନେଇ ମହିଳାଙ୍କ ଆତ୍ମୀୟ ସ୍ବଜନ ଅଭିଯୋଗ କରିଥିଲେ ମଧ୍ୟ ମେଡିକାଲ ପକ୍ଷରୁ କୌଣସି ସୂଚନା ଦିଆଯାଉ ନାହିଁ ା ଏ ସମ୍ପର୍କରେ ମେଡିକାଲ କଲେଜ ଅଧୀକ୍ଷକ ଡା. ବିଏନ ମହାପାତ୍ରଙ୍କୁ ପଚାରିବାରୁ ଚିକିତ୍ସା ଅବହେଳା ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ହୋଇନାହିଁ, ତେବେ ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି। ଜଣେ ଏଚଆଇଭି ଆକ୍ରାନ୍ତ ଗର୍ଭବତୀଙ୍କ ପ୍ରତି ଚିକିତ୍ସାରେ ଅବହେଳା କରାଯିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri