ଏକ୍‌ଜିଟ ପୋଲ୍‌:ଉଛୁଳିଲା ବଜାର

ମୁମ୍ବାଇ,୨୧-୫: ଦେଶର ସାଧାରଣ ନିର୍ବାଚନ ଫଳାଫଳ ୨୩ରେ ଆସିବାକୁ ଥିବା ବେଳେ କେନ୍ଦ୍ରରେ ପୁଣି ଥରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିବା ନେଇ ଏକ୍‌ଜିଟ ପୋଲ୍‌ କହିସାରିଛି। ଏପରିସ୍ଥିତିରେ ସୋମବାର ଏହାର ପ୍ରଭାବ ଶେୟାର ବଜାର ଉପରେ ପରିଲକ୍ଷିତ ହୋଇଛି। ନିବେଶକଙ୍କ ମଧ୍ୟରେ ଉତ୍ସାହ ଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ସୂଚକାଙ୍କ ୧୪୨୧.୯୦ ପଏଣ୍ଟ (୩.୭୫%) ବୃଦ୍ଧି ଘଟିଛି, ଯାହା କି ରେକର୍ଡ ଭାଙ୍ଗିଛି। ବିଏସ୍‌ଇ ସେନ୍‌ସେକ୍ସ ୩୯,୩୫୨.୬୭ ପଏଣ୍ଟ ସ୍ତର ଛୁଇଁଥିବା ବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୪୨୧.୧୦ ପଏଣ୍ଟ( ୩.୬୯%) ବୃଦ୍ଧି ଘଟି ୧୧,୮୨୮.୨୫ ସ୍ତରରେ ବନ୍ଦ ହୋଇଛି। ୩୦ ସୂଚକାଙ୍କ ବିଶିଷ୍ଟ ବିଏସ୍‌ଇରେ ସୋମବାର ଦୈନିକ କାରବାର ଗତ ୬ ବର୍ଷର ସର୍ବୋଚ୍ଚ ସ୍ତରରେ ରହିବା ସହ ଇଣ୍ଟ୍ରାଡେ ରେକର୍ଡ ୩୯,୪୧୨.୫୬ ପଏଣ୍ଟ ସ୍ତର ଛୁଇଁବାକୁ ସକ୍ଷମ ହୋଇଥିଲା। ସେହିଭଳି ନିଫ୍ଟି ଏହାର ଦୈନିକ କାରବାରରେ ୧୦ ବର୍ଷର ରେକର୍ଡକୁ ଭାଙ୍ଗିଥିବା ଜଣାପଡିଛି। ଏହି ସମୟରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣରେ ୫.୩୩ ଲକ୍ଷ କୋଟି ବୃଦ୍ଧି ଘଟିଥିବା ବେଳେ ନିବେଶକଙ୍କୁ ୫.୩୩ ଲକ୍ଷ କୋଟି ଟଙ୍କା ଲାଭ ହୋଇଥିବା ଷ୍ଟକ ବଜାର ସୂତ୍ରରୁ ଜଣାଯାଇଛି।
ବିଏସ୍‌ଇରେ ଏସ୍‌ବିଆଇ, ଇଣ୍ଡସଇଣ୍ଡ ବ୍ୟାଙ୍କ,ଟାଟା ମୋଟର୍ସ, ଏଲ ଆଣ୍ଡ ଟି, ୟେସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି,ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ମାରୁତି, ଓଏନ୍‌ଜିସି, ରିଲାଏନ୍ସ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଭଳି କମ୍ପାନୀଗୁଡିକର ଷ୍ଟକ କାରବାର ଉନ୍ନତ ରହିଛି। ଉକ୍ତ କମ୍ପାନୀଗୁଡିକର ଷ୍ଟକରେ ପ୍ରାୟ ୮.୫୧% ବୃଦ୍ଧି ଘଟିଛି। ଏହି ସମୟରେ ବଜାଜ ଅଟୋ ଏବଂ ଇନଫୋସିସର କାରବାର ୧.୦୪% ହ୍ରାସ ଘଟିଛି। ବିଏସ୍‌ଇର ମିଡ୍‌ କ୍ୟାପ ଏବଂ ସ୍ମଲ କ୍ୟାପ ସୂଚକାଙ୍କରେ କାରବାର ପ୍ରାୟ ୩.୫୭% ବଢିଛି।
ଏହାବାଦ ନିଫ୍ଟିରେ ପିଏସ୍‌ୟୁ ବ୍ୟାଙ୍କ, ରିୟଲିଟି, ଫାଇନାନ୍ସିଆଲ ସର୍ଭିସ,ବ୍ୟାଙ୍କିଙ୍ଗ ଷ୍ଟକ ଭଲ ପ୍ରଦର୍ଶନ କରିବା ସହ ୭.୮୮% ଉଚ୍ଚ ସ୍ତରରେ ରହିଛି। ରବିବାର ପ୍ରକାଶିତ ଏକ୍‌ଜିଟ ପୋଲ ଫଳାଫଳରେ କେନ୍ଦ୍ରର ଶାସନାଧୀନ ଏନ୍‌ଡିଏକୁ ୩୦୦ରୁ ଅଧିକ ଆସନ ମିଳିବ ବୋଲି କୁହାଯାଇଛି। ଲୋକସଭାରେ ସଂଖ୍ୟା ଗରିଷ୍ଠତା କୁହାଯାଉଥିବା ୨୭୨ ଆସନ ଠାରୁ ଏନ୍‌ଡିଏ ଅଧିକ ଆସନ ଲାଭ କରିବାକୁ ସକ୍ଷମ ହେବ ଆକଳନ କରାଯାଇଛି। ଏନ୍‌ଡିଏ ସରକାର ପୁଣି କ୍ଷମତାକୁ ଆସିଲେ ସଂସ୍କାର ଧାରା ଜାରି ରଖିବେ ବୋଲି ବଜାର ବିଶେଷଜ୍ଞ ମାନେ କହିଛନ୍ତି। ଏନ୍‌ଡିଏକୁ ସଂଖ୍ୟା ଗରିଷ୍ଠତା ମିଳିବା ନେଇ ଆକଳନ ହୋଇଥିବାରୁ ଏହାର ପ୍ରଭାବ ପୁଞ୍ଜି ବଜାର ଉପରେ ପଡିଥିବା ଏମ୍‌କେ ଓ୍ବେଲଥ ମ୍ୟାନେଜମେଣ୍ଟ ରିସର୍ଚ୍ଚର ମୁଖ୍ୟ ଯୋଶେପ ଥୋମାସ କହିଛନ୍ତି। ସେହିଭଳି ଦିନ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ୪୯ ପଇସା ବୃଦ୍ଧି ଘଟିଛି। ଏହା ବାଦ ବ୍ରେଣ୍ଟ କ୍ରୁଡ ମୂଲ୍ୟ ମଧ୍ୟ ବ୍ୟାରେଲ ପିଛା ୭୨.୬୧ ଡଲାର ରହିଛି। ଏଥିରେ ୧.୪୦% ବୃଦ୍ଧି ଘଟିଥିବା ବଜାର ସୂତ୍ରରୁ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri