ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଉଦ୍ୟୋଗ ଜଗତ ଚୁପ୍‌

ନୂଆଦିଲ୍ଲୀ,୨୧-୫: ଭାରତୀୟ ଉଦ୍ୟୋଗ ଜଗତ ସୋମବାର ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଚୁପ୍‌ ରହିଛି। କେହି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ରବିବାର ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ସରିବା ପରେ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ ଜାରି କରାଯାଇଥିଲା। ତଦନୁଯାୟୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଏଥିରେ ଦର୍ଶାଯାଇଛି। ତେବେ ନିର୍ବାଚନ ଫଳାଫଳ ଆସନ୍ତା ୨୩ରେ ପ୍ରକାଶ ପାଇବ। ଏ ସମ୍ପର୍କରେ ପ୍ରମୁଖ ଉଦ୍ୟୋଗ ଜଗତ ପ୍ରତିନିଧି ଫିକି, ଭାରତୀୟ ଉଦ୍ୟୋଗ ମହାସଂଘ(ସିଆଇଆଇ) ତଥା ଆସୋଚାମ୍‌ କୌଣସି ଟିପ୍ପଣୀ ଦେବାରୁ ଦୂରେଇ ରହିଛି। ଗୋଟିଏ ଉଦାହରଣରୁ ଏହା ସହଜରେ ବୁଝି ହେବ। ଚଳିତ ସପ୍ତାହରେ କ’ଣ କରିବାକୁ ହେବ ବୋଲି ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ସଚ୍ଚିଦାନନ୍ଦ ଶୁକ୍ଲା ଟୁଇଟ୍‌ ଜରିଆରେ ପ୍ରଶ୍ନ ପଚାରିବାରୁ ଏହାର ଉତ୍ତରରେ ଗ୍ରୁପ୍‌ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଚଳିତ ସପ୍ତାହରେ ଆମର ଏକମାତ୍ର ଗୋଟିଏ ଦିଗ ପ୍ରତି ନଜର ରହିଛି ବୋଲି ଉତ୍ତର ଦେଇଥିଲେ। ତାଙ୍କର ସ୍ପଷ୍ଟ ସଙ୍କେତ ମେ ୨୩ର ନିର୍ବାଚନ ଫଳାଫଳ ଆଡକୁ ଦର୍ଶାଉଛି। ଉଦ୍ୟୋଗ ଜଗତର ଅନ୍ୟତମ ପ୍ରତିନିଧି ପିଏଚ୍‌ଡିସିଆଇ ଅଧ୍ୟକ୍ଷ ରାଜୀବ ତଲଓ୍ବାର କହିଛନ୍ତି ଯେ, ଭାରତରେ ସମସ୍ତଙ୍କୁ ଜନତା ଜନାର୍ଦ୍ଦନଙ୍କ ଇଚ୍ଛାକୁ ସମ୍ମାନ ଦେବା ଉଚିତ୍‌। ଯଦି ମତଦାତାଙ୍କୁ ଲାଗୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ଲାଗି ନିର୍ବାଚିତ କରିବା ଆବଶ୍ୟକ, ତେବେ ଅନ୍ୟ କୌଣସି ବିଚାର ସହ ତୁଳନା କରିବା ଅନୁଚିତ ହେବ। ଯେତେବେଳେ ଦେଶର ମତଦାତା ଚାହିଁଛନ୍ତି, ସେମାନେ ସରକାର ବଦଳାଇ ଦେଇଛନ୍ତି। ଏଭଳି ସ୍ଥିତିରେ ମୋଦିଙ୍କୁ ଦ୍ୱିତୀୟଥର ଲାଗି ନିର୍ବାଚିତ କରାଗଲେ ଏହା ଦେଶର ଅର୍ଥନୀତି ପ୍ରତି ଭଲ ହେବ। ଅନ୍ୟପକ୍ଷରେ ଆର୍‌ପିଜି ଏଣ୍ଟରପ୍ରାଇଜେର୍ସ ଅଧ୍ୟକ୍ଷ ହର୍ଷ ଗୋଏଙ୍କା କହିଛନ୍ତି ଯେ, ଏହା ନିଶ୍ଚିତ ଯେ, ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାମର ପ୍ରଥମ ଅକ୍ଷର ‘ଏନ୍‌’ରୁ ଆରମ୍ଭ ହେବ। ବ୍ରୋକରେଜ କମ୍ପାନୀ ଏଡଲଭାଇସ ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି ଯେ, ଏନ୍‌ଡିଏ ସରକାରଙ୍କୁ ସ୍ପଷ୍ଟ ବହୁମତ ମିଳିଲେ ବଜାରରେ ଉତ୍ସାହ ବୃଦ୍ଧି ପାଇବ ଏବଂ ନୀତିଗତ ନିଷ୍ପତ୍ତିରେ ଧାରାବାହିକତା ବଜାୟ ରହିବ। ଅପରପକ୍ଷରେ କୋଟାକ୍‌ ଇନ୍‌ଷ୍ଟିଚ୍ୟୁଶନାଲ ସିକ୍ୟୁରିଟିଜ ପକ୍ଷରୁ ସୋମବାର ଏକ ବିବୃତି ଜାରି କରି କୁହାଯାଇଛି ଯେ, ନିର୍ବାଚନ ଫଳାଫଳ ବଜାରର ଆଶା ଅନୁରୂପ ଆସିଲେ ୨୩ ପରେ କିଛି ସମୟ ପାଇଁ ସେନ୍‌ସେକ୍ସରେ ବୃଦ୍ଧି ଦେଖିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri