ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟା: ‘ଗ୍ରନ୍ଥ ବି ସମାଜରେ ବିପ୍ଳବ ଆଣିପାରେ’

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସାହିତ୍ୟ ଉପରେ ଆଧାରିତ ଲିଖିତ ଗ୍ରନ୍ଥ ହୋମରୁଲ୍‌ ଓ ସର୍ବୋଦୟ ବେସ୍‌ ହୃଦୟସ୍ପର୍ଷୀ। ଆଦର୍ଶ ଓ ସମନ୍ବୟର ଏହି ଗ୍ରନ୍ଥ ମାଧ୍ୟମରେ ଗାନ୍ଧୀ ସମାଜକୁ ଦିଗ୍‌ଦର୍ଶନ ଦେବାକୁ ଚେଷ୍ଟା କରିଛନ୍ତି। ସେହିପରି ଆମେରିକାରେ ପ୍ରକାଶିତ ଗ୍ରନ୍ଥ ଅଙ୍କଲ ଷ୍ଟମ୍ପ କେବିନ୍‌ କ୍ରୀତଦାସ ପ୍ରଥା ବିରୋଧରେ ସଂଗ୍ରାମ ସୃଷ୍ଟି କରି ପାରିଥିଲା। ଏଥିରୁ ସ୍ପଷ୍ଟ ଯେ ଗ୍ରନ୍ଥ ବି ସମାଜରେ ବିପ୍ଳବ ଆଣିପାରେ। ସୋମବାର ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟାରେ ଅନୁଷ୍ଠିତ ସାହିତ୍ୟ ଆସରେ ଅତିଥିଭାବେ ଯୋଗଦେଇ ଇଂ. ପ୍ରଭାକର ସ୍ବାଇଁ ଏହା କହିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡିଆରେ ଆୟୋଜିତ ଉତ୍ସବରେ ସେ କହିଥିଲେ, ଏ ମାଟିର ଆଦିକବି ସାରଳା ଦାସଙ୍କ ଦ୍ୱାରା ରଚିତ ଓଡ଼ିଆ ମହାଭାରତ ଓଡ଼ିଆ ସାହିତ୍ୟକୁ ୬୦୦ ବର୍ଷ ଧରି ବଞ୍ଚାଇ ରଖି ପାରିଛି। ଯାହାକି ବିଶ୍ୱ ସାହିତ୍ୟରେ ବିସ୍ମୟ। ଅନ୍ୟତମ ସମ୍ମାନିତ ଅତିଥି ପ୍ରାଧ୍ୟାପକ ସୁଧା ଦାଶ ମଧ୍ୟ ଓଡ଼ିଆ ମହାଭାରତର ଗାରିମା ଉପରେ ବଖାଣିଥିଲେ। ସେ କହିଥିଲେ, ପୂର୍ବ ଭାରତର ପ୍ରଥମ କ୍ରାନ୍ତୀୟ ଭାଷାର ମହାକାବ୍ୟ ହେଉଛି ଓଡ଼ିଆ ମହାଭାରତ। ଏଭଳି ଗ୍ରନ୍ଥ ମା’ଶାରଳାଙ୍କ ଆଶୀର୍ବାଦରୁ ଆଦିକବି ସାରଳା ଦାସ ଏ ମାଟିରେ ରଚନା କରି ଜିଲାକୁ ଗୌରବାନ୍ବିତ କରି ପାରିଛନ୍ତି। ଓଡ଼ିଆ ସାହିତ୍ୟର ଆଦି ଯୁଗ ଏ ଜିଲାରୁ ଆରମ୍ଭ ହୋଇଥିବାରୁ ଜଗତ୍‌ସିଂହପୁରର ଭୂୟସୀ ପ୍ରଶଂସା କରିଥିଲେ। ତେଣୁ ଲୋକଭାଷା ଆଡକୁ ସାହିତ୍ୟ ପାଖେଇବ ସାହିତ୍ୟ ସମ୍ଭୃଦ୍ଧ ହେବ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାଧ୍ୟାପକ ବ୍ରଜସୁନ୍ଦର ମିଶ୍ର ଅତିଥି ଭାବେ ଯୋଗଦେଇ ଗୋଟିଏ ଗୋଟିଏ ବହି ସମାଜକୁ କିପରି ବଦଳାଇ ଦେଇପାରେ ତା’ଉପରେ ବର୍ଣ୍ଣନା କରିଥିଲେ। ଉଦାହରଣ ଶୈଳୀରେ କହିଥିଲେ, ଚାର୍ଲସ୍‌ ଡିକେନ୍‌ଙ୍କ ଦ୍ୱାରା ରଚିତ ଅଲିଭର ଟ୍ବିଷ୍ଟ ହେଉ ଅବା ମହାଭାରତ। ଏଭଳି ପୁସ୍ତକ, ଗ୍ରନ୍ଥ ସମାଜ ବଦଳାଇ ଦେବାର ସାମର୍ଥ୍ୟ ରଖିଥାଏ। ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ସାହିତ୍ୟ କହିଥିଲେ, ଯେଉଁ ସାହିତ୍ୟରେ ସମାଜ ପାଇଁ ବାର୍ତ୍ତା ନାହିଁ ତାହା ସାହିତ୍ୟ ପଦବାଚ୍ୟ ନୁହେଁ। ପ୍ରତ୍ୟେକ ବ୍ୟକ୍ତିର ପରିଚୟ ସେ ପାଖରେ ରଖିଥିବା ପୁସ୍ତକରୁ ହିଁ ମିଳିଥାଏ ବୋଲି ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ ଜଗତ୍‌ସିଂହପୁର ସାଂସ୍କୃତିକ ପରିଷଦ କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ। ସ୍ବାଗତ ଭାଷଣ, ଧନ୍ୟବାଦ ଦେଇଥିଲେ ଯଥାକ୍ରମେ ଅମରଜ୍ୟୋତି ସାହୁ ଓ ମାନସ କାନୁନ୍‌ଗୋ। ପରିଷଦ ସମ୍ପାଦକ ସାରଦା ଦାସ, ଯୁଗ୍ମ ସମ୍ପାଦକ ସୁଧୀର ମହାନ୍ତି, ଉପାଧ୍ୟକ୍ଷ ବିଜୟ ରାଉତ, ଯୁଗ୍ମ ସମ୍ପାଦକ ନରେଶ ଦାଶ ଓ କୋଷାଧ୍ୟକ୍ଷ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri