ଏଏସ୍‌ଆଇର ସୁରକ୍ଷିତ ବଳୟରେ ନିର୍ମାଣ କଟକଣା ବଢିଲା: ଫୋକସ୍‌ରେ ରାଜାରାଣୀ, ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର, ୧୪ା୯ (ଡି.ଏନ.ଏ.): ମନ୍ଦିର ମାଳିନୀ ଏକାମ୍ରକ୍ଷେତ୍ର ସରକାରୀ ଉଦାସୀନତା ଓ ଜବରଦଖଲକାରୀଙ୍କ ଦୌରାମ୍ୟରୁ ନିଜକୁ ରକ୍ଷା କରିପାରିନାହିଁ। ଏହିକ୍ରମରେ ଶୁକ୍ରବାର ଶିଶୁପାଳଗଡ଼ ରାମପାଟ୍‌ ହୋଇଯିବ ନିଶ୍ଚିହ୍ନ ଶୀର୍ଷକ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ତପତ୍ରତା ପ୍ରକାଶ ପାଇଛି। ବିଶେଷକରି ଏଏସ୍‌ଆଇର କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇଛନ୍ତି। ଐତିହ୍ୟ ସ୍ଥଳଗୁଡିକଠାରୁ ୧୦୦ ମିଟର ସୁରକ୍ଷା ବଳୟ ମଧ୍ୟରେ ବେଆଇନ ନିର୍ମାଣ ଏବଂ ଖନନ ହୋଇଥିବାବେଳେ ବିଭିନ୍ନ ମନ୍ଦିର ପରିସର ଖନନ ଏବଂ ମନ୍ଦିରଠାରୁ ମାତ୍ର ୫୦ରୁ ୮୦ ମିଟର ଦୂର ନିଷିଦ୍ଧାଞ୍ଚଳ ଥିବା ବେଳେ ଏହାର ଓଲଟା ଦେଖିବାକୁ ମିଳୁଛି। ଶ୍ରୀଲିଙ୍ଗରାଜ ମନ୍ଦିର ମେଘନାଦ ପାଚେରିକୁ ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଲକ୍ଷାଧିକ ଟଙ୍କାର ଶେଡ ନିର୍ମାଣ କରାଯିବା ଉପରେ ଏଏସ୍‌ଆଇ ପକ୍ଷରୁ ରୋକ ଲଗାଯାଇଥିଲା। ହେଲେ ସେଠାରେ ନିରବଚ୍ଛିନ୍ନ ଭାବେ କାମ ଚାଲୁଥିବାରୁ ଏହା ବୁଦ୍ଧିଜୀବୀଙ୍କ ସମେତ ଶ୍ରଦ୍ଧାଳୁ ଏବଂ ସେବାୟତଙ୍କୁ ବ୍ୟଥିତ କରିଛି। ବୈତାଳ ମନ୍ଦିର, ସୂକ୍ଷ୍ମେଶ୍ୱର ମନ୍ଦିର, ଶ୍ରୀଅନନ୍ତ ବାସୁଦେବ ମନ୍ଦିରରେ ବେଆଇନ ନିର୍ମାଣ କାମ ଚାଲୁଅଛି। ଏବେ ରାଜାରାଣୀ ମନ୍ଦିରର ୧୦୦ ମିଟର ପରିସରରେ ନିର୍ମାଣ ପାଇଁ କଟକଣା ସତ୍ତ୍ୱେ ସେଠାରେ କାମ ଚାଲିଥିବା ନେଇ ବିଡିଏ ଏବଂ ବିଏମ୍‌ସିରେ ଅଭିଯୋଗ କରାଯାଇଛି। ଏ ସମସ୍ତ ଘଟଣାକୁ ଗୁରୁତ୍ୱର ଭାବେ ଗ୍ରହଣ କରି ବେଆଇନ ନିର୍ମାଣକୁ ବିରୋଧ କରିବାକୁ ଯାଇ ରାଜାରାଣୀ ମନ୍ଦିର ସମେତ ଅନ୍ୟ ମନ୍ଦିରରେ ସମ୍ପୃକ୍ତ ନିର୍ମାଣକାରୀଙ୍କୁ ନୋଟିସ ଦିଆଯିବା ପାଇଁ ସ୍ଥିର ହୋଇଥିବା ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି। ସୂଚନାଥାଉକି ସାଧାରଣ ଲୋକଙ୍କ ଗୃହ ନିର୍ମାଣ ନିମନ୍ତେ କାଗଜପତ୍ରରେ ବିଭିନ୍ନ କଟକଣା ରହିଥିଲେ ହେଁ ମନ୍ଦିର ମଧ୍ୟରେ ହେଉଥିବା ନିର୍ମାଣ ନିମନ୍ତେ କୌଣସି ନୀତିନିୟମକୁ ନ ଦେଖି ବିଭାଗୀୟ ଅଧିକାରୀମାନେ ଜନପ୍ରତିନିଧି ପାଣ୍ଠି ଖର୍ଚ୍ଚ ଆଳରେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri