Posted inଖେଳ

ଏଏଫ୍‌ସି ‘ପ୍ଲେୟାର ଅଫ୍‌ ଇୟର ପୁରସ୍କାର’ ଦୌଡ଼ରେ ଆଶାଲତା

ପୁଣେ,୧୭।୧୧ (ପି.ଟି.)- ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟିକା ଆଶାଲତା ଦେବୀ ଏକ ବଡ଼ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଏସିଆନ ଫୁଟବଲ୍‌ କନ୍‌ଫେଡେରେଶନ (ଏଏଫ୍‌ସି) ‘ପ୍ଲେୟାର ଅଫ୍‌ ଦି ଇୟର’ ପୁରସ୍କାର ମହିଳା ବର୍ଗ ଲାଗି ତାଙ୍କ ନାମ ନୋମିନେଟ ବା ମନୋନିତ କରାଯାଇଛି। ଏହି ସମ୍ମାଜନକ ପୁରସ୍କାର ଦୌଡ଼ରେ ବିଶ୍ୱର ଅନ୍ୟ ଦୁଇ ଶ୍ରେଷ୍ଠ ଖେଳାଳି ଚାଇନାର ଲି ୟିଙ୍ଗ୍‌ ଓ ଜାପାନର ସାକି କୁମାଗାଇ ସାମିଲ ହୋଇଛନ୍ତି। ଗତ ଏକ ବର୍ଷ ହେବ ଆଶାଲତା ଜବରଦସ୍ତ ପ୍ରଦର୍ଶନ କରିବା ସହ ଭାରତର ନେତୃତ୍ୱ ନେଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୨୦୧୯ ସାଫ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିବା ସହ ଅଲିମ୍ପିକ ୨୦୨୦ କ୍ୱାଲିଫାୟର୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲା। ଜଣେ ଡିଫେଣ୍ଡର ହିସାବରେ ଆଶାଲତାଙ୍କ ପ୍ରଦର୍ଶନ ସବୁବେଳେ ଉଚ୍ଚକୋଟୀର ରହିଆସିଛି। ତାଙ୍କ ପ୍ରଦର୍ଶନ ବଳରେ କ୍ଳବ୍‌ ସେଥୁ ଏଫ୍‌ସି ଇଣ୍ଡିଆନ ଓମେନ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ଚାମ୍ପିୟନ ହୋଇଥିଲା। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ତାଙ୍କୁ ୨୦୧୮-୧୯ ସିଜନ ପାଇଁ ଓମ୍ୟାନ ପ୍ଲେୟାର ଅଫ୍‌ ଦି ଇୟର ଭାବେ ପୁରସ୍କୃତ କରିଥିଲା। ସେହିପରି ଏଆଇଏଫ୍‌ଏଫ୍‌ ମଧ୍ୟ ‘ଏଏଫ୍‌ସି ପ୍ରେସିଡେଣ୍ଟ ରେକଗନିଶନ ଆଓ୍ବାଡର୍‌ସ ଫର ଗ୍ରାସ୍‌ ରୁଟ ଲିଭେଲ(ଡେଭଲପିଙ୍ଗ୍‌)’ ପୁରସ୍କାର ପାଇଁ ଦୌଡ଼ରେ ସାମିଲ ହୋଇଛି। ଏଆଇଏଫ୍‌ଏଫ୍‌ ସହିତ ଦି ହଂକଂ ଫୁଟବଲ ଆସୋସିଏଶନ ଲିମିଟେଡ ଓ ଫୁଟବଲ ଆସୋସିଏଶନ ଅଫ୍‌ ସିଙ୍ଗାପୁର ମଧ୍ୟ ଏହି ସମ୍ମାନଜନକ ପୁରସ୍କାର ଦୌଡ଼ାରେ ସାମିଲ ହୋଇଛନ୍ତି। ଆସନ୍ତା ଡିସେମ୍ବର ୨ ତାରିଖରେ ହଂକଂରେ ଏଏଫ୍‌ସି ବାର୍ଷିକ ପୁରସ୍କାର ଘୋଷଣା କରାଯିବ। ସେତେବେଳେ ଆଶାଲତା ସାଉଥ୍‌ ଏସିଆନ ଗେମ୍ସ ଖେଳିବା ପାଇଁ କାଠମାଣ୍ଡୁରେ ଥିବେ। ଏହି ପ୍ରତିଯୋଗିତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।
ପୁରସ୍କାର ପାଇଁ ମନୋନିତ ହୋଇଥିବାରୁ ଆଶାଲତା ଦେବୀ ଖୁସି ଜାହିର କରିଛନ୍ତି। ଜଣେ ଡିଫେଣ୍ଡର ହୋଇଥିବାରୁ ଏହି ପୁରସ୍କାର ପାଇଁ ମନୋନିତ ହେବି ବୋଲି ଭାବି ନ ଥିଲି। ସାଧାରଣତଃ ଷ୍ଟ୍ରାଇକର କିମ୍ବା ମିଡ୍‌ଫିଲ୍ଡରମାନେ ଏହି ପୁରସ୍କାର ହାସଲ କରିଥାନ୍ତି ବୋଲି ଆଶାଲତା କହିଛନ୍ତି। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରୁ ଆସିଥିବା ଆଶାଲତା ୧୫ ବର୍ଷ ନ ହେବା ପର୍ଯ୍ୟନ୍ତ ଫୁଟବଲରେ କ୍ୟାରିୟର ଗଢ଼ି ହେବ ବୋଲି ଭାବି ନ ଥିଲେ। ୨୦୦୮ରେ ଗ୍ବାଲିୟରରେ ଅନୁଷ୍ଠିତ ୧୭ ବର୍ଷରୁ କମ ପ୍ରଶିକ୍ଷଣ ଶିବିରରେ ସାମିଲ କରାଯାଇଥିଲ। ଏହାପଠାରୁ ସେ ପଛକୁ ଫେରିଚାହିଁନାହାନ୍ତି। ଏହି ବର୍ଷ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri