ଏଇ ଭାରତରେ

ଅନ୍ୟର ଉପକାର କରିବା ପାଇଁ ବେଳେବେଳେ ମଣିଷ କିଛି ନିଆରା କାମ କରିଥାନ୍ତି ଯାହା କରୁଛନ୍ତି ରାଜସ୍ଥାନ ଉଦୟପୁର ନିବାସୀ ଅଶୋକ ପାଲିଓ୍ବାଲ। କ୍ୟାନ୍‌ସର ରୋଗୀଙ୍କଠାରେ ସକାରାତ୍ମକ ଭାବନାର ଆବଶ୍ୟକତାକୁ ଉପଲବ୍ଧି କରି ସେ ଏଥିପାଇଁ ଆରମ୍ଭ କରିଛନ୍ତି ‘କେଶ ଦାନ ଅଭିଯାନ’। କେମୋଥେରାପିରେ କ୍ୟାନ୍‌ସର ପୀଡିତଙ୍କ ମୁଣ୍ଡରୁ କେଶ ଝଡ଼ିଯାଏ। ମୁଖ୍ୟତଃ ମହିଳାମାନେ ଏହି ପରିସ୍ଥିତିରେ ମାନସିକ ବିଷାଦର ଶିକାର ହୋଇଥାନ୍ତି। ଏଣୁ ସେମାନଙ୍କ ସମସ୍ୟା ଦୂରକରିବା ଲାଗି ପାଲିଓ୍ବାଲ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ମିଳୁଥିବା କେଶକୁ ମାଗଣାରେ କ୍ୟାନ୍‌ସର ରୋଗୀଙ୍କ ନିକଟରେ ପହଞ୍ଚାଉଛନ୍ତି। ଏବେ ସୁଦ୍ଧା ୭୦ରୁ ଊର୍ଦ୍ଧ୍ୱ ଲୋକ କେଶ ଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ସ୍କୁଲ ଛାତ୍ରୀଙ୍କ ସଂଖ୍ୟା ସବୁଠୁ ବେଶି। ଦାନରେ ମିଳୁଥିବା କେଶକୁ ଅଶୋକ ଓ୍ବିଗ୍‌ ପ୍ରସ୍ତୁତ କରୁଥିବା ସଂସ୍ଥାକୁ ଦେଉଛନ୍ତି ଓ ପରେ ତାକୁ କ୍ୟାନ୍‌ସର ରୋଗୀଙ୍କୁ ବିନା ଦେୟରେ ଉପଲବ୍ଧ କରାଉଛନ୍ତି। ଏହି ଅଭିଯାନରେ ଅଶୋକ ଉଦୟପୁର ରୋଟାରି କ୍ଳବ୍‌, ସର୍ବଭାରତୀୟ ହେୟାର ବ୍ୟୁଟି ଆସୋସିଏଶନ, ଲେକ୍‌ସିଟି ବ୍ୟୁଟି ମଣ୍ଡଳ ସମେତ ଗୀତାଞ୍ଜଳି ମେଡିକାଲ କଲେଜକୁ ସାମିଲ କରିବାରେ ସକ୍ଷମ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri