ଏଇ ଭାରତରେ

ଯେତେ ବାଧା ଥାଉ ପଛେ ମତଦାନ ଏକ ଅଧିକାର ଓ ରାଷ୍ଟ୍ର ନିର୍ମାଣରେ ପ୍ରତିଟି ମତର ମୂଲ୍ୟ ରହିଛି, ଯାହା ପ୍ରତିପାଦିତ ହୋଇଛି ଛତିଶଗଡ଼ର ଚିତ୍ରକୋଟ ବିଧାନସଭା ଉପନିର୍ବାଚନରେ। ସଡ଼କ ନାହିଁ, ପାହାଡ଼ିଆ ରାସ୍ତାରେ ଏହି ନିର୍ବାଚନମଣ୍ଡଳୀର ମତଦାତାମାନେ ୧୦ରୁ ୨୦ କିଲୋମିଟର ଚାଲି ଚାଲି ଯାଇ ମତଦାନ କରିଛନ୍ତି। କେଉଁ ପାର୍ଟିରୁ କିଏ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ତାହା ନ ଜାଣି ବି ମତଦାନ କରିଛନ୍ତି ଏଠାକାର ମତଦାତାମାନେ। ପହଞ୍ଚିବାରେ ଥିବା ବାଧାକୁ ଦୃଷ୍ଟିରେ ରଖି ଉକ୍ତ ନିର୍ବାଚନମଣ୍ଡଳୀର ସୁଲେଙ୍ଗା ମତଦାନ କେନ୍ଦ୍ରକୁ ସତସପୁର ପ୍ରାଥମିକ ସ୍କୁଲକୁ ସ୍ଥାନାନ୍ତର କରାଯାଇଥିଲା। ମତଦାତାମାନଙ୍କୁ ପାହାଡ଼ ପାର ହୋଇ ସତସପୁରରେ ପହଞ୍ଚିବା ପାଇଁ ୧୦ କିଲୋମିଟରରୁ ଊର୍ଦ୍ଧ୍ୱ ଚାଲିବାକୁ ପଡିଛି। କେବଳ ଏତିକି ନୁହେଁ କୁଡୁମଖୋଦରା ମତଦାନ କେନ୍ଦ୍ରକୁ ବସିପୁରସ୍ଥିତ ବାଳକ ଆଶ୍ରମକୁ ସ୍ଥାନାନ୍ତର କରାଯାଇଥିଲା। ମତଦାନ କରିବା ପାଇଁ ମତଦାତାମାନେ ୨୦ କିଲୋମିଟର ଚାଲି ଚାଲି ବୁଥ୍‌ରେ ପହଞ୍ଚିଥିଲେ। ସକାଳୁ ଉଠି ସେମାନେ ମତଦାନ କେନ୍ଦ୍ର ଅଭିମୁଖେ ଚାଲିବା ଆରମ୍ଭ କରିଦେଇଥିଲେ। ଯିଏ ଜିିତିବେ ସେ ଗାଁ ଯାଏ ସଡ଼କ ନିର୍ମାଣ କରିଦେବେ ବୋଲି ଭାବି ସେମାନେ ଏପରି ସବୁଥର ଭୋଟ ଦେଉଛନ୍ତି। ମତଦାତାମାନଙ୍କ ମଧ୍ୟରୁ ଅଧିକାଂଶ କେଉଁ ଦଳରୁ କିଏ ନିର୍ବାଚନ ଲଢୁଛନ୍ତି ତାହା ଜାଣି ନ ଥିଲେ ବି ପାର୍ଟିକୁ ଲକ୍ଷ୍ୟ କରି ଭୋଟ ଦେଇଛନ୍ତି। ଏମିତିକି ପ୍ରାର୍ଥୀମାନଙ୍କ ନାମ ଜାଣିବାର ଆବଶ୍ୟକତା ନାହିଁ ବୋଲି ଅନେକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri