ଏଇ ଭାରତରେ

ଜଣେ ସାଧାରଣ ରିକ୍ସାଚାଳକ ଅବହେଳିତ, ଗରିବ ଏବଂ ଅନାଥ ପିଲାଙ୍କ ଜୀବନ ଗଢିବାରେ ସବୁ ଉତ୍ସର୍ଗ କରିଦେବା କିଛି କମ୍‌ କଥା ନୁହେଁ। ଦୃଢ଼ ସଙ୍କଳ୍ପ ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଏଭଳି କାର୍ଯ୍ୟ କରୁଛନ୍ତି ପଶ୍ଚିମବଙ୍ଗ ସିଲିଗୁଡିନିବାସୀ ଶିବ କଟ୍‌ଓ୍ବାଲ। ସେ ଇ-ରିକ୍ସା ଚଲାଇ ୧୯ ବର୍ଷ ହେବ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ସାକ୍ଷରତା ଅଭିଯାନରେ ତାଙ୍କ ଭୂମିକା ମଧ୍ୟ ଉଲ୍ଲେଖନୀୟ। ତାଙ୍କୁ ଲୋକମାନେ ଲେକ ବାହାଦୁର ନାମରେ ବି ଜାଣନ୍ତି। ପିଲାମାନେ ବି ତାଙ୍କୁ ମାଷ୍ଟରଜୀ ବୋଲି ସମ୍ବୋଧନ କରନ୍ତି। କଟ୍‌ଓ୍ବାଲ ୯ମ ଯାଏ ପଢିଛନ୍ତି। ପରିବାରର ସ୍ଥିତି ଭଲ ନ ଥିବାରୁ ସେ ପାଠପଢା ଛାଡିଦେଇ ଚାକିରି ପାଇଁ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ଏକ ହୋଟେଲରେ ପରିବା କାଟିବା ଏବଂ ବାସନ ମାଜିବା କାର୍ଯ୍ୟ କରୁଥିଲେ। ବେଙ୍ଗାଲୁରୁରେ ନିର୍ଯାତନାର ଶିକାର ହେବାପରେ ସେଠାରୁ ଫେରିବା ସମୟରେ ଏକ ଚା’ ବଗିଚା ପାଖରେ ସେ ଚାରିପାଞ୍ଚ ଜଣ ଗରିବ ପିଲା ବୁଲୁଥିବା ଦେଖିବାକୁ ପାଇଥିଲେ। ଏମାନେ ବଡ଼ ହେଲେ ତାଙ୍କ ଭଳି ଦୁର୍ଦ୍ଦଶା ଯେମିତି ନ ଭୋଗିବେ ଓ ଭଲ ଶିକ୍ଷା ପାଇବେ, ଏହି ସଙ୍କଳ୍ପ ନେଇ ସେ ୨୦୦୦ ମସିହାରେ ଏକ କ୍ଲବ୍‌ ଘରେ ୭ ଜଣ ପିଲାଙ୍କୁ ଶିକ୍ଷାଦାନ ଆରମ୍ଭ କରିଥିଲେ।
ପରେ ସେହି ପାଠଶାଳାର ନାମ ‘ଖୁସି ପାଠଶାଳା’ ରଖିଥିଲେ। ଏବେ କଟ୍‌ଓ୍ବାଲ ସେଠାରେ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ପଢାଉଛନ୍ତି। ରିକ୍ସା ଚଲାଇ ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରୁଛନ୍ତି। ସରକାରୀ କିମ୍ବା ବେସରକାରୀ ସ୍ତରରୁ କିଛି ବି ସାହାଯ୍ୟ ପାଇନାହାନ୍ତି। ଏବେ ତାଙ୍କ ପାଠଶାଳାରେ ୩୭ ଜଣ ପିଲା ପଢୁଛନ୍ତି। କେବଳ ଶିକ୍ଷା ନୁହେଁ, ସମର କଳା, ଜୁଡୋ, କରାଟେ ବି ଶିକ୍ଷା ଦିଆଯାଉଛି ଏହି ପାଠଶାଳାରେ। ଗରିବ ପିଲାମାନଙ୍କୁ ଶିକ୍ଷା ସହ ବ୍ୟକ୍ତିତ୍ୱ ଓ ଆଚରଣ ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ଦେଉଛନ୍ତି। ସମାଜର ଦୁଃଖକୁ ଅନୁଭବ କରିବା ପାଇଁ ପ୍ରତି ବର୍ଷ ପିଲାମାନଙ୍କୁ ବୃଦ୍ଧାଶ୍ରମ ଓ ଅନାଥାଶ୍ରମକୁ ବୁଲାଇବାକୁ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri