ଏଇ ଭାରତରେ

ଜଳାଭାବ କେବଳ ମଣିଷକୁ ନୁହେଁ ମହାବିନାୟକଙ୍କୁ ବି ସଙ୍କଟରେ ପକାଇଦେଇଛି। ଏମିତି ପରିସ୍ଥିତି ଦେଖାଦେଇଛି ମହାରାଷ୍ଟ୍ରର ଲାଟୁର୍‌ରେ। ସେଠାରେ ବିନାୟକଙ୍କ ମୂର୍ତ୍ତି ବିସର୍ଜନ ହେଉନି। ପୂଜା ମଣ୍ଡପଗୁଡିକ ମୂର୍ତ୍ତିକୁ ଜିଲା ପ୍ରଶାସନ ଓ ମୂର୍ତ୍ତି କାରିଗରଙ୍କୁ ଦାନ କରିଦେଉଛନ୍ତି। କେତେକ ମଣ୍ଡପ ତାହାକୁ ଆସନ୍ତା ବର୍ଷ ପୂଜା କରାଯିବାକୁ ନିଷ୍ପତ୍ତି ବି ନେଇଛନ୍ତି। ମରୁଡ଼ି ପରିସ୍ଥିତି ଯୋଗୁ ୩ ବର୍ଷ ହେବ ଲାଟୁରକୁ ପ୍ରତି ୧୫ ଦିନରେ ଥରେ ପାଣି ଯୋଗାଯିବା ସହ ନିୟମିତ ୧୨୫ଟି ଟ୍ୟାଙ୍କର୍‌ ଯୋଗେ ପିଇବା ପାଣି ଦିଆଯାଉଛି। ଲାଟୁର ଜିଲାପାଳ, ଗଣପତି ପୂଜା ମଣ୍ଡପ, ପୋଲିସ ତଥା ସମାଜିକ କର୍ମୀଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୫୯ଟି ମଣ୍ଡପ ମୂର୍ତ୍ତିକୁ ଆସନ୍ତା ବର୍ଷ ପୁନଃସଂସ୍ଥାପନ କରିବାକୁ ରାଜି ହୋଇଛନ୍ତି, ୧୨ଟି ମଣ୍ଡପ ମୂର୍ତ୍ତି କାରିଗରଙ୍କୁ ଦେଇ ଦେଇଛନ୍ତି। ସେଠାକାର ହନୁମାନ ସାଂସ୍କୃତିକ ଗଣେଶ ମଣ୍ଡପରେ ୧୮ ବର୍ଷ ହେବ ଫାଇବର ଗଣେଶ ମୂର୍ତ୍ତି କରାଯାଇ ତାହାକୁ ପାଣି ଛିଞ୍ଚି ବିସର୍ଜନ କରାଯାଇ ପୁଣି ଆର ବର୍ଷକୁ ରଖାଯାଉଛି। ଏମିତି ୧୮ ବର୍ଷ ହେବ ପୂଜା ଚାଲିଛି ବୋଲି କହନ୍ତି ଏହି ମଣ୍ଡପର ସଭାପତି। ବିସର୍ଜନ ଉସତ୍ବରେ ଯାହା ଖର୍ଚ୍ଚ ହେବା କଥା ସେହି ପରିମାଣର ଅର୍ଥ ସେଠାକାର ବାସିନ୍ଦାଙ୍କ ପାଇଁ ପାଣି ଟାଙ୍କି ନିର୍ମାଣ କରିବାରେ ବ୍ୟୟ କରୁଛନ୍ତି ବୋଲି କହନ୍ତି ରାଜ ଗଣେଶ ମଣ୍ଡପର ସଭାପତି ଶ୍ୟାମ ଯାଦବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri