ଋଷିକୂଲ୍ୟାରେ ଭାସିଯାଇ ନିଖୋଜ ଥିବା ସିଲିଙ୍କ ମୃତଦେହ ଉଦ୍ଧାର

ଶେରଗଡ଼/ହିଞ୍ଜିଳିକାଟୁ,୨୬ା୮ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଋଷିକୂଲ୍ୟା ନଦୀକୁ ଯାଇ ୫ ଯୁବତୀ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଏହି ଘଟଣାରେ ନିଖୋଜ ଥିବା ସିଲି ବେହେରାଙ୍କ ମୃତହେହ ସୋମବାର ସକାଳେ ହିଞ୍ଜିଳିକାଟୁ ବ୍ଲକ ଗିରିଆ ନଦୀତଟରୁ ଉଦ୍ଧାର ହୋଇଛି। ସକାଳେ ଗିରିଆ ନଦୀ ତଟରେ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ସିଲିଙ୍କ ପରିବାରଙ୍କୁ ସୂଚନା ଦେଇଥିଲା। ପରିବାରବର୍ଗ ପହଞ୍ଚି ସିଲିଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ପୋଲିସ (କେସ୍‌ ନଂ.୨୧/୧୯)ରେ ଅପମୃତ୍ୟୁ ମାମଲା ରୁଜୁକରି ମୃତହେହ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସିଲିଙ୍କ ମୃତ୍ୟୁ ଖବର ପାଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ରବିବାର ପୂର୍ବାହ୍ନରେ ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଋଷିକୂଲ୍ୟା ନଦୀକୁ ଯାଇ ୫ ଜଣ ଯୁବତୀ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ତେବେ ସିଲି ନିଖୋଜ ଥିଲେ। ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ନଦୀର ବିଭିନ୍ନ ସ୍ଥାନରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ସିଲିଙ୍କ ପତ୍ତା ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୂପସାରେ ରାବଣ ପୋଡ଼ି

ରୂପସା,୮ା୧୦ (ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଆଙ୍କୋ ଶତାଦ୍ଧୀ କ୍ଲବ ଆନୁକୂଲ୍ୟରେ ୩୧ ତମ ରାବଣପୋଡ଼ି ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି...

କର୍ଲାମୁଣ୍ଡା ବ୍ଲକ ଶିକ୍ଷା ସହାୟକ ସଂଘର ନୂତନ କର୍ମକର୍ତ୍ତା ଚୟନ: ମନୋଜ ଦାସ ହେଲେ ସଭାପତି

କର୍ଲାମୁଣ୍ଡା,୨୬।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ୨୦୧୮ ବ୍ୟାଚର କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ କେସିଙ୍ଗାସ୍ଥିତ ବେଲଖଣ୍ଡି ଶିବ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଏକ...

ସୋଲା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ୨୭।୧୨(ସ୍ବ.ପ୍ର.)-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷ ଓ ଚାଷୀ ମାନଙ୍କ ବିକାଶ କଥା କହୁଛନ୍ତି । କିନ୍ତୁ କେନ୍ଦୁଝର ଜିଲାରେ ଧାନ ସହିତ...

ରିଟେଲର ନେଇଛନ୍ତି ଏକାଧିକ କାର୍ଡ

ଯାଜପୁର ଅଫିସ, ୩୦।୭:ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ରିଟେଲରମାନେ ତାଙ୍କ ପରିବାରବର୍ଗଙ୍କ ନାମରେ ଏକାଧିକ ରାଶନକାର୍ଡ ଓ ଅନ୍ତ୍ୟୋଦୟ କାର୍ଡ ହାତେଇଥିବା ସୂଚନା...

ବଲାଙ୍ଗୀର ରେଳ ଷ୍ଟେଶନରେ ପହଞ୍ଚିଲେ ୧୨୬୩ ପ୍ରବାସୀ

ବଲାଙ୍ଗୀର ଅଫିସ,୨୮ା୬-ସ୍ବତନ୍ତ୍ର ଟ୍ରେନ ଯୋଗେ ତିରୁପତିରୁ ବଲାଙ୍ଗୀର ରେଳ ଷ୍ଟେସନରେ ରବିବାର ୧୨୬୩ ପ୍ରବାସୀ ଶ୍ରମିକ ପହଞ୍ଚିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସେଠାରେ...

ଉଷା ପାଢ଼ୀଙ୍କ ବିରୋଧରେ ଗିରଫ ପରୱାନା

କଟକ ଅଫିସ,୧୨। ୯: ପ୍ରାଥମିକ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ତତ୍କାଳୀନ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ଉଷା ପାଢ଼ୀଙ୍କ ବିରୋଧରେ ଶୁକ୍ରବାର ରାଜ୍ୟ...

ପଦାହେଲାଣି ବିପ୍ରଡ଼ିହ ଜଙ୍ଗଲ

ବଇଣ୍ଡା, ୨୯।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ୍‌ ଅଧୀନ ବିପ୍ରଡ଼ିହ ଜଙ୍ଗଲ ପଦା ହେବାରେ ଲାଗିଛି। କାଠ ଚାଲାଣକାରୀମାନେ ବେଆଇନ ଭାବେ ମୂଲ୍ୟବାନ...

ପର୍ଯ୍ୟଟକଙ୍କ ଅପେକ୍ଷାରେ କୁଲଡିହା

ନୀଳଗିରି, ୨୪ା୧୦(ସ୍ବ.ପ୍ର.): ନଭେମ୍ବର ୧ରୁ ଖୋଲିବ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ସୌନ୍ଦର୍ଯ୍ୟମୟୀ କୁଲଡିହା ଅଭୟାରଣ୍ୟ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ଏବେଠୁ ସଜେଇ ହେଲାଣି।...

Advertisement
Archives

Model This Week