ଋଷିକୁଲ୍ୟାରୁ ଜଳ ଯୋଗାଣ ବନ୍ଦ:  ୫ ଦିନ ହେଲା ମିଳୁନି ପିଇବା ପାଣି

ବ୍ରହ୍ମପୁର ଅଫିସ,୨୪ା୭: ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଅଦୂରଦର୍ଶିତା ଯୋଗୁ ବ୍ରହ୍ମପୁର ସହରରେ ଶ୍ରାବଣ ମାସରେ ମଧ୍ୟ ଉତ୍କଟ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି। ଗୋଟିଏ କି ଦୁଇଟି ସାହି ନୁହଁ, ପ୍ରାୟ ଅଧା ବ୍ରହ୍ମପୁରରେ ଏବେ ପିଇବା ପାଇଁ ପାଣି ନାହିଁ। ୫ ଦିନ ହେଲା ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହେଲେଣି। କିନ୍ତୁ ଅଧିକାରୀମାନେ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଫଳରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ମଙ୍ଗଳବାର ଗଜପତିନଗରରେ ବିକ୍ଷୋଭ ପ୍ରଦର୍ଶନ ସହ ଉତ୍ତେଜନା ଦେଖାଦେଇଥିଲା। ସେହିଭଳି ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆନ୍ଦୋଳନ ଦାନା ବାନ୍ଧୁଛି।
ବ୍ରହ୍ମପୁର ଆମ୍ବପୁଆରୁ ନୂଆବସ୍‌ଷ୍ଟାଣ୍ଡ ଏବଂ ଖଲ୍ଲିକୋଟ କଲେଜ ଅଞ୍ଚଳ ପର୍ଯ୍ୟନ୍ତ ଋଷିକୁଲ୍ୟାର କାଳିଆବାଲିରୁ ପାନୀୟ ଜଳ ଯୋଗାଣ ହୋଇଥାଏ। ଏସବୁ ଅଞ୍ଚଳ ପାଇଁ ଦୈନିକ ପ୍ରାୟ ୧୫ ଏମ୍‌ଏଲ୍‌ଡି(ମିଲିୟନ ଲିଟର ପର ଡେ)ରୁ ଅଧିକ ପାଣିର ଆବଶ୍ୟକତା ରହିଛି। ହେଲେ ବର୍ତ୍ତମାନ ଦୈନିକ ୧୦ଏମ୍‌ଏଲ୍‌ଡି ପାଣି ଆସିବା ମଧ୍ୟ କଷ୍ଟ ହୋଇପଡ଼ୁଛି। ଫଳରେ ସବୁ ଅଞ୍ଚଳକୁ ଏକକାଳୀନ ଜଳଯୋଗାଣ ସମ୍ଭବ ହୋଇପାରୁନି। କାଳିଆବାଲିରୁ ବ୍ରହ୍ମପୁରକୁ ସଂଯୋଗ ହୋଇଥିବା ପାଇପ୍‌ଲାଇନ୍‌ ଦୀର୍ଘ ବର୍ଷ ହେଲା ବଦଳାଯାଇ ନ ଥିଲା। ଗତ କିଛିମାସ ପୂର୍ବେ ଏହାର ସମୀକ୍ଷା କରାଯାଇଥିବା ବେଳେ ପାଇପ୍‌ ଲାଇନ୍‌କୁ ବଦଳାଇବା ପାଇଁ ବିଭାଗୀୟ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ର ସରକାରଙ୍କ ‘ଅମୃତ’ ଯୋଜନାରେ ପ୍ରାୟ ୨୦କୋଟି ଟଙ୍କାରେ ପାଇପ୍‌ ଲାଇନ୍‌ ବଦଳାଇବା କାର୍ଯ୍ୟ ଆରମ୍ଭ ହୋଇଛି। ତିନୋଟି ପର୍ଯ୍ୟାୟରେ କାମ ଚାଲିଛି। ପ୍ରଥମ ପର୍ଯ୍ୟାୟରେ କାଳିଆବାଲିରୁ ପୁକୁଡ଼ିବନ୍ଧ ଛକ ପର୍ଯ୍ୟନ୍ତ ପାଇପ୍‌ ବିଛା କାମ ଶେଷ ହୋଇଛି। ଏଣୁ ଗତ ୨୦ତାରିଖରୁ ପୁରୁଣା ପାଇପ୍‌ ବଦଳରେ ନୂଆ ପାଇପ୍‌ଲାଇନ୍‌ରେ ପାଣି ପରୀକ୍ଷାମୂଳକ ଭାବେ ଛଡ଼ାଯାଉଛି। ସମସ୍ୟା ହେଉଛି, ଅନେକ ସ୍ଥାନରେ ପାଇପ୍‌ ଫାଟି ପାଣି ବୋହିଯାଉଛି। ଫଳରେ ବ୍ରହ୍ମପୁର ସହରକୁ ପାନୀୟ ଜଳଯୋଗାଣ ବ୍ୟାହତ ହେଉଛି। ସହରର ଗଜପତିନଗର, ଭିଆଇପି କଲୋନୀ, ଗୋଇଲୁଣ୍ଡି, ଶାନ୍ତି ନଗର, ନୂଆବସ୍‌ଷ୍ଟାଣ୍ଡ ଅଞ୍ଚଳ, ଅଶୋକନଗର ଆଦି ଆଖାପାଖ ଅଞ୍ଚଳରେ ପିଇବା ପାଇଁ ପାଣି ନାହିଁ। ଅଞ୍ଚଳବାସୀ ଏନେଇ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ପାଇଲେ ନାହିଁ। ମଙ୍ଗଳବାର ପୂର୍ବାହ୍ନରେ ଗଜପତିନଗରରେ ଅଞ୍ଚଳବାସୀ ରାସ୍ତାରୋକୋ କରିଥିଲେ।
ଏନେଇ ଜନସ୍ବାସ୍ଥ୍ୟ ବିଭାଗ ବ୍ରହ୍ମପୁର ଡିଭିଜନ ଇନ୍‌ଚାର୍ଜ ବିଘ୍ନେଶ୍ୱର ପଣ୍ଡା କୁହନ୍ତି, କାଳିଆବାଲିରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ପାଇପ୍‌ଲାଇନ୍‌ ୧୯୮୦ରେ ବଦଳା ଯାଇଥିଲା।
ପାଇପ୍‌ଗୁଡ଼ିକ ଖରାପ ହୋଇଯାଇଥିବା ଯୋଗୁ ଏବେ ପୁଣି ଥରେ ବଦଳାଯାଉଛି।
ନୂଆ ପାଇପ୍‌ରେ ପରୀକ୍ଷାମୂଳକ ଭାବେ ପାଣି ଛଡ଼ାଯାଉଥିବା ଯୋଗୁ ସମସ୍ୟା ହେଉଛି। ତଥାପି ମଙ୍ଗଳବାର ରାତି ସୁଦ୍ଧା ଅଞ୍ଚଳକୁ ଜଳ ଯୋଗାଣ ସ୍ବାଭାବିକ ହେବ। ବର୍ତ୍ତମାନ ପାଇଁ କିଛି କିଛି ଅଞ୍ଚଳକୁ ଦକ୍ଷିଣପୁର ଘାଇରୁ ଜଳ ଯୋଗାଣ ହେଉଛି ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri