ଉପାନ୍ତ ଅଞ୍ଚଳରେ କରୋନା ଯୋଦ୍ଧା: ୩ବର୍ଷର ପିଲାକୁ ଧରି ଗ୍ରାମରେ ଲୋକଙ୍କୁ କରୁଛନ୍ତି ସଚେତନ

ଜୟପୁର,୧୨ା୫ (ନି.ପ୍ର.)-କରୋନା ପାଇଁ ଏବେ ସାରା ଦେଶ ଲକ୍‌ଡାଉନରେ ରହିଛି। ତେବେ ଏନେଇ ରହିଥିବା ସଚେତନତା ବାର୍ତ୍ତା ଉପାନ୍ତ ଅଞ୍ଚଳରେ ପହଞ୍ଚତ୍ ପାରୁନାହିଁ। ଏଭଳି ସ୍ଥିତିରେ କାଖରେ ନିଜର ୩ବର୍ଷର ଛୁଆକୁ ଧରି କରୋନା ସଚେତନତା କରୁଛନ୍ତି କୋରାପୁଟ ଜିଲା ଜୟପୁର ବ୍ଲକ ବାରିଣିପୁଟ ଗାଦଲାବାଡ଼ି ଗ୍ରାମର ମାମି ଖିଲ। କୋରାପୁଟ ଜିଲା ଜୟପୁର ଘାଟି ପାହାଡ଼ ଘେରା ଉପାନ୍ତ ଆଦିବାସୀ ଅଞ୍ଚଳରେ ସଚେତନ କରାଇବା ଭୁଲିଯାଇଛି ପ୍ରଶାସନ। ଏପରିକି ଜୟପୁର ସହରଠାରୁ ମାତ୍ର ୧୦ କି.ମି. ଦୂର ପାହାଡ଼ ଉପରେ ରହୁଥିବା ଆଦିବାସୀ ଲୋକଙ୍କୁ ସରପଞ୍ଚ କିମ୍ବା ବିଡିଓ ସଚେତନତା କରିନାହାନ୍ତି। ଏଭଳି ପରିସ୍ଥିତିରେ ନିଜ ଗାଁକୁ ଯେପରି କରୋନା ଛୁଇଁ ନ ପାରିବ ଏହି ଚିନ୍ତାଧାରା ନେଇ ମାମି ସଚେତନତା ଜାରି ରଖିଛନ୍ତି। ସେ ଗ୍ରାମର ପ୍ରତି ଘରକୁ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି। ସାବୁନରେ ବାରମ୍ବାର ହାତ ଧୋଇବା, ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା ଲାଗି ଗ୍ରାମବାସୀଙ୍କୁ ଶପଥପାଠ କରାଉଛନ୍ତି। ମାମିଙ୍କ ଏପରି ପ୍ରୟାସ ଯୋଗୁ ଗ୍ରାମରେ କରୋନା ପଶିପାରିବ ନାହିଁ ବୋଲି ବିଶ୍ୱାସ ରହିଛି ସମସ୍ତଙ୍କର।


Enter your email to get our daily news in your inbox.

All Right Reserved By Dharitri.Com

ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ଜୀବନ ଗଲା

କୋରାପୁଟ,୧ା୭(ଅମିତାଭ ବେହେରା): ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ଜିଲା...

ଶୁଣିଲେନି କେହି: ୬ କି.ମି. ରାସ୍ତା ମରାମତି କଲେ ଗ୍ରାମବାସୀ

ଦଶମନ୍ତପୁର,୯ା୧୧(ଡି.ଏନ୍‌.ଏ.): ଶୁଣିଲାନି ପ୍ରଶାସନ। ବାରମ୍ବାର ଜଣାଇବା ପରେ ବାଧ୍ୟ ହୋଇ ଏବେ ଗ୍ରାମବାସୀ ଶ୍ରମ ଦାନକରି ୬ କି.ମି. ଘାଟିରାସ୍ତା ମରାମତି କରିଛନ୍ତି। ଏହା ଦେଖିବାକୁ...

ମାଛକୁଣ୍ଡ ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ଉତ୍ପାଦନ ୩ ଦିନ ବନ୍ଦ ରହିବ

କୋରାପୁଟ,୧୯।୫(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ଅନକାଡେଲିଠାରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ୩ ଦିନ ବନ୍ଦ ରଖିବା ପାଇଁ ପ୍ରକଳ୍ପ କର୍ତ୍ତପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ...

ଓଲଟିଲା ପେଟ୍ରୋଲ ଟ୍ୟାଙ୍କର: ଲିକ୍‌ ହୋଇ ରାସ୍ତାରେ ପ୍ରବାହିତ

ଜୟପୁର,୧୭।୧୨ (ଡି.ଏନ୍‌.ଏ ): କୋରାପୁଟ-ଜୟପୁର ଘାଟି ୨୬ ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିଛି। ଫଳରେ ପେଟ୍ରୋଲ୍‌ ଲିକ୍‌ ହୋଇ...

ବସ୍‌ଷ୍ଟାଣ୍ଡରେ ୪ ଦୁର୍ଦ୍ଦାନ୍ତ ମାଓବାଦୀ ନେତାଙ୍କ ପୋଷ୍ଟର ମାରିଲା ଏନ୍‌ଆଇଏ

କୋରାପୁଟ,୨୧ା୧(ସ୍ବ.ପ୍ର.) କୋଲକାତାସ୍ଥିତ ଏନ୍‌ଆଇଏ ପକ୍ଷରୁ ଶୁକ୍ରବାର ୪ ଦୁର୍ଦ୍ଦାନ୍ତ ମାଓବାଦୀ ନେତାଙ୍କୁ ଧରାଇଦେବା ପାଇଁ କୋରାପୁଟ ବସଷ୍ଟାଣ୍ଡରେ ପୋଷ୍ଟରମାନ ମରାଯାଇଛି। ସେମାନେ ହେଲେ ଗଜରଲା ରବି,...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ/ଜୟପୁର, ୧୨।୩(ସ୍ବ.ପ୍ର./ନି.ପ୍ର.): କୋରାପୁଟ-ବିଶାଖାପାଟଣା ମଧ୍ୟରେ ପାଡୁଆ ଷ୍ଟେଶନର ଭେଜା ଗ୍ରାମ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଏହା ପରେ ଉକ୍ତ ରୁଟ୍‌ରେ ସମସ୍ତ...

ସୁରକ୍ଷିତ ନୁହେଁ ଶିଶୁ ଉଦ୍ୟାନ

ସୁନାବେଡ଼ା, ୧।୩(ସ୍ବ.ପ୍ର.): ବହୁଦିନ ଧରି ହାଲ୍‌ ଟାଉନଶିପର ବିଭିନ୍ନ ନିଛାଟିଆ ଅଞ୍ଚଳ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ପାଲଟିଛି। ଏନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ...

ରେଳଧାରଣାରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତଦେହ

କୋରାପୁଟ,୨୬।୧୨(ସ୍ବ.ପ୍ର.): କୋରାପୁଟ-କିରଣ୍ଡଲ ରେଳଧାରଣାରୁ ସୋମବାର ଜଣେ କଲେଜ ଛାତ୍ରୀଙ୍କ ମୃତଦେହ କୋରାପୁଟ ସଦର ଜିଆର୍‌ପି ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରୀ ଜଣକ ହେଲେ ଗୀତା...

Advertisement
Archives

Model This Week