ଉପରେ ବହ୍ଲା କାଠ ତଳେ ଗଞ୍ଜେଇ: ଟ୍ରକରୁ ୧.୮୧କୋଟିର ଗଞ୍ଜେଇ ଜବତ

ନୟାଗଡ ଅଫିସ,୧୬ା୨: ନୟାଗଡ ଜିଲା ଦଶପଲ୍ଲା ବ୍ଲକ ତୁମୁଡି ପଞ୍ଚାୟତ ରଙ୍ଗମାଟିଆ ଗ୍ରାମ ନିକଟ ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ ଜାତୀୟ ରାଜପଥ କଡରେ ଥିବା ଏକ ଢାବା ନିକଟରୁ ଶୁକ୍ରବାର ରାତିରେ ଏକ ଟ୍ରକରୁ ୧୨୦୬ କେଜି ୭୨୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧ କୋଟି ୮୧ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ଭୁବନେଶ୍ୱର ପକ୍ଷରୁ ଉକ୍ତ ଗଞ୍ଜେଇକୁ ଜବତ କରାଯାଇ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ତେବେ ତଦନ୍ତ ଚାଲିଥିବା ଓ କୋର୍ଟ ଚାଲାଣ କରାଯାଇ ନ ଥିବାରୁ ଡ୍ରାଇଭରଙ୍କ ନଁା ମିଳିପାରି ନାହିଁ । ଅନ୍ୟପକ୍ଷେ ତଳେ ଗଞ୍ଜେଇ ଓ ଉପରେ ବହ୍ଲା କାଠ ରଖାଯାଇ ଟ୍ରକ ଯୋଗେ ରାୟଗଡାରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ଜବତ କାଠର ମୂଲ୍ୟ ୫୧ହଜାର ୪୪୮ଟଙ୍କା ହେବ।

ସୂଚନା ଅନୁସାରେ, ଓଆର୧୧ ଇ ୮୧୯୯ ନଂ ବିଶିଷ୍ଟ ଟ୍ରକରେ ୧୨୦୬ କେଜି ୭୨୫ ଗ୍ରାମର ୩୯ ବସ୍ତା ଗଞ୍ଜେଇ ରହିଥିଲା। ଗୋଟିଏ ବସ୍ତା ଭିତରେ ୩ କେଜିଆ ପ୍ୟାକେଟ ୮ରୁ ୧୦ଟା ରହିଥିଲା। ଗଞ୍ଜେଇ ଚାଲାଣ ସମ୍ପର୍କରେ ଜଣା ନ ପଡିବା ପାଇଁ ଉପରେ ବହ୍ଲା କାଠ ରଖାଯାଇଥିଲା। ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇବା ପରେ ଗୁରୁବାର ଠାରୁ ନୟାଗଡ ପୋଲିସର ସହାୟତା ନେଇଥିଲେ କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ। କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟର ୭ ଜଣିଆ ଦଳ ଓ ନୟାଗଡ ପୋଲିସ ଫୋର୍ସ ମିଳିତ ଭାବେ ରାୟଗଡାରୁ ଆସୁଥିବା ଗଞ୍ଜେଇ ଟ୍ରକକୁ ଧରିବାକୁ ପ୍ରସ୍ତୁତି ଜାରି ରଖିଥିଲେ। ଏପରିସ୍ଥଳେ ଟ୍ରକକୁ ଆଗ ଓ ପଛରୁ ଏସକର୍ଟ କରି ଗଞ୍ଜେଇ ଚାଲାଣ ହେଉଥିଲା। କିନ୍ତୁ ବାଣିଗୋଛା ଢାବା ନିକଟରେ ପାଇଲଟିଂ ଦଳ ଅଦୃଶ୍ୟ ହୋଇ ଯାଇଥିଲେ। ସେହି ସମୟରେ କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟର ୭ ଜଣିଆ ଦଳ ଗଞ୍ଜେଇ ଟ୍ରକ ଜବତ କରିବା ସହ ଡ୍ରାଇଭରଙ୍କୁ କାବୁ କରିଥିଲେ। ଶନିବାର ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଜବତ ଗଞ୍ଜେଇକୁ ଓଜନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri