Posted inଜାତୀୟ

ଉପତ୍ୟକାରେ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର:ପାକ୍‌ ଆଣୁଛି ୧୦୦ ଆଫ୍‌ଗାନ ଆତଙ୍କବାଦୀ

ନୂଆଦିଲ୍ଲୀ,୨୩ା୮(ପି.ଟି.):ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତିରେ ଛାନିଆ ହୋଇଯାଇଥିବା ପାକିସ୍ତାନ ଉପତ୍ୟକାରେ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚିଛି। ଏଥିପାଇଁ ଆଫଗାନିସ୍ତାନରୁ ୧୦୦ ଆତଙ୍କବାଦୀଙ୍କୁ କଶ୍ମୀରକୁ ଆଣୁଛି। ସେମାନେ ଉପତ୍ୟକା ସମେତ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଅସ୍ଥିରତା ସୃଷ୍ଟି କରିପାରନ୍ତି ବୋଲି ଗୁରୁବାର ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ସୂଚନାନୁସାରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଜମ୍ମୁ-କଶ୍ମୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିପାରନ୍ତି। ସେମାନଙ୍କ ଟାର୍ଗେଟରେ କଶ୍ମୀରର ସେନା ଶିବିର ଓ ଭାରତର ଅନେକ ସହର ରହିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଆକ୍ରମଣ କରିବା ପାଇଁ ୧୫ ଜେଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀ ନିୟନ୍ତ୍ରଣରେଖା (ଏଲ୍‌ଓସି) ସେପଟେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର ଲିପା ଉପତ୍ୟକାରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୋଇନ୍ଦା ସୂଚନା ମିଳିଛି। ଜେଇଏମ୍‌ ମୁଖ୍ୟ ମୌଲାନା ମାସୁଦ୍‌ ଆଝାରଙ୍କ ଭାଇ ମୁଫ୍‌ତି ରୌଫ୍‌ ଅସ୍‌ଘର ବାହଓ୍ବଲପୁରସ୍ଥିତ ସଙ୍ଗଠନର ମୁଖ୍ୟାଳୟରେ ଶୀର୍ଷ କମାଣ୍ଡରମାନଙ୍କୁ ନେଇ ଗତ ୧୯ ଓ ୨୦ ତାରିଖରେ ବୈଠକ କରିଛନ୍ତି। କଶ୍ମୀରରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଉକ୍ତ ବୈଠକର ମୁଖ୍ୟ ଏଜେଣ୍ଡା ଥିଲା। ଭାରତୀୟ ସୁରକ୍ଷା ବଳ ପକ୍ଷରୁ ଚାଲିଥିବା ଅପରେଶନ୍‌ର ସାମ୍ନା କରିବା ପାଇଁ ସେଠାର ଆତଙ୍କବାଦୀମାନେ ସକ୍ଷମ ନୁହନ୍ତି। କଶ୍ମୀରରେ ସ୍ଥାନୀୟ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ମଧ୍ୟରେ ନେତୃତ୍ୱ ସଙ୍କଟ ଲାଗିରହିଛି। ତେଣୁ କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନରୁ ଶତାଧିକ ଆତଙ୍କବାଦୀଙ୍କୁ ଆଣି କଶ୍ମୀରରେ ଆକ୍ରମଣ କରାଇବାକୁ ପାକିସ୍ତାନ ଯୋଜନା କରୁଥିବା ସେନା ସୂତ୍ରରୁ ପ୍ରକାଶ। କଶ୍ମୀର ସମ୍ପର୍କିତ କେନ୍ଦ୍ରର ନିଷ୍ପତ୍ତି ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଭାରତକୁ ଯୁଦ୍ଧଭୟ ଦେଖାଇ ପୁଣିଥରେ ପୁଲଓ୍ବାମା ଭଳି ଆକ୍ରମଣ ହୋଇପାରେ ବୋଲି ଧମକ ଦେଇଥିଲେ।
ପ୍ରକାଶ ଯେ, କେନ୍ଦ୍ର ସରକାର ଗତ ୫ ତାରିଖରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ସହ ଜାତିସଂଘ ଯାଏ ଟାଣିଥିଲା। ହେଲେ ପାକିସ୍ତାନକୁ ସବୁଠି ନିରାଶ ହେବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri