ଉପକୂଳ ରାଜପଥ ନିର୍ମାଣକୁ ପ୍ରଫୁଲ ସାମନ୍ତରାଙ୍କ ବିରୋଧ: ସାମୁଦ୍ରିକ ପରିବେଶ ପାଇଁ ଘାତକ

ବ୍ରହ୍ମପୁର ଅଫିସ୍‌,୬।୧୨: ଗଞ୍ଜାମ ଜିଲା ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ପ୍ରାୟ ୨୪୦ କି.ମି. ଉପକୂଳ ରାଜପଥ(କୋଷ୍ଟାଲ୍‌ ହାଇୱେ) ନିର୍ମାଣକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । କିନ୍ତୁ ଏହି ପ୍ରକଳ୍ପକୁ ଲୋକଶକ୍ତି ଅଭିଯାନର ସଭାପତି ତଥା ଗ୍ରୀନ୍‌ ନୋବେଲ୍‌ ପୁରସ୍କାର ବିଜେତା ପ୍ରଫୁଲ ସାମନ୍ତରା ବିରୋଧ କରିଛନ୍ତି। ସାମୁଦ୍ରିକ ପରିବେଶ ପ୍ରତି ଉପକୂଳ ରାଜପଥ ଘାତକ ହେବ ବୋଲି ସେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ଲୁଣା ଜଙ୍ଗଲ ଧ୍ୱଂସ ହେବା ସହ ଚିଲିକାଠାରୁ ଭିତରକନିକା ପର୍ଯ୍ୟନ୍ତ ସାମୁଦ୍ରିକ ଜୈବବିବିଧତା ଓ ଜୀବଜନ୍ତୁ, ମତ୍ସ୍ୟ ପ୍ରଜାତି ବିନାଶର ଶିକାର ହେବେ। ଏହାଦ୍ୱାରା ଯେଉଁ ବଜାର ଓ ବ୍ୟବସାୟ ନିର୍ମାଣ ସହ ଯାନବାହନ ଚାଲିବ ତାହା ମଧ୍ୟ ସାମୁଦ୍ରିକ ପରିବେଶକୁ କ୍ଷତି କରିବ । ବର୍ଷା ଦିନେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବ। ବାତ୍ୟା ବେଳେ ସମୁଦ୍ରରୁ ଆସୁଥିବା ଜଳ ପୁଣି ଫେରିପାରିବ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ସାଂଘାତିକ ବହୁଗୁଣରେ ବଢ଼ିଯିବ । ଓଡ଼ିଶା ଉପକୂଳ ବାରମ୍ବାର ବାତ୍ୟା ଓ ଝଡ଼ର ଶିକାର ହେଉଛି । ଲୁଣା ଜଙ୍ଗଲ ଓ ପ୍ରାକୃତିକ ସ୍ଥିତି ସୁରକ୍ଷିତ ରହିବା ଦୃୃଷ୍ଟିରୁ ଏହି ପ୍ରକଳ୍ପ ଆଦୌ ଗ୍ରହଣୀୟ ନୁହଁ । ପୁଣି ମତ୍ସ୍ୟଜୀବୀମାନେ ଜୀବିକା ହରାଇବେ । କୌଣସି ପ୍ରକାରେ ଚିଲିକା ଉପରେ ପୋଲ ନିର୍ମାଣ ଏହାର ପ୍ରାକୃତିକ ଭୌଗୋଳିକ ସ୍ଥିତି ପ୍ରତି କ୍ଷତିକାରକ । ଆଶ୍ରୟ ନେଉଥିବା ବିଦେଶୀ ପକ୍ଷୀମାନଙ୍କ ଜୀବନ ପ୍ରତି ବିପଦ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri