‘ଉନ୍ନତିମୂଳକ କାର୍ଯ୍ୟ କରିବାରେ ନାଲ୍‌କୋ ଆଗୁଆ’

ବଅଁରପାଳ,୯ା୧(ଡି.ଏନ.ଏ.) – ଅନୁଗୋଳ ଜିଲା ନାଲ୍‌କୋର ୪୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ମିନା ବଜାର ପଡିଆଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଇନ୍‌କମ ଟାକ୍ସ ପ୍ରିନ୍ସିପାଲ ଚିଫ୍‌ କମିଶନର ପ୍ରଣବ କୁମାର ଦାସ ଯୋଗଦେଇ କହିଥିଲେ ଯେ, ରାଜ୍ୟ ଓ ରାଜ୍ୟ ବାହାରେ ଉନ୍ନତିମୂଳକ କାର୍ଯ୍ୟ କରିବାରେ ନାଲ୍‌କୋ ଆଗୁଆ। ନାଲ୍‌କୋର ଉନ୍ନତି ହେଲେ ଦେଶର ବିକାଶ ହେବ। ଆଗାମୀ ଦିନରେ ନାଲ୍‌କୋର ଭବିଷ୍ୟତ ଉଜ୍ଜ୍ୱଳ ହେବ। ମୁଖ୍ୟବକ୍ତା ଭାବେ ଯୋଗଦେଇ ନାଲ୍‌କୋର ଅବସରପ୍ରାପ୍ତ ଇଡି ୟୁ.ବି. ପଟ୍ଟନାୟକ କହିଥିଲେ, ନାଲ୍‌କୋ ପ୍ରତିଷ୍ଠା ହେବା ଦିନଠାରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଆସିଛି। କମ୍ପାନୀର କର୍ମଚାରୀଙ୍କ କଠିନ ପରିଶ୍ରମରେ ଆଜି ଦେଶ ଓ ବିଦେଶରେ କମ୍ପାନୀ ସୁନାମ ଅର୍ଜନ କରିପାରିଛି। ପ୍ରାରମ୍ଭରେ ମାନବ ସମ୍ବଳ ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଇଡି ମନସା ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ମେଲଟର ମହାପ୍ରବନ୍ଧକ ମୃତ୍ୟୁଞ୍ଜୟ ଦାସ, ସିପିପି ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ପଣ୍ଡା, ମହାପ୍ରବନ୍ଧକ ମିହିର ରଥ, ପ୍ରଭାତ ବିଶ୍ୱାସ, ସୁଧୀର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ନାଲ୍‌କୋ ଅଧିକାରୀ ରାଜାରାମ ମିଶ୍ର, ମଣିରଞ୍ଜନ ପଟ୍ଟନାୟକ, କେ.କେ. ବେହେରା, ସମୀର ମାଝି ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ସକାଳେ ଟାଉନଶିପ ଛକଠାରେ ନାଲ୍‌କୋ ତରଫରୁ ନିର୍ମିତ ବସ୍‌ଷ୍ଟାଣ୍ଡକୁ ଇଡି ମନସା ପ୍ରସାଦ ମିଶ୍ର ଉଦ୍‌ଘାଟନ କରିଥିଲେ। ଏଥିରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା, ଆଲୁମିନିୟମ ମଜଦୁର ସଂଘ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରା, ନେପୁ ସଭାପତି ବିନୋଦ ବିହାରୀ ସେଠ, ମାଙ୍ଗିଲାଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ନାଲ୍‌କୋ ଷ୍ଟାଡିୟମ ପରିସରରେ ଆଖପାଖ ଅଞ୍ଚଳର ସ୍କୁଲ ଛାତ୍ରୀମାନଙ୍କୁ ନେଇ ବିଭିନ୍ନ ଖେଳକୁଦର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାରିରୀକ ସମ୍ପର୍କ ରଖିବାକୁ ମନାକଲେ ଯୁମନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ହର୍ମୁଜ ଷ୍ଟ୍ରେଟରୁ ଭାରତ ଅଭିମୁଖେ ଆସିବାକୁ ଦୁଇଟି ଗ୍ୟାସ ଟ୍ୟାଙ୍କର୍‌ ପ୍ରସ୍ତୁତ, ଲଙ୍ଗର ନିକଟରେ କରିଛି ଅପେକ୍ଷା

ନୂଆଦିଲ୍ଲୀ,୨୧।୩: କିଛି ଦିନ ଅଟକିବା ପରେ ଦୁଇଟି ଭାରତୀୟ ପତାକାଯୁକ୍ତ LPG ଟ୍ୟାଙ୍କର୍‌ ହର୍ମୁଜ ପ୍ରଣାଳୀ ଦେଇ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଟ୍ୟାଙ୍କର୍‌ ବର୍ତ୍ତମାନ…

ଗିନିଜ ୱାଲର୍‌ଡ ରେକଡର୍‌ସରେ ଓଡ଼ିଶା ପଖାଳ: ୧,୧୭୭ କିଲୋଗ୍ରାମ ଓଜନର…

ଭୁବନେଶ୍ୱର,୨୧ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ପର୍ଯ୍ୟଟନ ବିଭାଗ ଏକ ଐତିହାସିକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି। ୧,୧୭୭ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ କରିବା ସହ ଏକ ବିଶାଳ ପାତ୍ରରେ…

ବନ୍ଦ ହେବ ଯୁଦ୍ଧ! ‘ସାମରିକ ଅଭିଯାନକୁ ହ୍ରାସ କରିବ ଆମେରିକା’ – ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି

ଓ୍ବାଶିଂଟନ,୨୧।୩: ଶନିବାର ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୨୨ ତମ ଦିନ। ସଂଘର୍ଷ ଚତୁର୍ଥ ସପ୍ତାହରେ ପ୍ରବେଶ କରିବା ସତ୍ତ୍ୱେ, ପରିସ୍ଥିତି ଅସ୍ଥିର ରହିଛି। ଉଭୟ ପକ୍ଷ ଡ୍ରୋନ…

ଅଧରାତିରେ ପ୍ରଧାନ ଶିକ୍ଷୟିତ୍ରୀ-ରାତ୍ର ଜଗୁଆଳିଙ୍କୁ ହାଣିଲେ ଦୁର୍ବୃତ୍ତ:କ୍ଲିନିକ୍‌ ଯାଉଥିବାବେଳେ…

ବାରିପଦା,୨୧।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ…

ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ…

ବସୁଧା ଯୋଜନା ଅପହଞ୍ଚ: ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି ୨୧।୩ ( ଅରୁଣ ସାହୁ ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗାଁ ନାହୁଡ଼ିମାହା ସାହି ଏବଂ ପାଙ୍ଗାମାହାରେ ଜଳ…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri