ଉଦ୍‌ବେଗଜନକ ସ୍ଥିତିରେ ସଡ଼କ ଦୁର୍ଘଟଣା: ୨୦୧୮ରେ ୫୩୧୫ଙ୍କର ମୃତ୍ୟୁ

କଟକ ଅଫିସ, ୧ା୬: ରାଜ୍ୟରେ ସଡ଼କ ଦୁର୍ଘଟଣା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। ୨୦୧୮ରେ ରାଜ୍ୟରେ ମୋଟ୍‌ ୧୧,୨୬୨ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ସେଥିମଧ୍ୟରେ ୫୩୧୫ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୭,୧୦୯ ଆହତ ହୋଇଥିବା ବେଳେ ମୃତ୍ୟୁ ହାର ୨୦୧୭ ତୁଳନାରେ ୧୦.୦୬ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ସଡ଼କ ଦୁର୍ଘଟଣାକୁ ନେଇ କରାଯାଇଥିବା ଏକ ଅନୁଶୀଳନରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି।
ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୩୬.୪୪ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟିଥିବା ଦର୍ଶାଯାଇଛି। ମୁଖ୍ୟତଃ ଡିସେମ୍ବରରେ ସର୍ବାଧିକ ୧୦୭୨ଟି ଦୁର୍ଘଟଣା ଘଟିଥିବା ବେଳେ ୫୩୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ସଡ଼କ ଦୁର୍ଘଟଣା ହାର ଅଧିକ ଥିବା ଦେଖାଯାଇଛି। କାରଣ ସମୁଦାୟ ଦୁର୍ଘଟଣାର ୬୬.୯୧ ପ୍ରତିଶତ ଗ୍ରାମାଞ୍ଚଳରେ ଘଟିଥିବାବେଳେ ୩୩.୦୮ ପ୍ରତିଶତ ସହରାଞ୍ଚଳରେ ଘଟିଛି। ସେହିପରି ଗ୍ରାମାଞ୍ଚଳରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ୬୯.୯୫ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହି ହାର ୩୦.୦୪ ଥିବା ଦେଖାଯାଇଛି। ଅନୁଶୀଳନରେ ଦୁର୍ଘଟଣାର ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ସମୁଦାୟ ଦୁର୍ଘଟଣାର ୩୭.୦୯ ପ୍ରତିଶତ ରାତି ୯ଟାରୁ ସକାଳ ୬ଟା ମଧ୍ୟରେ ଘଟିଥିବା ବେଳେ ଏଥିରେ ୩୧.୬୦ ପ୍ରତିଶତ ମୃତ୍ୟୁ ଘଟିଥିବା କୁହାଯାଇଛି। ସେହିପରି ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ସର୍ବାଧିକ ଦୁର୍ଘଟଣା ଘଟିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ମୋଟ୍‌ ୨୧୪୫ଟି ଦୁର୍ଘଟଣା ଘଟିଥିବାବେଳେ ୧୦୫୨ ଜଣଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି।
କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ଅନୁଶୀଳନରେ କୁହାଯାଇଛି, ୫୧.୮୫ ପ୍ରତିଶତ ସଡ଼କ ଦୁର୍ଘଟଣା ପରିଷ୍କାର ପାଗରେ ଘଟିଛି। ଅର୍ଥାତ୍‌ ଖରାଟିଆ ପାଗରେ ଘଟିଥିବା ଏହି ଦୁର୍ଘଟଣାରେ ୫୧.୦୬ ପ୍ରତିଶତ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବର୍ଷା ପାଗରେ ମାତ୍ର ୧୭.୫୨ ପ୍ରତିଶତ ଦୁର୍ଘଟଣା ଘଟି ୧୭.୪୦ ପ୍ରତିଶତଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି। ଅନ୍ୟପକ୍ଷରେ ୩୬.୯୮ ପ୍ରତିଶତ ଦୁର୍ଘଟଣା ଜାତୀୟ ରାଜପଥ ଉପରେ ଓ ୨୭.୫୬ ପ୍ରତିଶତ ରାଜ୍ୟ ରାଜପଥରେ ଘଟିଛି। ଜାତୀୟ ରାଜପଥ ଉପରେ ଘଟିଥିବା ଦୁର୍ଘଟଣାରେ ୩୭.୧୪ ପ୍ରତିଶତ ମୃତ୍ୟୁ ହାର ଥିବାବେଳେ ୨୭.୭୫ ପ୍ରତିଶତ ମୃତ୍ୟୁହାର ରାଜ୍ୟ ରାଜପଥରେ ରହିଛି। ଏପରି କି ୪୩.୬୮ ପ୍ରତିଶତ ଦୁର୍ଘଟଣା ଖୋଲା ଅଞ୍ଚଳରେ ଘଟିଥିବାବେଳେ ଏଥିରେ ମୃତ୍ୟୁ ହାର ୪୬.୯୬ ପ୍ରତିଶତ ରହିଥିବା କୁହାଯାଇଛି। ସେହିପରି ଅନୁଶୀଳନରୁ ଜଣାପଡ଼ିଛି ଯେ, ୫୦.୯୯ ପ୍ରତିଶତ ଦୁର୍ଘଟଣା ସିଧା ରାସ୍ତାରେ ଘଟି ୫୧.୭୫ ପ୍ରତିଶତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୧୯.୩୧ ପ୍ରତିଶତ ଦୁର୍ଘଟଣା ବଙ୍କାଣୀ ରାସ୍ତାରେ ଘଟି ୧୮.୨୩ ପ୍ରତିଶତଙ୍କର ମୃତ୍ୟୁ ଘଟିଛି। ମୁଖ୍ୟତଃ ଅନିୟନ୍ତ୍ରିତ ଟ୍ରାଫିକ ଯୋଗୁ ରାଜ୍ୟରେ ୨୩.୬୧ ପ୍ରତିଶତ ଦୁର୍ଘଟଣା ଘଟୁଥିବା କୁହାଯାଇଛି। ଯେଉଁଥିରେ ମୃତ୍ୟୁହାର ୨୭.୨୬ ପ୍ରତିଶତ ରହିଛି। ଫୁଟ୍‌ପାଥ୍‌ରେ ଯାଉଥିବା ପଦଚାରୀଙ୍କ ମୃତ୍ୟୁହାର ୬୫.୧୩ ପ୍ରତିଶତ ରହିଛି। ଫୁଟ୍‌ପାଥ୍‌ରେ ୫୯.୩୫ ପ୍ରତିଶତ ଦୁର୍ଘଟଣା ଘଟିଥିବା ତଥ୍ୟରୁ ଜଣାପଡ଼ିଛି।
ରାଜ୍ୟରେ ଯେତେ ଦୁର୍ଘଟଣା ଘଟୁଛି ସେଥିରେ ୩୯.୧୮ ପ୍ରତିଶତ ଦୁଇଚକିଆ ଗାଡ଼ି ଥିବାବେଳେ ୧୭.୬୨ ପ୍ରତିଶତ ଭାରିଯାନ (ଟ୍ରକ, ଲରି), ୧୭.୦୬ ପ୍ରତିଶତ ହାଲୁକା ଯାନ (କାର୍‌, ଜିପ୍‌ ଇତ୍ୟାଦି) ଓ ୨.୮୦ ପ୍ରତିଶତ ବସ୍‌ ରହିଛି। ମୃତ୍ୟୁହାରକୁ ଦେଖିଲେ ଦୁଇ ଚକିଆ ଦୁର୍ଘଟଣାରେ ଏହି ହାର ୪୦.୮୮ ପ୍ରତିଶତ ଥିବା କୁହାଯାଇଛି। ଗାଡ଼ି ଚଳାଚଳର ଅବଧିକୁ ଦେଖିଲେ ୩୩ ପ୍ରତିଶତ ଦୁର୍ଘଟଣା ଘଟାଉଥିବା ଗାଡ଼ିର ଅବଧି ୫ ବର୍ଷରୁ କମ୍‌ ଏବଂ ୯.୯୦ ପ୍ରତିଶତ ଗାଡ଼ିର ଅବଧି ୧୫ ବର୍ଷରୁ ଅଧିକ।
ଅନୁଶୀଳନରେ କୁହାଯାଇଛି ଯେ, ୧୯.୩୮ ପ୍ରତିଶତ ଦୁର୍ଘଟଣା ହିଟ୍‌ ଆଣ୍ଡ ରନ୍‌ ଯୋଗୁ ହେଉଥିବାବେଳେ ୧୪.୦୩ ପ୍ରତିଶତ ପଛପଟୁ ଧକ୍କା ଯୋଗୁ ଘଟିଛି। ହିଟ୍‌ ଆଣ୍ଡ ରନ୍‌ ଯୋଗୁ ମୃତ୍ୟୁ ହାର ୨୦.୮୪ ପ୍ରତିଶତ ଥିବା କୁହାଯାଇଛି। ସେହିପରି ୬୬.୩୬ ପ୍ରତିଶତ ଦୁର୍ଘଟଣା ଅଧିକ ବେଗ ଯୋଗୁ ଘଟୁଛି। ଅନ୍ୟପକ୍ଷରେ ୧୦.୮୩ ପ୍ରତିଶତ ମଦ୍ୟପାନଜନିତ ହୋଇଥିବା ବେଳେ ୮.୮୯ ପ୍ରତିଶତ ରଂରୁଟ୍‌ରେ ଯାଉଥିବାରୁ ଘଟିଛି। ଦ୍ରୁତଗତି ଯୋଗୁ ମୃତ୍ୟୁ ହାର ୬୮.୫୬ ପ୍ରତିଶତ ରହିଛି।
ବିଷ୍ଳେଷଣରୁ ଜଣାପଡ଼ିଛି ଯେ, ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ୭୯.୪୫ ପ୍ରତିଶତଙ୍କ ବୟସ ୪୫ ବର୍ଷ ମଧ୍ୟରେ ରହିଛି। ହେଲ୍‌ମେଟ ନ ପିନ୍ଧିଥିବା ଯୋଗୁ ମୃତ୍ୟୁ ହାର ୬୭.୭୧ ପ୍ରତିଶତ ଥିବାବେଳେ ସିଟ୍‌ ବେଲ୍‌ଟ ପିନ୍ଧି ନ ଥିବା ଯୋଗୁ ଏହି ହାର ୪୪. ୫୭ ପ୍ରତିଶତ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଇଥିବା ଡ୍ରାଇଭରମାନଙ୍କ ହାର ୧୫.୭୬ ପ୍ରତିଶତ ରହିଛି।
ଫୋରମ୍‌ ଫର୍‌ ପ୍ରିଭେନଶନ ଅଫ୍‌ ରୋଡ୍‌ ଆକ୍ସିଡେଣ୍ଟ ସଂସ୍ଥାର ସମ୍ପାଦକ ବିକାଶ ମହାପାତ୍ର କୁହନ୍ତି, ରାଜନୈତିକ ଇଚ୍ଛାଶକ୍ତି ନ ଥିଲେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସଡ଼କ ଦୁର୍ଘଟଣାକୁ ରୋକିବା ନିମନ୍ତେ ଅନେକ ଆଇନ ରହିଛି। ମାତ୍ର ଏହାକୁ ଅନୁପାଳନ କରାଯାଉନାହିଁ। ଉଦାହରଣ ଦେଇ ସେ କହିଛନ୍ତି, ମୋଟରଯାନ ଆଇନ-୧୯୮୮ ଅନୁଯାୟୀ, ସଡ଼କ ସୁରକ୍ଷା ନିମନ୍ତେ ଅନେକ ନିୟମ କାନୁନ ବ୍ୟବସ୍ଥା ରହିଛି। ଆଶ୍ଚର୍ଯ୍ୟଜନକ ଭାବେ ୩୧ ବର୍ଷ ପରେ ମଧ୍ୟ ଏହି ଆଇନରେ ସଂଶୋଧନ କରାଯାଇନାହିଁ। ୩୧ ବର୍ଷ ତଳେ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କ ପାଇଁ ମାତ୍ର ୧୦୦ ଟଙ୍କା ଜରିମାନା ବ୍ୟବସ୍ଥା କରାଯାଇଛି। ଯାହା ଆଜିକା ଦିନରେ ଅତ୍ୟନ୍ତ ନଗଣ୍ୟ। ଯାହାର ପ୍ରଭାବ ଖିଲାପକାରୀଙ୍କ ଉପରେ ପଡ଼ୁନାହିଁ। ଏନ୍‌ଫୋର୍ସମେଣ୍ଟ ମଧ୍ୟ ଠିକ୍‌ ଭାବେ ହେଉ ନ ଥିବା ଏହାର ଅନ୍ୟଏକ କାରଣ ବୋଲି ମହାପାତ୍ର କହିଛନ୍ତି। କଟକ ମୋଟରଯାନ ନିରୀକ୍ଷକ ରଶ୍ମିରଞ୍ଜିତ ଦଳବେହେରାଙ୍କ ମତରେ ସଚେତନତା ସହିତ ଚାଳକମାନେ ଗାଡ଼ି ଚାଳନା ସମୟରେ ରାସ୍ତାର ନିୟମକୁ ଯଦି ଠିକ୍‌ ଭାବେ ଅନୁପାଳନ କରିବେ ତେବେ ଦୁର୍ଘଟଣାକୁ ଅନେକ ମାତ୍ରାରେ ରୋକିହେବ। କିନ୍ତୁ ଅନେକ ସମୟରେ ଚାଳକମାନେ ନିୟମକୁ ନ ମାନି ନିଜ ମନଇଚ୍ଛା ଗାଡ଼ି ଚାଳନା କରୁଥିବାରୁ ନିଜ ଜୀବନ ସହିତ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri