Posted inଜାତୀୟ

ଉତ୍ତର ଭାରତରେ ବନ୍ୟା

ନୂଆଦିଲ୍ଲୀ/ହରିଦ୍ୱାର/ରୂପନଗର, ୨୦ା୮(ପି.ଟି.): ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସୁଦ୍ଧା ୩୮ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ହରିୟାଣା, ପଞ୍ଜାବ, ଜମ୍ମୁ-କଶ୍ମୀରରେ ବନ୍ୟା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ହରିଦ୍ୱାରରେ ଗଙ୍ଗା ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ଦିଲ୍ଲୀରେ ଯମୁନା ନଦୀ ବିପଦସଙ୍କେତ ଟପିଥିବା ଜଣାପଡ଼ିଛି। ପଞ୍ଜାବରେ ଭାକ୍ରା ଜଳଭଣ୍ଡାରର ନିମ୍ନଭାଗ ଜଳାର୍ଣ୍ଣବ ହୋଇପଡ଼ିବାରୁ ଅନେକ କ୍ଷତି ଘଟିଛି। ବର୍ଷା ଓ ବନ୍ୟା ଯୋଗୁ ଅନେକ ଘର ଭାଙ୍ଗିଯାଇ ଥିବାବେଳେ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏପରିକି ବହୁ ଚାଷଜମି କ୍ଷତିଗ୍ରସ୍ତ ହେବା ସହ ଜଳାର୍ଣ୍ଣବ ଯୋଗୁ ଯାତାୟାତରେ ବାଧା ସୃଷ୍ଟିହୋଇଛି।
ହିମାଚଳ ପ୍ରଦେଶରେ ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନ ଚିନ୍ତା ବଢାଇ ଦେଇଛି। ଏଠାରେ ସୋମବାର ସୁଦ୍ଧା ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିଛି। ଲଗାଣ ବର୍ଷା ଯୋଗୁ ରାସ୍ତାଘାଟ ବିଭିନ୍ନ ସ୍ଥାନରେ ବୁଡ଼ିରହି ଥିବାରୁ ଯାତାୟାତରେ ବାଧା ସୃଷ୍ଟିହୋଇଛି। ଭୂସ୍ଖଳନ ଯୋଗୁ ପାଇପ୍‌ଲାଇନ୍‌ ଫାଟିଯିବାରୁ କାଙ୍ଗ୍ରା ଜିଲାକୁ ଦୁଇଦିନ ହେବ ଜଳଯୋଗାଣ ବନ୍ଦରହିଛି। ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟ ୫୭୪ କୋଟି ଟଙ୍କାର କ୍ଷତି ହୋଇଥିବା ରାଜ୍ୟ ସରକାର ପ୍ରକାଶ କରିଛନ୍ତି।
ଉତ୍ତରାଖଣ୍ଡରେ ମଧ୍ୟ ସମାନ ସ୍ଥିତି। ଏଠାରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଥିବାବେଳେ ଉତ୍ତରକାଶୀ ଜିଲାରେ ଏବେ ବି ୬ ଜଣ ନିଖୋଜ ଅଛନ୍ତି। ମୋରି ବ୍ଲକର ଅନେକ ଗାଁ ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ଧୋଇଯାଇଥିବା ଜଣାପଡ଼ିଛି। ବାୟୁସେନା ହେଲିକପ୍ଟର ସହ ୩ଟି ହେଲିକପ୍ଟରକୁ ସେଠାରେ ରିଲିଫ ଓ ଉଦ୍ଧାର ଲାଗି ମୁତୟନ କରାଯାଇଛି। ଋଷୀକେଶର ତ୍ରିବେଣୀ ଘାଟ ନିକଟରେ ଗଙ୍ଗା ନଦୀ ଜଳ ପହଞ୍ଚିଥିବା ଜଣାପଡ଼ିଛି। ଦିଲ୍ଲୀରେ ଯମୁନା ନଦୀ ସୋମବାର ରାତିରେ ବିପଦସଙ୍କେତ ଟପିଥିବା ଜଣାପଡ଼ିଛି। ନିମ୍ନ ଭାଗରେ ରହୁଥିବା ଲୋକମାନେ ଘରଛାଡ଼ି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଚାଲିଆସିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି। ପ୍ରଶାସନ ପକ୍ଷରୁ ଯମୁନା ବ୍ରିଜ୍‌କୁ ସାମୟିକଭାବେ ବନ୍ଦ କରିଦିଆଯାଇଛି। ବନ୍ୟାସ୍ଥିତି ନେଇ ସରକାର ସମୀକ୍ଷା କରିଛନ୍ତି। ରବିବାର ହରିୟାଣା ୮.୨୮ ଲକ୍ଷ କ୍ୟୁସେକ୍‌ ପାଣି ଛାଡ଼ିବାରୁ ଏଭଳି ସ୍ଥିତି ଦେଖାଦେଇଛି। ତେବେ ଡରିବାର କିଛିନାହିଁ, ସରକାର ଯେକୌଣସି ପରିସ୍ଥିତି ଲାଗି ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ କହିଛନ୍ତି।
ପଞ୍ଜାବ ଓ ଜମ୍ମୁ-କଶ୍ମୀରରେ ମଧ୍ୟ ବର୍ଷା ଓ ବନ୍ୟା ଲୋକଙ୍କ ନିଦ ହଜାଇ ଦେଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସୋମବାର ବନ୍ୟାସ୍ଥିତିର ସମୀକ୍ଷା କରି ରିଲିଫ ଓ ପୁନଃ ଥଇଥାନ ଲାଗି ତୁରନ୍ତ ୧୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ଚଣ୍ଡିଗଡ଼ରୁ ରୂପନଗର ଗସ୍ତକରି ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି। ରୂପନଗର ଜିଲାରେ ବିଶେଷ କ୍ଷତି ହୋଇଥିବା ଜଣାପଡ଼ିଛି। ଭାକ୍ରା ଜଳଭଣ୍ଡାରର ନିମ୍ନଭାଗ ଜଳାର୍ଣ୍ଣବ ହୋଇପଡ଼ିବାରୁ ଅନେକ କ୍ଷତି ଘଟିଥିବା ପ୍ରକାଶ। ସେହିଭଳି ଜମ୍ମୁରେ ମଧ୍ୟ ବନ୍ୟାସ୍ଥିତି ଗୁରୁତର ରହିଛି। ତଓ୍ବି ନଦୀ ବ୍ୟାରେଜ୍‌ରେ ଫସିଥିବା ୪ ମତ୍ସ୍ୟଜୀବୀଙ୍କୁ ଭାରତୀୟ ଯବାନମାନେ ବାୟୁସେନା ହେଲିକପ୍ଟର ସହାୟତାରେ ଉଦ୍ଧାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri