ଉତ୍ତରପ୍ରଦେଶ ଫେରନ୍ତା ଦୁଇ ଯୁବକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ବିଜେପୁର,୨୬ା୪(ଡି.ଏନ୍‌.ଏ.) : କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ହେଲେ କିଛି ଅମାନିଆ ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଂଘନ କରି ସୀମାରେ ରହିଥିବା ସୁରକ୍ଷା କର୍ମୀକୁ ଭୁଆଁ ବୁଲାଇ ଖସି ଆସୁଥିବା ଜଣାପଡ଼ିଛି। ଏହିକ୍ରମରେ ବରଗଡ଼ ଜିଲା ବିଜେପୁରକୁ ରବିବାର ସକାଳୁ ଦୁଇ ଜଣ ଉତ୍ତରପ୍ରଦେଶରୁ ଚାଲି ଆସିଥିବା ଜଣାଯାଇଛି। ଏହି ଖବର ଜଣାଯିବା ପରେ ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ସେମାନଙ୍କୁ ଉଦ୍ଧାର କରି ସରକାରୀ କ୍ବାରାଣ୍ଟାଇନ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଣେ ବିଜେପୁର ଏନ୍‌ଏସି ସଦରମହକୁମାର ହୋଇଥିବାବେଳେ ଅନ୍ୟ ଜଣେ ତାଳପଦର ଗ୍ରାମର ବାସିନ୍ଦା।
ସୂଚନାନୁଯାୟୀ, ସ୍ଥାନୀୟ ସହରର ଜଣେ ଯୁବକ ଉତ୍ତର ପ୍ରଦେଶରେ ରହିଥିବା ତାଙ୍କର ଭଉଣୀକୁ ଆଣିବାକୁ ତାଙ୍କ ସାଙ୍ଗ ସହିତ ସେଠାକୁ ଯାଇଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ଲକ୍‌ଡାଉନ୍‌ ଘୋଷଣା ହୋଇଯିବାରୁ ସେ ଦୁହେଁ ଆଉ ଫେରି ପାରି ନ ଥିଲେ। ଅପରପକ୍ଷେ ଲକ୍‌ଡାଉନ୍‌ କଟକଣା ବଢି ଯାଇ ଥିବାରୁ ସେ ଦୁହେଁ ଲୁଚିଛପି ସେଠାରୁ ଚାଲି ଆସିଥିଲେ। ରବିବାର ପୂର୍ବାହ୍ନରେ ସ୍ଥାନୀୟ ହାଇସ୍କୁଲରେ କରାଯାଇଥିବା କ୍ବାରାଣ୍ଟାଇନ୍‌ କେନ୍ଦ୍ରରେ ତହସିଲଦାର କୁଳମଣି ରଣବିଡା, ବିଡିଓ ପଦ୍ମନାଭ ସାମନ୍ତରାୟ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେର, ଆଇଆଇସି ରାଜେନ୍ଦ୍ର ସିଆଲ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ସଂଗ୍ରହ କରିଥିଲେ। ଉଭୟେ ସେଠାରେ ମଧ୍ୟ ହୋମ କ୍ବାରାଣ୍ଟାଇନରେ ରହିଥିବା ତଦନ୍ତବେଳେ ଜଣାପଡ଼ିଥିଲା। କିନ୍ତୁ ଉଭୟେ ରାଜ୍ୟ ବାହାରୁ ଆସିଥିବାରୁ ତାଙ୍କୁ କ୍ବାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଜଣେ ଯୁବକଙ୍କୁ ବିଜେପୁର ହାଇସ୍କୁଲରେ ଓ ଅନ୍ୟ ଜଣେ ଯୁବକଙ୍କୁ ତାଳପଦରସ୍ଥିତ କ୍ବାରାଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଇଥିବା ଜଣାପଡ଼ିଛି। ତେବେ ସୁଦୂର ଉତ୍ତରପ୍ରଦେଶରୁ ଦୁଇଜଣ ଯୁବକ ସୀମାର ସୁରକ୍ଷା ବଳୟକୁ ଭେଦ କରି ଚାଲି ଆସିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତ ଧୋଇଲା ପରେ ଗାଁକୁ ପ୍ରବେଶ ଅନୁମତି

ବଲାଙ୍ଗୀର ଅଫିସ/ଟିକ୍ରାପଡା, ୨୭ା୩ (ଡି.ଏନ୍‌.ଏ.): କରୋନା ମହାମାରୀକୁ ନେଇ ଗାଁ  ଗାଁରେ ଏବେ ଆତଙ୍କ ସ୍ଥିତି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କୌଣସି...

ବେଆଇନ ମୋରମ ଖଣିରେ ବନ ବିଭାଗର ରାତିଅଧିଆ ଚଢାଉ, ଧରା ପଡ଼ିଲା ୨ ଟ୍ରାକ୍ଟର, ଗୋଟିଏ ଜେସିବି

କେନ୍ଦୁଝର,୧୨ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ କୁଶକଳା ବିଟ ଅଫିସ ନିକଟରେ ଗତ ସୋମବାର ରାତିରେ ହାତୀ ନିରୀକ୍ଷଣ ପାଇଁ...

ଆଜି ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ୍‌ ଓରାମ

ଭଦ୍ରକ ଅଫିସ, ୨୬।୪ – ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ ଭଦ୍ରକ ଜିଲା ଗସ୍ତ କରିବେ। ସେମାନଙ୍କ ସହ ଭାଜପାର ବହୁ...

କଲେଜ ପ୍ରତିଷ୍ଠା ଦିବସରେ ଅଧ୍ୟକ୍ଷଙ୍କ ବିୟୋଗ

ଭଞ୍ଜନଗର,୨୬ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୂଲ୍ୟ ଦାସ (୫୯)ଙ୍କ ଶୁକ୍ରବାର ରାତିରେ ଅକାଳ ବିୟୋଗ ଘଟିଛି। ପ୍ରତିଷ୍ଠା...

ସ୍ତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ୧୦ ବର୍ଷ ଜେଲ

ଅନୁଗୋଳ ଅଫିସ, ୧୯।୧୨ – ସ୍ତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲାର ବିଚାର କରି ଅନୁଗୋଳ ଜିଲା ଓ ଦୌରାଜଜ୍‌ କୋର୍ଟ ଅଭିଯୁକ୍ତ ସ୍ବାମୀ ଅନୁଗୋଳ...

ରାଜନୀତିରୁ ବଢୁଛି ରକ୍ତପାତ

ଢେଙ୍କାନାଳ ଅଫିସ, ୧୭।୫: ରାଜନୈତିକ ଗୋଷ୍ଠୀ କନ୍ଦଳରୁ ବଢୁଛି ରକ୍ତପାତ। ଗଡୁଛି ମୁଣ୍ଡ। ହତ୍ୟାକାଣ୍ଡର ଅଭିଯୁକ୍ତମାନେ ଧରାପଡୁଛନ୍ତି ସତ, ହେଲେ ପରଦା ପଛର ଖଳନାୟକଙ୍କ ପାଖରେ...

ଆକର୍ଷଣ ସାଜିଲା ୨୦୦ରୁ ଊଦ୍ଧର୍‌ବ ସୁସଜ୍ଜିତ ବିମାନ

ସାକ୍ଷୀଗୋପାଳ,୧୮।୩ (ସ୍ବ.ପ୍ର./ ଡି.ଏନ୍‌.ଏ.): ପୁରୀ ଜିଲାର ପ୍ରସିଦ୍ଧ ଶୁକଳ ମେଳଣ ବେଶ୍‌ ମହାସମାରୋହରେ ପାଳିତ ହେଉଛି। ତେବେ ମେଳଣରେ ମୁଖ୍ୟ ଆକର୍ଷଣ ସାଜିଥିଲା ବିଭିନ୍ନ ବ୍ଲକରୁ...

କୋଭିଡ୍‌-୧୯ରୁ ମୁକ୍ତି ପାଇଁ ଗ୍ରାମଦେବତୀଙ୍କ ନିକଟରେ ପୂଜା

ବେଗୁନିଆପଡ଼ା,୨୯ା୪(ଡି.ଏନ.ଏ.)-କରୋନା ଭୂତାଣୁ ଲୋକଙ୍କ ନିଦ ହଜାଇଦେଇଥିବା ବେଳେ ଏଥିପାଇଁ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି। ମଙ୍ଗଳବାର ବେଗୁନିଆପଡ଼ା ବ୍ଲ୍ଳକ ଏସ୍‌.ଛଚିନା...

Advertisement
Archives

Model This Week