ଉତ୍ତରପ୍ରଦେଶରେ ଫସିଛନ୍ତି ଗଞ୍ଜାମର ୧୪ ତୀର୍ଥଯାତ୍ରୀ, ଉଦ୍ଧାର ପାଇଁ ବିଧାୟକଙ୍କୁ ଗୁହାରି

ଗଞ୍ଜାମ,୨୭ା୩(ଡି.ଏନ.ଏ.)- ଉତ୍ତରପ୍ରଦେଶରେ ଗଞ୍ଜାମର ୧୪ ଜଣଙ୍କ ସମେତ ଓଡିଶାର ମୋଟ ୫୧ ତୀର୍ଥଯାତ୍ରୀ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଏନ୍‌ଏସି ଦାମୋଦରପୁର ଗ୍ରାମର ୧୨ ଓ ଛତ୍ରପୁର ବ୍ଲକ ଅଗସ୍ତିନୂଆଗଁାର ୨ ଜଣ ମହିଳା ରହିଛନ୍ତି। ଅନ୍ୟମାନେ ପୁରୀ ଓ ଟିଟିଲାଗଡ଼ ଅଞ୍ଚଳର ବୋଲି ଜଣାପଡିଛି। ଏକ ୫୧ ଜଣିଆ ତୀର୍ଥଯାତ୍ରୀ ଉତ୍ତରପ୍ରଦେଶରେ ଫସି ରହିଛନ୍ତି। ସେମାନେ ଏକ ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନ ଉତ୍ତରପ୍ରଦେଶର ନୈମିସାରନର ଏକ ଆଶ୍ରମରେ ସେମାନେ ଆଶ୍ରୟ ନେଇଥିବା ସୂଚନା ଦେଇଛନ୍ତି। ସେମାନେ ୨୪ ତାରିଖରେ ଓଡ଼ିଶା ଅଭିମୁଖେ ଟ୍ରେନରେ ଆସିବାର ଥିଲା। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଟ୍ରେନ ବାତିଲ ହୋଇଯାଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ରହିଛନ୍ତି। ଡାଇବେଟିସ, ଉଚ୍ଚ ରକ୍ତଚାପ ଓ ଶ୍ୱାସରୋଗୀ ମଧ୍ୟ ଅଛନ୍ତି। ଖାଇବା ପିଇବାରେ ବହୁ ଅସୁବିଧା ହେଉଥିବାବେଳେ ଟଙ୍କା ସରିଆସିଲାଣି। ଭିକାରୀ ବେହେରା, ସରସ୍ବତୀ ବେହେରା, ବସନ୍ତ ବେହେରା, ଅହଲ୍ୟା ବେହେରା, ଚନ୍ଦ୍ରମା ବେହେରା, କୈଳାସ ବେହେରା, ପାର୍ବତୀ ବେହେରା, ସିମାଦ୍ରୀ ବେହେରା, ପାର୍ବତୀ ବେହେରା, ପି.ଆଦିଆମ୍ମା ରେଡ୍ଡୀ ଡି.ସାହେବ ରେଡ୍ଡୀ, ଡି.ଲଛମି ରେଡ୍ଡୀ ପ୍ରମୁଖ ଦାମୋଦରପୁର ଗ୍ରାମର ହୋଇଥିବାବେଳେ ମିଲି ଦାସ ଓ ଲକ୍ଷ୍ମୀ ଦାସ ଦୁଇଜଣ ମହିଳା ଛତ୍ରପୁର ବ୍ଲକ ଅଗସ୍ତି ନୂଆଗଁାର।
ଏନେଇ ଗ୍ରାମବାସୀ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ଭେଟିଛନ୍ତି। ବିଧାୟକ ଡିଜି ପୋଲିସ ଅପରେଶନ ଅମିତାଭ ଠାକୁରଙ୍କ ସହ ଯୋଗାଯୋଗ କରି ତାଙ୍କ କଣ୍ଟ୍ରୋଲ ରୁମ୍‌ର କମ୍ଲେନ୍‌ ରେଜିଷ୍ଟେସନ କରାଯିବା ବୋଲି କହିଛନ୍ତି। ଏହାପରେ ଉତ୍ତର ପ୍ରଦେଶରେ ଫସି ରହିଥିବା ନିକଟସ୍ଥ ପ୍ରଶାସନକୁ ଏନେଇ ଅବଗତ କରି ସେମାନଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୫ ଦିନପରେ ସେଠିକାର ସରକାରଙ୍କ ସହ ଯୋଗାଯୋଗ କରାଯାଇ ଓଡିଶାକୁ ଫେରାଇ ଆଣିବା ବ୍ୟବସ୍ଥା କରାଯିବ ବୋଲି ବିଧାୟକ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri