‘ଉତ୍କର୍ଷ ଗ୍ରାହକ ସେବା ଓଡ଼ିଶା ଡିସ୍‌କମ୍‌ର ମୂଳ ଲକ୍ଷ୍ୟ’

ଭୁବନେଶ୍ୱର,୧୮।୧୧:ସ୍ବଳ୍ପ ସମୟ ଭିତରେ ରାଜ୍ୟର ବିଦ୍ୟୁତ୍‌ ବିତରଣରେ ପ୍ରଶଂସନୀୟ ରୂପାନ୍ତରଣ ହୋଇଥିବାରୁ ଓଡ଼ିଶାର ବିଦ୍ୟୁତ୍‌ ଗ୍ରାହକମାନେ ଉନ୍ନତ ଓ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ ଉପଭୋଗ କରିପାରିବେ। ରାଜ୍ୟର ଡିସ୍‌କମ୍‌ଗୁଡ଼ିକ କେବଳ ଏଟି ଆଣ୍ଡ ସି କ୍ଷତିକୁ କମାଇବାରେ ସଫଳ ହୋଇନାହାନ୍ତି ବରଂ ଭରସାଯୋଗ୍ୟତା ଓ ଗ୍ରାହକ ସଂଯୋଗରେ ମଧ୍ୟ ଉନ୍ନତି ହୋଇପାରିଛି। ଦୀର୍ଘଦିନ ଧରି ଗ୍ରାହକମାନେ ସାମ୍ନା କରୁଥିବା ବହୁ ସମସ୍ୟାର ସମାଧାନ ହୋଇପାରିଛି। ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍‌ଗୁଡ଼ିକ ଦ୍ୱାରା ପ୍ରାୟ ୨୦ ଲକ୍ଷ କାମ କରୁ ନ ଥିବା ମିଟରକୁ ପରିବର୍ତ୍ତନ କରାଯାଇଛି। ଓଡ଼ିଶାରେ ଚାରିଟି ଡିସ୍‌କମ୍‌-ଟିପିସିଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡିଏଲ୍‌ ଏବଂ ଟିପିଡବ୍ଲ୍ୟୁଓଡିଏଲ୍‌ ୯.୫ ନିୟୁତରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ୍‌ ଶକ୍ତି ଯୋଗାଣ କରୁଛନ୍ତି। ଟାଟା ପାୱାର ପକ୍ଷରୁ ଡିସ୍‌କମ୍‌ଗୁଡ଼ିକରେ ସ୍ମାର୍ଟ ଗ୍ରୀଡ୍‌ ପ୍ରଯୁକ୍ତିର ମୁତୟନ ଏବଂ କାର୍ଯ୍ୟକାରିତା ଯୋଗୁ ସବୁ କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ହୋଇଛି। ବିଦ୍ୟୁତ୍‌ ସଂଯୋଗ ହାସଲ କରିବାଠାରୁ ମିଟରିଂରୁ ବିଲିଂ ଏବଂ ଅଭିଯୋଗ ସମାଧାନରୁ ସହଜ ବିଲ୍‌ ପଇଠ ଭଳି ଗ୍ରାହକଙ୍କ ସମ୍ପୂର୍ଣ୍ଣ ଯାତ୍ରା ଉପରେ ଡିସ୍‌କମ୍‌ଗୁଡ଼ିକ ଗୁରୁତ୍ୱାରୋପ କରୁଛନ୍ତି। ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଲାଗି ଡିସ୍‌କମ୍‌ଗୁଡ଼ିକ ସେମାନଙ୍କ ସେବା ସହ ପ୍ରଯୁକ୍ତିର ସମନ୍ବୟ କରିଛନ୍ତି।
ଏ ସମ୍ପର୍କରେ ଟାଟା ପାୱାରର ସିଇଓ ଓ ଏମ୍‌ଡି ଡ. ପ୍ରବୀର ସିହ୍ନା କହିଛନ୍ତି, ଗତ ୨ ବର୍ଷରେ ପ୍ରଗତିଶୀଳ ଭାବେ ଅଧିଗ୍ରହଣ କରିଥିବା ଆମ ବିତରଣ ବ୍ୟବସାୟ ବହୁତ ଭଲ ପ୍ରଦର୍ଶନ କରୁଛି। ଟାଟା ପାୱାରର ସମସ୍ତ ୪ ଡିସ୍‌କମ୍‌ ଗ୍ରାହକମାନଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରୁଛନ୍ତି। ଘରୋଇ ସରକାରୀ ସହଭାଗିତା (ପିପିପି) ପାଇଁ ଓଡ଼ିଶା ହେଉଛି ଶ୍ରେଷ୍ଠ ମଡେଲ ଯାହା ରାଜ୍ୟର ଗ୍ରାହକମାନଙ୍କ ପାଇଁ ଉତ୍ତମ ଫଳ ପ୍ରଦାନ କରିଛି। ସ୍ବଳ୍ପ ସମୟ ଭିତରେ ଓଡ଼ିଶାର ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ପ୍ରଶଂସନୀୟ ରୂପାନ୍ତରଣ ହୋଇପାରିଛି ବୋଲି ସିହ୍ନା ମତ ବ୍ୟକ୍ତ କରିଛନ୍ତିି।
ସେହିପରି ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ନେଟ୍‌ୱର୍କରେ ବଡ଼ଧରଣର ଉନ୍ନତି ଏବଂ ବିଦ୍ୟୁତ୍‌ ଯୋଗାଣ ନେଟ୍‌ୱର୍କର ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଥିବାରୁ ଫିଡର ଟ୍ରିପିଂରେ ୩୦-୪୦% ହ୍ରାସ ହେବା ସହ ଭରସାଯୋଗ୍ୟତାରେ ଉନ୍ନତି ହୋଇପାରିଛି ବୋଲି ଟାଟା ପାଓ୍ବାର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri