ଉଜୁଡ଼ିଛି ଶିକ୍ଷା ଭିତ୍ତିଭୂମି: ବାଧାପ୍ରାପ୍ତ ହେବ ପାଠପଢ଼ା

ପୁରୀ ଅଫିସ,୪।୬: ବାତ୍ୟା ‘ଫନୀ’ ଯୋଗୁ ପୁରୀ ଜିଲାରେ ବ୍ୟାପକ କ୍ଷତି ଘଟିଛି। ଏଥିରୁ ବର୍ତ୍ତିପାରିନି ସ୍କୁଲ, କଲେଜ। ଅଧିକାଂଶ ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। କାହାର ଆଜବେଷ୍ଟସ୍‌ ଛାତ ଉଡ଼ିଯାଇଛି ତ କାହାର କାନ୍ଥ, ପାଚେରି ଭୁଶୁଡ଼ି ପଡ଼ିିଛି। ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକର ମରାମତି ହୋଇନାହିଁ। ଶିକ୍ଷା ଭିତ୍ତିଭୂମି ଉଜୁଡ଼ିଯାଇଛି। ଫଳରେ ଚଳିତ ବର୍ଷ ପାଠପଢା ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି।
ଗ୍ରୀଷ୍ମକାଳୀନ ଛୁଟି ପାଇଁ ଗତ ମେ ୩ ତାରିଖଠାରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଛୁଟି ସରିବା ପରେ ଆସନ୍ତା ୧୭ତାରିଖରୁ ସ୍କୁଲ, କଲେଜ ଖୋଲିବ। ତେବେ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ମରାମତି କାମ ହୋଇନାହିଁ। ସ୍କୁଲ, କଲେଜ ପରିସରରେ ଗଛ ଭାଙ୍ଗି ପଡ଼ିରହିଛି। ଝରକା, କବାଟ, ଆଜବେଷ୍ଟସ୍‌ ସବୁ ଭଙ୍ଗା ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ ପାଠପଢା କିପରି ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ଶିକ୍ଷାବର୍ଷ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ଅଭିଭାବକ ନବକିଶୋର ପ୍ରଧାନ କହିଛନ୍ତି, ଚଳିତ ଶିକ୍ଷାବର୍ଷ ପାଇଁ ଚିନ୍ତା ଘାରିଛି। ପିଲାଙ୍କ ଭବିଷ୍ୟତକୁ ନେଇ ମନରେ ଆଶଙ୍କା ଲାଗିରହିଛି। ଅନ୍ୟପଟେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲର ଶ୍ରେଣୀଗୃହ କୋଠରିଗୁଡ଼ିକ ନଷ୍ଟ ହୋଇଛି। ଆଜବେଷ୍ଟସ ସବୁ ଉଡ଼ିଯାଇଛି। ସେହିପରି ଜିଲା ସ୍କୁଲ, ବିଶ୍ୱମ୍ବର ବିଦ୍ୟାପୀଠ, ଭୋଳାନାଥ ବିଦ୍ୟାପୀଠ, ଗଦାଧର ବିଦ୍ୟାପୀଠ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ନରେନ୍ଦ୍ରକୋଣସ୍ଥିତ ମହିଳା ମହାବିଦ୍ୟାଳୟ ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନରେ ବ୍ୟାପକ କ୍ଷତି ଘଟିଛି। ନୂତନ ଶିକ୍ଷାବର୍ଷରୁ କିପରି ପିଲାଙ୍କ ପାଠପଢା ହେବ ସେନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସ୍କୁଲ ଓ କଲେଜ କର୍ତ୍ତୃପକ୍ଷ। ଏସ୍‌ସିଏସ୍‌ କଲେଜର ଅଧ୍ୟକ୍ଷା ସୁଜାତା ମିଶ୍ର କହିଛନ୍ତି, ବହୁ ଶ୍ରେଣୀଗୃହ, ବିଜ୍ଞାନ ବିଭାଗ, କମ୍ପ୍ୟୁଟର ଲ୍ୟାବ, ସ୍ମାର୍ଟ ହଲ, ୪ଟି ହଷ୍ଟେଲ କୋଠା କ୍ଷତିଗ୍ରସ୍ତ ହୋଇଛି। କଲେଜ ପାଚେରୀ ଭୁଶୁଡ଼ି ପଡ଼ିିଛି। ପ୍ରାୟ ୩୭କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ଦିଆଯାଇଛି। ଛୁଟିପରେ ପିଲାମାନେ ଆସିଲେ କେଉଁଠି ରହିବେ ତାହା ଚିନ୍ତାର କାରଣ ହୋଇଛି। ସେହିପରି ସରକାରୀ ମହିଳା ମହାବିଦ୍ୟାଳୟର ୨କୋଟି ଟଙ୍କାର କ୍ଷତି ଘଟିଛି। ନବନିର୍ମିତ ୩ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନଷ୍ଟ ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ମଧ୍ୟ ବ୍ୟାପକ କ୍ଷତି ଘଟିଛି। ୩ ଛାତ୍ରାବାସ, କୋଠା, ପାଚେରି ନଷ୍ଟ ହୋଇଛି। ସରକାରଙ୍କୁ ୩୭ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ଦିଆଯାଇଛି ବୋଲି କୁଳପତି ପ୍ରଫେସର ରାଧାମାଧବ ଦାଶ କହିଛନ୍ତି। ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ୩୦ଲକ୍ଷ ଟଙ୍କା କ୍ଷତି ଘଟିଥିବା ଅଧ୍ୟକ୍ଷ ଡ. ଜଗବନ୍ଧୁ ମିଶ୍ର କହିଛନ୍ତି। ଛାତ୍ର ନେତା ସୌଭାଗ୍ୟ ଦାଶ କହିଛନ୍ତି, କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି। ଜିଲା ଶିକ୍ଷାଧିକାରୀ ହୃଷୀକେଶ କାଣ୍ଡି କହିଛନ୍ତି, ଜିଲାର ୨୩୫୫ଟି ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୩୭କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ପରିସ୍ଥିତି ଅନୁଧ୍ୟାନ କରି ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ନେଇ ବିଇଓ ଏବଂ ପ୍ରଧାନ ଶିକ୍ଷକମାନଙ୍କ ସହିତ ଆଲୋଚନା କରାଯାଉଛି। ସେହିପରି ଜିଲାପାଳ ବଲଓ୍ବନ୍ତ ସିଂ କହିଛନ୍ତି, ଶିକ୍ଷା ହେଉଛି ସଫଳତାର ମାପକାଠି। ପ୍ରାଥମିକ ପର୍ଯ୍ୟାୟରେ ବିଦ୍ୟାଳୟଗୁଡ଼ିକର ସଫେଇ ଉପରେ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ନିକଟକୁ କ୍ଷୟକ୍ଷତି ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ବିଦ୍ୟାଳୟ ଭିତ୍ତିଭୂମି ସଜାଡ଼ିବା ଲାଗି ଉଦ୍ୟମ ହେବ। ସ୍କୁଲ ପରିସରରେ ବ୍ୟାପକ ଚାରାରୋପଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ମୃତ୍ୟୁ ମାମଲା: ଥାନାରେ ହାଜର ହେଲେ ସନ୍ତୋଷ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଟେଲି ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାର ରହସ୍ୟ ବଢିବାରେ ଲାଗିଛି। ଶୁକ୍ରବାର ନୟାପଲ୍ଲୀ ଥାନାରେ ହାଜର ହୋଇଛନ୍ତି ବୟଫ୍ରେଣ୍ଡ ସନ୍ତୋଷ ପାତ୍ର।...

୭୫ରେ ନବୀନ: ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଓ ଅଦ୍ୱିତୀୟ। ସ୍ବଚ୍ଛ ଭାବମୂର୍ତ୍ତି ତାଙ୍କୁ ଓଡ଼ିଶା ରାଜନୀତିରେ ଜଣେ ଜନପ୍ରିୟ ନେତା ଭାବେ ପରିଚିତ କରାଇଛି। ଦୁଇ ଦଶନ୍ଧି...

ଆନ୍ଧ୍ରପ୍ରଦେଶ ଗସ୍ତରେ କେନ୍ଦ୍ରମନ୍ତ୍ରୀ: ତୈଳ ଓ ଗ୍ୟାସ ପ୍ରକଳ୍ପରେ କରାଯିବ ବିପୁଳ ପୁଞ୍ଜିନିବେଶ: ଧର୍ମେନ୍ଦ୍ର

ଭୁବନେଶ୍ୱର,୮।୧୧(ବ୍ୟୁରୋ): ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଆନ୍ଧ୍ରପ୍ରଦେଶରେ ଆଗାମୀ ୫ବର୍ଷରେ ବିଭିନ୍ନ ପ୍ରକଳ୍ପ ପାଇଁ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି।...

ବଜେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୨ା୭(ବ୍ୟୁରୋ.): ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପିତ ହୋଇଛି। ଏହି ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି।...

ଯୁବକଙ୍କ ଶରୀରରୁ ବାହାରିଲା ୧୨କେଜିର ଟ୍ୟୁମର

ଭୁବନେଶ୍ୱର,୫ା୩ (ବ୍ୟୁରୋ): ଜଣେ ୨୯ ବର୍ଷୀୟ ଯୁବକଙ୍କ ଶରୀରରୁ ବାହାରିଛି ୧୨ କିଲୋ ଗ୍ରାମର ଏକ ବିରଳ ଜେନେଟିକ୍‌ ଟ୍ୟୁମର୍‌। ଦୀର୍ଘ ୩ ଘଣ୍ଟାର ଅସ୍ତ୍ରୋପଚାର...

୫ରେ ଜେଇଇ ଆଡ଼ଭାନ୍ସଡ୍‌ ରେଜଲ୍ଟ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଜେଇଇ ଆଡ଼ଭାନ୍ସଡ୍‌ ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଯାଇଛି। ଦେଶର ୨୨୨ଟି ସହରର ୧୧୫୦ କେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ମୋଟ ୧,୬୦,୮୬୪ ଛାତ୍ରୀଛାତ୍ର ପରୀକ୍ଷା...

୭୩ ଆସନରେ ବିଜେଡି ଆଗୁଆ, କଟକରେ କଂଗ୍ରେସ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ପୌର ନିର୍ବାଚନ ଭୋଟ ଗଣତି ଶନିବାର ସକାଳୁ ଆରମ୍ଭ ହୋଇଯାଇଥିବା ବେଳେ ବିଜେଡି ଆଗୁଆ ରହିଛି । ରାଜ୍ୟର ଅଧିକାଂଶ ଏନ୍‌ଏସି, ପୌରାଅଞ୍ଚଳରେ ବିଜେଡି...

ଖରା ପୂର୍ବରୁ ଘାରିଲାଣି ପାଣି ଚିନ୍ତା

ଢେଙ୍କାନାଳ ଅଫିସ, ୪।୨-ସରିନି ଶୀତ କି ଆରମ୍ଭ ହୋଇନି ଖରା। ହେଲେ ଏବେଠାରୁ ଢେଙ୍କାନାଳ ଜିଲାର ଶିଳ୍ପସମୃଦ୍ଧ ଓଡ଼ାପଡ଼ା ବ୍ଲକ କୁସୁପଙ୍ଗା ଗ୍ରାମ ୪ନଂ. ୱାର୍ଡ...

Advertisement
Archives

Model This Week