ଉଚ୍ଛେଦକୁ ନେଇ ମହନ୍ତ, ସାଧୁସନ୍ଥଙ୍କ ମେଳି

ପୁରୀ ଅଫିସ, ୧୯।୯: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ମେଘନାଦ ପାଚେରି କଡ଼ରୁ ୭୫ ମିଟର ସୀମା ମଧ୍ୟରେ ସବୁ ନିର୍ମାଣ ଉଚ୍ଛେଦ କରାଯିବ। ଏଥିପାଇଁ ବର୍ତ୍ତମାନ ଡିଜିପିଏସ୍‌ ମ୍ୟାପିଂ ଚାଲିଛି। ତେବେ ଏହା ପୂର୍ବରୁ ମେଘନାଦ ପାଚେରି କଡ଼ରୁ ସରକାରୀ ଏବଂ ବେସରକାରୀ ନିର୍ମାଣ ଭଙ୍ଗାଯାଇଛି। ଏଥିସହ ଅସୁରକ୍ଷିତ ଦର୍ଶାଯାଇ ଲଙ୍ଗୁଳି ମଠ, ଏମାର ମଠ ଏବଂ ବଡ଼ ଆଖଡା ମଠକୁ ମଧ୍ୟ ଉଚ୍ଛେଦ କରାଯାଇଛି। ଆଗକୁ ଆହୁରି ଏକାଧିକ ମଠ ଭାଙ୍ଗିବାକୁ ଥିବାବେଳେ ସରକାରଙ୍କ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ମହନ୍ତ ଓ ସାଧୁସନ୍ଥଙ୍କ ମଧ୍ୟରେ ବିରୋଧାଭାସ ସୃଷ୍ଟି ହୋଇଛି। ଏ ନେଇ ପ୍ରତିବାଦ କେବଳ ପୁରୀ କିମ୍ବା ଓଡ଼ିଶାରେ ସୀମିତ ନାହିଁ, ରାଜ୍ୟ ବାହାରର ସାଧୁସନ୍ଥ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି। ଐତିହ୍ୟର ସୁରକ୍ଷା ବଦଳରେ ଉଚ୍ଛେଦ ଠିକ୍‌ ନୁହେଁ ବୋଲି ସେମାନେ ମତ ଦେଉଥିବା ବେଳେ ବୁଧବାର ରାଧାବଲ୍ଲଭ ମଠରେ ମହନ୍ତ ଓ ସାଧୁସନ୍ଥ ମେଳି ବାନ୍ଧିଥିଲେ।
ଏହି ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ମଠ ଓ ମନ୍ଦିର ଉଭୟ ପରିସ୍ପର ପରିପୂରକ। ସରକାର ଶ୍ରୀମନ୍ଦିର ସୁରକ୍ଷା ପାଇଁ ଯଦି କୌଣସି ନିଷ୍ପତ୍ତି ନେଉଛନ୍ତି ତେବେ ମଠଗୁଡ଼ିକ କିପରି ସୁରକ୍ଷିତ ରହିପାରିବ ସେ ଦିଗରେ ମଧ୍ୟ ବ୍ୟବସ୍ଥା କରିବା ଦରକାର। ମଠଗୁଡ଼ିକ ଭଙ୍ଗାଯିବା ପୂର୍ବରୁ ପ୍ରଥମେ ମହନ୍ତ ଓ ସାଧୁସନ୍ଥଙ୍କ ସହ ଆଲୋଚନା କରାଯିବା ଉଚିତ ଥିଲା। ମଠ ଭଙ୍ଗାଗଲେ କେଉଁ ଜାଗାରେ ଥଇଥାନ କରାଯିବ, ବିସ୍ଥାପିତଙ୍କୁ କେଉଁଠି ସ୍ଥାନ ମିଳିବ ତାହା ଲିଖିତ ଭାବେ ଜଣାଇବା କଥା। କିନ୍ତୁ ଏହା ନ କରି ହଠାତ୍‌ ମଠ, ମନ୍ଦିର ଭାଙ୍ଗିବା ନିଷ୍ପତ୍ତି ଠିକ୍‌ ହୋଇନାହିଁ। ସୁପ୍ରିମ୍‌କୋର୍ଟ ମଧ୍ୟ ସମସ୍ତଙ୍କ କଥା ବୁଝି ଉଚ୍ଛେଦ କାର୍ଯ୍ୟକୁ ଆଇନ ଅନୁଯାୟୀ କରିବା ଲାଗି ରାଜ୍ୟ ସରକାର ଏବଂ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏଣିକି ଯାହା କିଛି ହେବ, ଆଇନ ଅନୁସାରେ କରାଯିବାକୁ ଦାବି ହୋଇଛି। ଶ୍ରୀକ୍ଷେତ୍ରରେ ମଠ, ମନ୍ଦିର ଭଙ୍ଗାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମଠ, ଆଶ୍ରମର ସାଧୁସନ୍ଥଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସନାତନ ସନ୍ଥ ସମାଜର ପ୍ରାୟ ଶତାଧିକ ସାଧୁସନ୍ଥ ପୁରୀ ଆସିଛନ୍ତି। ଏମାନେ ଗୁରୁବାର ଦାମୋଦର ରୋଡ଼ସ୍ଥିତ ରାମକୃଷ୍ଣ ଆନନ୍ଦ ଧାମ ପରିସରରେ ହେବାକୁ ଥିବା ଏକ ସମ୍ମିଳନୀରେ ଯୋଗଦେଦେବେ। ସମ୍ମିଳନୀରେ ଉଚ୍ଛେଦକୁ ନେଇ ସେମାନେ ତାଙ୍କ ଆଭିମୁଖ୍ୟ ରଖିବେ ବୋଲି ରାଧାବଲ୍ଲଭ ମଠରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ କନ୍ଧମାଳ ଗସ୍ତ: ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ରଥଯାତ୍ରାରେ ଦେବେ ଯୋଗ

ଦାରିଙ୍ଗବାଡ଼ି, ୧୩।୭ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦୁଇ ଦିନିଆ କନ୍ଧମାଳ ଜିଲା ଗସ୍ତକୁ ନେଇ ଦାରିଙ୍ଗବାଡ଼ି ଅଞ୍ଚଳରେ ବେଶ୍ ଉତ୍ସାହ ଦେଖିବାକୁ…

ଇସ୍କନ ରଥଯାତ୍ରା ପାଇଁ ରାଜଧାନୀରେ ଟ୍ରାଫିକ୍‌ କଟକଣା: ୟୁନିଟ୍-୮ରୁ ସିଆରପି ଛକ ପର୍ଯ୍ୟନ୍ତ…

ଭୁବନେଶ୍ୱର, ୧୨।୭: ରାଜଧାନୀ ଭୁବନେଶ୍ୱରରେ ଇସ୍କନ ପକ୍ଷରୁ ଆୟୋଜିତ ହେବାକୁ ଥିବା ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍‌…

ହୋଟେଲ ରୁମରେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ଦେଖିଲେ ସ୍ତ୍ରୀ; ତା’ପରେ ହୋଟେଲରୁ ପୋଲିସ ଷ୍ଟେଶନ…

ଇନ୍ଦୋର,୧୩।୭: ମଧ୍ୟପ୍ରଦେଶର ରେୱାର ସମନ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହୋଟେଲରେ ଜଣେ ମହିଳା ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଥିବା ଅଭିଯୋଗ କରି…

ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି: ଆମରଣ ଅନଶନରେ ସରପଞ୍ଚ ଚାମେଲୀ ଓଝା

ଭୁବନେଶ୍ୱର,୧୨।୭: କେନ୍ଦ୍ରାପଡ଼ା ଜିଲା  ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ନିଜର ବିଭିନ୍ନ ଦାବି ପୂରଣ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିଠାରେ…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା…

୧୮ ବର୍ଷ ପରେ CSKର ହାତ ଛାଡିଲେ ଏହି ଖେଳାଳି, ପାରସ୍ପରିକ ସହମତିରେ ଦଳରୁ ହେଲେ ଅଲଗା

ନୂଆଦିଲ୍ଲୀ,୧୩।୭: ୧୮ ବର୍ଷର ସହଭାଗିତା ପରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଇଣ୍ଡିଆନ ପ୍ରିମିୟର…

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri