ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକୁ ବେଖାତିର

ଯାଜପୁର ଅଫିସ,୧୮ା୧: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଆଦୌ ଭୃକ୍ଷେପ କରୁନାହାନ୍ତି। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଉଚ୍ଚଶିକ୍ଷା ବିଭାଗର ଅନୁରୋଧ ଦୀର୍ଘ ୧ ବର୍ଷ ହେଲା କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ହୋଇପାରେ ବୋଲି ଉଚ୍ଚଶିକ୍ଷା ବିଭାଗର ଅଧସ୍ଥନ ସଚିବ ଆଶଙ୍କା ପ୍ରକାଶ କରିଛନ୍ତି। ପୁଣି ଥରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଯାଜପୁର ଜିଲା ଚିତାଳୋ ଡିଗ୍ରୀ କଲେଜରେ ପିଜି କୋର୍ସ ପାଇଁ ନୀରିକ୍ଷଣ କରି ଆସନ୍ତା ୧୫ା୨ା୨୦୨୦ ସୁଦ୍ଧା ନିଶ୍ଚିତ ଭାବେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି।
ଯାଜପୁର ଜିଲା ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷା ପାଇବାରୁ ଛାତ୍ରୀଛାତ୍ର ବଞ୍ଚିତ ହେଉଛନ୍ତି। ଶିକ୍ଷା ବିଭାଗର ଅଦୂରଦର୍ଶିତା ଓ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଜିଲାର କେତେକ କଲେଜରେ ବିଭିନ୍ନ ବିଷୟରେ ସ୍ନାତୋକତ୍ତର(ପିଜି) ଶିକ୍ଷା ବ୍ୟବସ୍ଥା ନ ଥିବାରୁ ସ୍ଥାନୀୟ ଛାତ୍ରୀଛାତ୍ର କଟକ, ଭୁବନେଶ୍ୱର କିମ୍ବା ଅନ୍ୟତ୍ର ଶିକ୍ଷାନୁଷ୍ଠାନକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଯାଜପୁର ଜିଲାର କେତେକ କଲେଜ ଏଥିପାଇଁ ଆବେଦନ କରିଥିଲେ ହେଁ ସେଥିପ୍ରତି ଦୃଷ୍ଟି ନ ଦେବା ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କ କାର୍ଯ୍ୟ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହିକ୍ରମରେ ବର୍ଷାଧିକ କାଳ ହେଲା ଯାଜପୁର ଜିଲାର ଚିତାଳୋ ଡିଗ୍ରୀ କଲେଜ, ଚଣ୍ଡିଖୋଲ ବାବା ଭୈରାବାନନ୍ଦ(ବିବି) ସ୍ବୟଂଶାସିତ କଲେଜ ଓ ଛତିଆ ମହାପୁରୁଷ ହାଡିଦାସ ଡିଗ୍ରୀ କଲେଜରେ ବିଭିନ୍ନ ବିଷୟରେ ପିଜି ଶିକ୍ଷା, ସିଟ ବୃଦ୍ଧି, ବିଜ୍ଞାନ ଆଦି ଖୋଲିବା ପାଇଁ ଆବେଦନ କରିଥିଲେ ହେଁ ତାହା ଝୁଲି ରହିଛି। ଏହି ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି। ଏହାପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ରସଂଖ୍ୟା ୧୫୨/ଏଚଇ ୩ା୧ା୨୦୨୯ରେ ଚିତାଳେ ଡିଗ୍ରୀ କଲେଜକୁ ନୀରିକ୍ଷଣରେ ଯାଇ ପିଜି କୋର୍ସ ଖୋଲିବାକୁ ଉପଯୁକ୍ତ କି ନୁହେଁ ସେ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ୨୦୧୯ ଜାନୁୟାରୀ ଶେଷ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ପତ୍ରରେ ଦର୍ଶାଯାଇଥିଲା। କିନ୍ତୁ ଆଞ୍ଚଳିକ ନିର୍ଦ୍ଦେଶାଳୟ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏହି ସମୟରେ ଚିତାଳୋ କଲେଜ ସମ୍ପାଦକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଡବ୍ଲ୍ୟୁପି(ସି) ନଂ-୨୦୫୬୨/୨୦୧୯ରେ ଏକ ମାମଲା ରୁଜୁ ହୋଇଛି। ଏହାପରେ ହାଇକୋର୍ଟ ପକ୍ଷରୁ ୧୬ା୧୧ା୨୦୧୯ରେ ଶୁଣାଣି କରି ଆଇନ ଅନୁସାରେ ୩ମାସ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଛି। ଇତିମଧ୍ୟରେ ଏହି ନିର୍ଦ୍ଦେଶର ୨ମାସ ଅତିକ୍ରାନ୍ତ ହୋଇସାରିଛି। ହେଲେ ଶିକ୍ଷା ବିଭାଗ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ। ସୂଚନାଯୋଗ୍ୟ ଯେ, ଚିତାଳୋ ଡିଗ୍ରୀ କଲେଜରେ ଏଜୁକେଶନ, ରାଜନୀତି ବିଜ୍ଞାନ, ସୋସିଓଲୋଜି, ସଂସ୍କୃତ ଓ ଇତିହାସ ବିଷୟରେ ପିଜି(ଏମଏ) ଖୋଳିବାକୁ ପ୍ରସ୍ତାବ ରହିଛି। ବିଜ୍ଞାନରେ ବୋଟାନି, କେମେଷ୍ଟ୍ରି, କମ୍ପ୍ୟୁଟର ସାଇନ୍ସ, ଗଣିତ ଓ ଜୁଓଲୋଜି ବିଷୟରେ ପିଜ(ଏମଏସସି) ଖୋଲିବାର ପ୍ରସ୍ତାବ ଦିଆଯାଇଛି। ଏହାସହ ବାଣିଜ୍ୟରେ ପିଜି(ଏମକମ) ଖୋଲିବା ସହିତ ଯୁକ୍ତତିନି କଳା ଓ ବିଜ୍ଞାନରେ ସିଟ ସଂଖ୍ୟା ବୃଦ୍ଧି ପାଇଁ ଆବେଦନ କରାଯାଇଛି। ସେହିପରି ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ବୟଂଶାସିତ କଲେଜ ଏବଂ ଛତିଆ ମହାପୁରୁଷ ହାଡିଦାସ ଡିଗ୍ରୀ କଲେଜରେ ଅନର୍ସ ବିଷୟ ସହିତ ଯୁକ୍ତତିନି ବିଜ୍ଞାନ ବିଷୟ ଖୋଲିବାକୁ ଆବେଦନ କରାଯାଇଛି। ପୂର୍ବରୁ ଏନେଇ ଶିକ୍ଷା ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୧୧୧୧/୭ା୨ା୨୦୧୯, ୩୪୪୪/୧୪ା୫ା୨୦୧୯ ଏବଂ ସରକାରୀ ପତ୍ରସଂଖ୍ୟା ୧୭୨୫୦/ଏଚଇ/୨୬ା୮ା୨୦୧୯ରେ ଉକତ୍ଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୁଗ୍ମ ତଦନ୍ତ କରିବାକୁ ନିର୍ଦ୍ଦେଶ ହୋଇଛି। ଏହିକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅଧସ୍ଥନ ସଚିବ ରଞ୍ଜନ କୁମାର ନାୟକ ତାଙ୍କ ପତ୍ରସଂଖ୍ୟା ୧୬ା୧ା୨୦୨୦ରେ ପୁଣି ଥରେ ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଉକତ୍ଳ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକଙ୍କ ସହ ଏକ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri