ଇ-କମର୍ସରେ ବିକ୍ରି ହେବନି ଅଣ ଅତ୍ୟାବଶ୍ୟକ ସାମଗ୍ରୀ

ନୂଆଦିଲ୍ଲୀ,୨୦ା୪(ପି.ଟି.): ଇ-କମର୍ସ ପ୍ଲାଟ୍‌ଫର୍ମ ଜରିଆରେ ମୋବାଇଲ୍‌ ଫୋନ୍‌, ରେଫ୍ରିଜରେଟର, ରେଡିମେଡ୍‌ ପୋଷାକ ଆଦି ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଲାଗି ସରକାର ଅନୁମତି ଦେବାର ୪ ଦିନ ପରେ ନିଷ୍ପତ୍ତି ବଦଳାଇଛନ୍ତି। ଇ-କମର୍ସ କମ୍ପାନୀଗୁଡ଼ିକ ଏହିସବୁ ସାମଗ୍ରୀ ବିକ୍ରି କରିପାରିବେ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରବିବାର ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି। କ’ଣ ପାଇଁ ସରକାର ତାଙ୍କର ପୂର୍ବ ନିଷ୍ପତ୍ତି ବଦଳାଇଲେ ବୋଲି ପ୍ରଶ୍ନ ହେବାରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟସଲିଳା ଶ୍ରୀବାସ୍ତବ କହିଛନ୍ତି, ଦେଶରେ କୋଭିଡ୍‌-୧୯ ସ୍ଥିତି ଗତିଶୀଳ ଥିବାରୁ ସରକାରଙ୍କୁ ଦିନକୁ ଦିନ ନୂଆ ନିଷ୍ପତ୍ତି ନେବାକୁ ପଡ଼ୁଛି। ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ଅନୁମତି ଦେଲେ ଏହା ଲକ୍‌ଡାଉନ୍‌ର ଉପଯୁକ୍ତ କାର୍ଯ୍ୟକାରିତାକୁ ପ୍ରଭାବିତ କରିପାରେ ବୋଲି ଅନୁଭବ କରିବା ପରେ ସରକାର ନିଷ୍ପତ୍ତି ବଦଳାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଏପ୍ରିଲ ୨୦ରୁ ଇ-କମର୍ସ ପ୍ଲାଟଫର୍ମରେ ଉପରୋକ୍ତ ସାମଗ୍ରୀ ବିକ୍ରି ଲାଗି ଗତ ୧୫ ତାରିଖରେ ପ୍ରକାଶିତ ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଥିଲା। ସରକାର କ’ଣ ପାଇଁ ନିଷ୍ପତ୍ତି ବଦଳାଇଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଇ-କମର୍ସ କମ୍ପାନୀ ଭଳି ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଲାଗି ଅନୁମତି ଦେବାକୁ ଖୁଚୁରା ବ୍ୟବସାୟୀମାନେ ସରକାରଙ୍କ ଉପରେ ଚାପ ପକାଇଥିବା ଚର୍ଚ୍ଚା ହେଉଛି। ନୂଆ ଗାଇଡଲାଇନରେ ସ୍ଥାନୀୟ ବ୍ୟବସାୟୀଙ୍କୁ ଅନୁମତି ନ ଦେଇ ଇ-କମର୍ସ କମ୍ପାନୀଗୁଡ଼ିକୁ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଅନୁମତି ଦେବା ପକ୍ଷପାତିତା ବୋଲି ଖୁଚୁରା ବ୍ୟବସାୟୀମାନେ ଅଭିଯୋଗ କରିଥିଲେ। ବିରୋଧୀ ଦଳ କଂଗ୍ରେସ ମଧ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଥିଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏ ସମ୍ପର୍କରେ ନିର୍ଦ୍ଦେଶନାମା ସ୍ପଷ୍ଟ କରୁ ବୋଲି କଂଗ୍ରେସ କହିଥିଲା। ତେବେ ଇ-କମର୍ସ କମ୍ପାନୀଗୁଡ଼ିକ ପୂର୍ବଭଳି ଖାଦ୍ୟ ସାମଗ୍ରୀ, ଔଷଧ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିପାରିବେ। ୨୦ ତାରିଖରୁ ମୋବାଇଲ୍‌ ଫୋନ୍‌, ଟାବଲେଟ୍‌, ଟିଭି ଆଦି ଯୋଗାଇବା ପାଇଁ ଇତିମଧ୍ୟରେ କେତେକ କମ୍ପାନୀ ଅର୍ଡର ରଖିଦେଇଛନ୍ତି। ସରକାରଙ୍କ ନୂଆ ନିର୍ଦ୍ଦେଶନାମା ପରେ ଏବେ ସେମାନଙ୍କୁ ଅର୍ଡର ଫେରାଇବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri