ଇୟୁରୁ ବିଦାୟ ନେଲା ବ୍ରିଟେନ

ଲଣ୍ଡନ/ବ୍ରସେଲ୍ସ,୧ା୨: ଦୀର୍ଘ ସାଢ଼େ ୩ ବର୍ଷର ଉଦ୍ୟମ ପରେ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯାଇଛି। ଏହା ୟୁରୋପ ଏବଂ ବ୍ରିଟେନ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଥିଲା। ଦୀର୍ଘ ଅର୍ଦ୍ଧଶତାବ୍ଦୀର ସମ୍ପର୍କ ଛିନ୍ନ କରି ବ୍ରିଟେନ ଇୟୁରୁ ବିଦାୟ ନେଇ ଏକ ନୂଆ ତଥା ଅନିଶ୍ଚିତ ସକାଳ ଆଡ଼େ ମୁହାଁଇଛି। ୨୮ ସଦସ୍ୟ ବିଶିଷ୍ଟ ୟୁରୋପୀୟ ସଂଘରୁ ଓହରିଯିବାରେ ବ୍ରିଟେନ ପ୍ରଥମ ଦେଶ। ୨୦୧୬ ଗଣଭୋଟଠାରୁ ବ୍ରେକ୍‌ଜିଟକୁ ସମର୍ଥନ କରିଆସୁଥିବା ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ବ୍ରିଟେନ ପାଇଁ ସମୃଦ୍ଧିର ନୂଆ ଯୁଗ ନିମନ୍ତେ ସମସ୍ତଙ୍କୁ ଏକାଠି କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏହା ଶେଷ ନୁହେଁ ଆରମ୍ଭ ମାତ୍ର ବୋଲି ସେ କହିଛନ୍ତି। ୟୁରୋପୀୟ ସଂଘ ପାଇଁ ଏହା ଏକ ବଡ଼ ପରିବର୍ତ୍ତନ ବୋଲି ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ କହିଛନ୍ତି। ତେବେ ୧୧ ମାସ ପର୍ଯ୍ୟନ୍ତ ବିଶେଷ କିଛି ପରିବର୍ତ୍ତନ ଅନୁଭୂତ ହେବ ନାହିଁ। କାରଣ ଚୁକ୍ତି ଅନୁଯାୟୀ ବ୍ରିଟିଶମାନେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଇୟୁ ରାଷ୍ଟ୍ରଗୁଡ଼ିକ ସହ ଅବାଧରେ ବାଣିଜ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ କରିପାରିବେ। ଆମେ ବ୍ରିଟେନ ସହ ଯଥାସମ୍ଭବ ଭଲ ସମ୍ପର୍କ ରଖିବାକୁ ଚାହିଁବୁ। ତେବେ ଏହା କଦାପି ସଦସ୍ୟତା ଭଳି ଭଲ ହେବନାହିଁ ବୋଲି ୟୁରୋପୀୟ କମିଶନ୍‌ ଅଧ୍ୟକ୍ଷ ଉର୍‌ସୁଲା ଭନ୍‌ ଡେର୍‌ ଲେୟେନ କହିଛନ୍ତି। ଇୟୁରୁ ବ୍ରିଟେନ ଓହରିଯିବା ଆମ ସମସ୍ତଙ୍କ ପାଇଁ ଏକ କ୍ଷତ ବୋଲି ୟୁରୋପୀୟ ପାର୍ଲାମେଣ୍ଟର ଅଧ୍ୟକ୍ଷ ଡାଭିଡ ସାସୋଲି ଟୁଇଟ୍‌ କରିଛନ୍ତି। ଆସନ୍ତାକାଲିଠାରୁ ଆମେ ବ୍ରିଟେନ ସହ ନୂଆ ସମ୍ପର୍କ ଆରମ୍ଭ କରିବା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସରକୁ ଡରୁଥିଲେ ମହିଳା, ପୁଅକୁ ବାଥ୍‌ଟବରେ ବୁଡ଼ାଇ ମାରି ଶେଷରେ ନିଜେ କଲେ ଆତ୍ମହତ୍ୟା

ସେଣ୍ଟ ପିଟରସବର୍ଗ,୧୭ା୧୨: ଏହି ମାତ୍ର କିଛି ସମୟ ପୂର୍ବରୁ ଗୁରୁବାର ଲଣ୍ଡନରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କାରଣ ମହିଳା ଜଣକ କ୍ୟାନସରରେ...

ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ

ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି...

ଚୁମ୍ବନ ଯୋଗୁ ପଦ ହରାଇଲେ ସ୍ବାସ୍ଥ୍ୟମନ୍ତ୍ରୀ

ଲଣ୍ଡନ,୨୮।୬: ବ୍ରିଟେନର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହନ୍‌କକ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ସହଯୋଗୀଙ୍କ ସହ ନିଜର ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିବା ମ୍ୟାଟ ଏବେ...

ଦୁବାଇରେ ଚମକିଲା ଭାରତୀୟ ଯୁବ ଇଞ୍ଜିନିୟରଙ୍କ ଭାଗ୍ୟ

ଦୁବାଇ,୨୩।୧: ଦୁବାଇରେ ରହୁଥିବା ଜଣେ ଭାରତୀୟ ଯୁବ ଇଞ୍ଜନିୟରଙ୍କ ଭାଗ୍ୟ ଚମକିଛି। ଶିଭିନ୍‌ ଓ୍ବିଲସନ ନାମକ ଜଣେ ଇଞ୍ଜିନିୟର ଏକ ସାପ୍ତାହିକ ଲକି ଡ୍ରରେ ୪୦...

ଚାଇନା ଭାକ୍ସିନ ଲଗାଇବା ଏହି ଦେଶକୁ ପଡ଼ିଲା ଭାରି, ସାମ୍ନାକୁ ଆସିଲା ସତ

ଓ୍ବାଶିଂଟନ,୪ା୬: ବାହାରେନ୍‌ ଏବଂ ସେଚେଲ୍ସ ଦେଶ ଚାଇନା ଭାକ୍ସିନ ସିନୋଭାକ୍‌ ଏବଂ ସିନୋଫର୍ମକୁ ଅଧିକାଂଶ ନାଗରିକଙ୍କୁ ପ୍ରଦାନ କରିଛନ୍ତି। ଏହା ସତ୍ତ୍ୱେ କରୋନା ସଂକ୍ରମଣ ମାମଲା...

ଏକାଥରକେ ୟୁକ୍ରେନ୍‌ର ୧୮ରୁ ଅଧିକ ସହର ଉପରେ ବୋମାବର୍ଷା ଯୋଜନା…

ମସ୍କୋ/କ୍ୱିଭ୍‌,୨୦।୩ : ରୁଷିଆ ୟୁକ୍ରେନର ୧୮ ରୁ ଅଧିକ ସହରରେ ଏୟାର ଷ୍ଟ୍ରାଇକ କରବାକୁ ଯୋଜନା ପ୍ରସ୍ତୁତ କରିଛି। ଏକାଥରକେ ଏସବୁ ସହରଗୁଡ଼ିକ ଉପରେ ବୋମାବର୍ଷା...

ମୃତକଙ୍କ ମଧ୍ୟରେ ୩ ଭାରତୀୟ

ନୂଆଦିଲ୍ଲୀ,୨୨ା୪: ଶ୍ରୀଲଙ୍କାରେ ରବିବାର ହୋଇଥିବା ସିରିଜ ବିସ୍ଫୋରଣରେ ୨୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୩ ଜଣ ଭାରତୀୟ ଅଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ସୁଷମା...

ରକ୍ତଚାଉଳ ଚୋବାଉଛି ପାକିସ୍ତାନ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସମ୍ବିଧାନର ଅନୁଚ୍ଛେଦକୁ ୩୭୦ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ଛାନିଆ ହୋଇଯାଇଥିବା...

Advertisement
Archives

Model This Week