Posted inଖେଳ

ଇଷ୍ଟ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: ପ୍ରି-କ୍ୱାର୍ଟରରେ ସୁବ୍ରତ

ଭୁବନେଶ୍ୱର,୧୪।୧୨(ସ୍ପୋଟର୍‌ସ ବ୍ୟୁରୋ)- ପାଟଣାରେ ଚାଲିଥିବା ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶାର ସୁବ୍ରତ ଦାସ ରାଉଣ୍ଡ ଅଫ୍‌ ୧୬ ବା ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପାଟଣାର ଆଡିକ୍‌ଶନ ସ୍ନୁକର ସେଣ୍ଟରରେ ଚାଲିଥିବା ଏହି ପ୍ରତିଯୋଗିତାରେ ସୁବ୍ରତ ୩-୦ରେ ପୂର୍ବତନ ବିହାର ଜୁନିୟର ଚାମ୍ପିୟନ ଉତ୍କର୍ଷ ସିଂଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ୪ ଦିନଧରି ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟର ଚାମ୍ପିୟନ ଖେଳାଳିଙ୍କୁ ଟ୍ରଫି ସହ ୨୧ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଶା ସ୍ନୁକର ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଥିବା ସୁବ୍ରତଙ୍କ ସମେତ ପୂର୍ବ ଭାରତର ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଥିଲା। ଏହି ଚାମ୍ପିୟନଶିପ୍‌ରେ ସୁବ୍ରତଙ୍କୁ ଟପ୍‌ ସିଡ୍‌ ମାନ୍ୟତା ପ୍ରଦାନ କରାଯାଇଛି। ଜାତୀୟ ସର୍କିଟରେ ସୁବ୍ରତ ଶ୍ରେଷ୍ଠ ୩୨ରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

IND vs SA 4th T20I: ଭରରତ-ସାଉଥ ଆଫ୍ରିକା ମ୍ୟାଚ ରଦ୍ଦ ହେଲେ ବୁଡ଼ିଯିବ କି ଦର୍ଶକଙ୍କ ଟିକେଟ ଟଙ୍କା? ଜାଣନ୍ତୁ କ’ଣ ରହିଛି BCCIର ନିୟମ

ନୂଆଦିଲ୍ଲୀ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଗୋଟିଏ ବି ବଲ ଖେଳି ନଯାଇ ବାତିଲ କରାଯାଇଥିଲା। ଘନ...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri