ଇଲେକ୍ଟୋରାଲ ବଣ୍ଡ୍‌: ଏସ୍‌ବିଆଇର ମିଛ

ନୀତିନ୍‌ ସେଠୀ
ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁସାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ତଥ୍ୟ ମଗାଗଲା ବେଳେ ଏହା ତ୍ରୁଟିପୂର୍ଣ୍ଣ, ଅସମ୍ପୂର୍ଣ୍ଣ ବା ସ୍ଥଳବିଶେଷରେ ମିଥ୍ୟା ତଥ୍ୟ ଦେଇଥିବା ବେଳେ ସ୍କିମ୍‌ ସମ୍ବନ୍ଧୀୟ ସବୁ ସୂଚନା ନିୟମିତଭାବେ ଅର୍ଥ ମନ୍ତ୍ରଣାଳୟକୁ ଦେଉଥିବା ହଫ୍‌ପୋଷ୍ଟ ସମୀକ୍ଷା କରିଥିବା ତଥ୍ୟରୁ ଜଣାପଡ଼ିଛି।
ସ୍ବଚ୍ଛତା କର୍ମୀ ଭେଙ୍କଟେଶ ନାୟକ ସୂଚନା ଅଧିକାର ଆଇନ ଅନୁସାରେ ଏସ୍‌ବିଆଇକୁ ୧୩ଟି ପ୍ରଶ୍ନର ଉତ୍ତର ମାଗିଥିଲେ। କିନ୍ତୁ ବ୍ୟାଙ୍କ ଦେଇଥିବା ତ୍ରୁଟିପୂର୍ଣ୍ଣ ଓ ମିଥ୍ୟା ସୂଚନାରୁ ଜଣାପଡ଼ିଛି ଯେ, ଏହା ମୋଦି ସରକାରରେ ଥିବା ତା’ର ରାଜନୈତିକ ମୁନିବମାନଙ୍କୁ ସୁରକ୍ଷା ଦେବା ପାଇଁ ସଦା ତତ୍ପର। ବ୍ୟାଙ୍କ ଦେଇଥିବା ଉତ୍ତରଗୁଡ଼ିକରେ ଏହାର ଉପ ମହାପ୍ରବନ୍ଧକ ନରେଶ କୁମାର ରାହେଜା ଓ କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ ଦସ୍ତଖତ କରିଥିଲେ। ଅସ୍ବଚ୍ଛତାକୁ ନେଇ ସମାଲୋଚନା କରାଯାଉଥିବା ଏହି ବିବାଦୀୟ ସ୍କିମ୍‌ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ କେଉଁ ସଂସ୍ଥା କେଉଁ ଦଳକୁ କେତେ ଟଙ୍କା ଦେଲେ ତାହା ସରକାର ଜାଣିପାରିବେ କିନ୍ତୁ ବିରୋଧୀ ଦଳଗୁଡ଼ିକ ଏବଂ ସାଧାରଣ ଜନତା କିଛି ବି ଜାଣିପାରିବେ ନାହିଁ।
୨୦୧୯ ଡିସେମ୍ବରରେ ହଫ୍‌ପୋଷ୍ଟ ଇଣ୍ଡିଆ ଜାଣିବାକୁ ପାଇଲା ଯେ ପ୍ରତ୍ୟେକ ଇଲେକ୍ଟୋରାଲ ବଣ୍ଡ୍‌ରେ ଏକ ଗୋପନୀୟ ସଂଖ୍ୟା ବା କୋଡ୍‌ ନମ୍ବର ଲେଖାଯିବାର ବ୍ୟବସ୍ଥା ରହିଛି ଯେଉଁଥିରୁ ବଣ୍ଡ୍‌ଟି କାହାକୁ ଦିଆଗଲା ତାହା ବ୍ୟାଙ୍କ ଜାଣିପାରିବ। ଅର୍ଥାତ୍‌ ଦାତାଙ୍କ ନାମ ଗୋପନ ରଖାଯିବାର ଯେଉଁ ନିୟମ ରହିଛି ଏହା ହେଉଛି ତା’ର ଉଲ୍ଲଂଘନ। ପୁଣି ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ବ୍ୟାଙ୍କ ମିଆଦ ପୂରିଯାଇଥିବା ବଣ୍ଡ୍‌କୁ ମଧ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି।
ସ୍ବଚ୍ଛତା କର୍ମୀ ନାୟକ ଜାଣିବାକୁ ଚାହିଁଥିଲେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ ଦାତାମାନେ କେମିତି ବ୍ୟବହାର କରିଛନ୍ତି। ଅର୍ଥାତ୍‌ ଫେବୃୟାରୀ ୨୦୧୭ରେ ଘୋଷିତ ଓ ମାର୍ଚ୍ଚ ୨୦୧୮ରେ କାର୍ଯ୍ୟକାରୀ ହୋଇଥିବା ଯୋଜନାରେ କେତେକ ଇଲେକ୍ଟୋରାଲ ବଣ୍ଡ୍‌ ଛପା ହୋଇଛି, କେତେ ବିକ୍ରି ହୋଇଛି ଓ କିଣାଯାଇଛି ଏବଂ କେବେ ଏଗୁଡ଼ିକୁ ଭଙ୍ଗାଯାଇଛି ତା’ର ତାରିଖଯୁକ୍ତ ତଥ୍ୟ ପ୍ରଦାନ କରିବାକୁ ଆବେଦନ କରାଯାଇଥିଲା। ଏ ପ୍ରଶ୍ନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ କାରଣ ଏଗୁଡ଼ିକ ବିୟରର ବଣ୍ଡ୍‌ ହୋଇଥିବାରୁ ଏହାଦ୍ୱାରା କଳା ଟଙ୍କାକୁ ଧଳା କରିବାର ସମ୍ଭାବନା ରହିଛି ଏବଂ ବିପୁଳ ପରିମାଣରେ ଏହାର ବ୍ୟବହାର କରାଗଲେ ତାହାଦ୍ୱାରା ଭାରତୀୟ ମୁଦ୍ରା ବିଶ୍ୱସନୀୟତା ହରାଇବାର ଆଶଙ୍କା ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଉଦ୍‌ବେଗ ପ୍ରକାଶ କରିଥିଲା। କିନ୍ତୁ ୨୦୧୮ ଓ ୨୦୧୯ରେ କେତେ ବଣ୍ଡ୍‌ ବିକ୍ରି ହୋଇଛି ବୋଲି ପ୍ରଶ୍ନର ଉତ୍ତରରେ ବ୍ୟାଙ୍କ ଉତ୍ତର ଦେଇଥିଲା ଯେ, ଏସବୁ ତଥ୍ୟ ବ୍ୟାଙ୍କ ପାଖରେ ଉପଲବ୍ଧ ନାହିଁ, ତେଣୁ ତଥ୍ୟ ଦେଇହେବ ନାହିଁ। ଏହା ସମ୍ପୂର୍ଣ୍ଣ ମିଛ। କାରଣ ଆଉ ଜଣେ ସ୍ବଚ୍ଛତା କର୍ମୀ ଲୋକେଶ ବାତ୍ରା ଆର୍‌ଟିଆଇରେ ପ୍ରାପ୍ତ ତଥ୍ୟ ଅନୁସାରେ ଏସ୍‌ବିଆଇ ପାଖରେ ସବୁ ତଥ୍ୟ ରହିଛି। ଏହା ନିୟମିତ ଭାବେ ଅର୍ଥ ମନ୍ତ୍ରଣାଳୟକୁ ତଥ୍ୟ ଯୋଗାଉଛି ଏବଂ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ବଣ୍ଡ୍‌ ଛାପୁଛି।
ଏପ୍ରିଲ ୪, ୨୦୧୮ରେ ପ୍ରଥମ ଦଫା ବଣ୍ଡ୍‌ ବିକ୍ରି କରାଯାଇଥିଲା ଯାହାର ସମ୍ପୂର୍ଣ୍ଣ ତଥ୍ୟ ଅର୍ଥ ମନ୍ତ୍ରଣାଳୟକୁ ଦିଆଯାଇଥିଲା। ପ୍ରତ୍ୟେକ ବିକ୍ରି ଓ ଭଙ୍ଗାଣ ପରେ ବ୍ୟାଙ୍କ ମନ୍ତ୍ରଣାଳୟକୁ ଜଣାଉଥିଲା। କେଉଁ କେଉଁ ତାରିଖରେ ଏସ୍‌ବିଆଇର କେଉଁ କେଉଁ ଶାଖାରେ କେତେ ବଣ୍ଡ୍‌ ବିକ୍ରି ଓ ଭଙ୍ଗାଣ ହୋଇଛି ତାହାର ବିବରଣୀ ଦେବାକୁ ଆବେଦନ କରାଯାଇଥିବା ବେଳେ ଏସ୍‌ବିଆଇ ଦାବି କରିଥିଲା ଯେ ବିଭିନ୍ନ ବ୍ୟାଙ୍କ ଶାଖାରେ ହୋଇଥିବା କାରବାର ସମ୍ପର୍କରେ ବ୍ୟାଙ୍କର ମୁଖ୍ୟାଳୟ ପାଖରେ ତଥ୍ୟ ନାହିଁ। ଏହା ମଧ୍ୟ ମିଛ। କାରଣ ହଫ୍‌ପୋଷ୍ଟ ଦ୍ୱାରା ପ୍ରାପ୍ତ ତଥ୍ୟ ଅନୁସାରେ ଏସ୍‌ବିଆଇର ଟ୍ରାଞ୍ଜାକ୍ସନ ବିଜ୍‌ନେସ ୟୁନିଟ୍‌ ନାମରେ ଏକ ସ୍ବତନ୍ତ୍ର ଟିମ୍‌ ରହିଛି। ଇଲେକ୍ଟୋରାଲ ବଣ୍ଡ୍‌ ସ୍ମିମ୍‌କୁ ପରିଚାଳନା କରିବା ଏହାର କାମ। ଏହି ଟିମ୍‌ ପାଖରେ ସମସ୍ତ କାରବାରର ଏକ କେନ୍ଦ୍ରୀକୃତ ରେକର୍ଡ ରହିଛି। ଏହା ପ୍ରତି ୧୦-ଦିନିଆ ବିକ୍ରିକାଳ ଶେଷରେ ସମସ୍ତ ଶାଖାରୁ ତଥ୍ୟ ଏକତ୍ରିତ କରି ଅର୍ଥ ମନ୍ତ୍ରଣାଳୟକୁ ଯୋଗାଇଥାଏ। ବ୍ୟାଙ୍କର ୨୪୦୦୦ରୁ ଊର୍ଦ୍ଧ୍ୱ ଶାଖା ଥିବାବେଳେ ମାତ୍ର ୩୨ଟି ମନୋନୀତ ଶାଖାରେ ଇଲେକ୍ଟୋରାଲ ବଣ୍ଡ୍‌ର ବିକ୍ରି ଓ ଭଙ୍ଗାଣ କାର୍ଯ୍ୟ କରାଯାଏ। ଅଥଚ ବ୍ୟାଙ୍କ ଉତ୍ତରରେ କହିଲା କ’ଣ ନା ଏତେ ଶାଖାରେ ହେଉଥିବା କାରବାର ସମ୍ବନ୍ଧରେ ତଥ୍ୟ ଏକାଠି କରିବାକୁ ଗଲେ ବ୍ୟାଙ୍କର ମାନବସମ୍ବଳକୁ ଅସମାନୁପାତିକ ଭାବେ ଅଲଗା କାମରେ ନିୟୋଜିତ କରିବାକୁ ପଡ଼ିବ ଏବଂ ବ୍ୟାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ସେହି ଏକା ବାହାନା ଦେଖାଇ ପ୍ରତ୍ୟେକ ମୂଲ୍ୟବର୍ଗର ବଣ୍ଡ୍‌ର ବିକ୍ରି, ଖର୍ଦ୍ଦି ଓ ଭଙ୍ଗାଣ ସମ୍ପର୍କରେ ତାରିଖଭିତ୍ତିକ ସୂଚନା ଦେବାକୁ ବ୍ୟାଙ୍କ ମନା କରିଦେଲା। ଅଥଚ ସ୍ବଚ୍ଛତା କର୍ମୀ ଲୋକେଶ ବାତ୍ରାଙ୍କ ହାତରେ ପଡ଼ିଥିବା ଅର୍ଥ ମନ୍ତ୍ରଣାଳୟର ରେକର୍ଡ ଅନୁସାରେ ଏସ୍‌ବିଆଇ ନିୟମିତ ଭାବେ ମନ୍ତ୍ରଣାଳୟକୁ ତଥ୍ୟ ଯୋଗାଉଥିଲା।
ନାୟକ ଆହୁରି ଜାଣିବାକୁ ଚାହିଁଥିଲେ ଯେ ଇଲେ୍ଯଯୋରାଲ ବଣ୍ଡ୍‌ ଯୋଜନାର ଆବର୍ତ୍ତୀ ମୂଲ୍ୟ (ରେକରିଂ କଷ୍ଟ) କ’ଣ ଥିଲା। ଏସ୍‌ବିଆଇ ଏହାର ଉତ୍ତର ନ ଦେଇ କହିଲା ଯେ ଆବେଦକ ଯେଉଁ ତଥ୍ୟ ମାଗିଛନ୍ତି ତାହା ବ୍ୟବସାୟିକ ଗୋପନୀୟତା ଅନ୍ତର୍ଗତ। ଏ ତଥ୍ୟ ପ୍ରଦାନ କରିହେବ ନାହିଁ କାରଣ ତା’ଦ୍ୱାରା ବ୍ୟାଙ୍କର ପ୍ରତିଯୋଗିତାମୂଳକ ସ୍ଥିତି ଉପରେ ଆଞ୍ଚ ଆସିବ। ଆର୍‌ଟିଆଇ ଆଇନର ଧାରା ୮(୧)(ଡି) ଅନୁସାରେ ଏପରି ତଥ୍ୟ ଦେବାକୁ ବାରଣ କରାଯାଇଛି। ବ୍ୟାଙ୍କର ଏ ଯୁକ୍ତି ଅସମର୍ଥନୀୟ କାରଣ ଇଲେକ୍ଟୋରାଲ ବଣ୍ଡ୍‌ କାରବାରରେ ଏସ୍‌ବିଆଇର ମନୋପଲି ରହିଛି। ଅନ୍ୟ କୌଣସି ବ୍ୟାଙ୍କକୁ ଏ କାରବାର ପାଇଁ ଅନୁମତି ଦିଆଯାଇ ନାହିଁ। ତେଣୁ ପ୍ରତିଯୋଗିତାର ପ୍ରଶ୍ନ ଉଠୁଛି କେଉଁଠୁ? ଅଥଚ ଏପରି ଆଳ ଦେଖାଇ ବ୍ୟାଙ୍କ ତଥ୍ୟ ଦେଇ ନ ଥିବା ବେଳେ ଅର୍ଥ ମନ୍ତ୍ରଣାଳୟକୁ ନିୟମିତ ଭାବେ ତଥ୍ୟ ପ୍ରଦାନ କରିଆସୁଥିଲା।
moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri