ଇରାନର ଉପସ୍ବାସ୍ଥ୍ୟମନ୍ତ୍ରୀ କରୋନା ସଂକ୍ରମିତ

ତେହେରାନ୍‌,୨୬।୨: ଚାଇନାର କରୋନା ଭାଇରସ୍‌ ଏବେ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। ଏହା କବଳରୁ ଇରାନ ମଧ୍ୟ ବର୍ତ୍ତି ପାରିନାହିଁ। ଏପର୍ଯ୍ୟନ୍ତ ଇରାନରେ ଏହି ରୋଗରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମଣଙ୍କ ସଂଖ୍ୟା ୯୫ରେ ପହଞ୍ଚିଛି। ଏବେ ପୁଣି ଆଉ ଗୋଟିଏ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଉକ୍ତ ଦେଶର ଉପସ୍ବାସ୍ଥ୍ୟମନ୍ତ୍ରୀ ଇରାଜ ହରିଚି କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ତାଙ୍କ ରକ୍ତ ନମୁନାରେ କରୋନା ପଜିଟିଭ୍‌ ଆସିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅଲିରଜା ୱହାବଜାହେଦ ମଧ୍ୟ ଟୁଇଟ କରି ସମସ୍ତଙ୍କୁ ସୂଚିତ କରିଛନ୍ତି। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବା ବେଳେ ଇରାନରେ ଯଥେଷ୍ଟ ପରିମାଣରେ ମେଡିକାଲ ସୁବିଧା ନାହିଁ। ଏଥିସହ ଭଲ ହସ୍ପିଟାଲ ଓ ଡାକ୍ତରଙ୍କ ଅଭାବ ରହିଥିବା ବେଳେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ମଧ୍ୟ ନାହିଁ, ଯେଉଁଥିପାଇଁ ସହରରେ କରୋନା ବ୍ୟାପୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୧୦୦ ବେଳକୁ ନ ଥିବ ପ୍ରବାଳ ପ୍ରାଚୀର

କାନବେରା,୨୩।୨: ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ଜୈବ ବିବିଧତା ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ଆସନ୍ତା ୨୧୦୦ ବେଳକୁ ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସମ୍ପୂର୍ଣ୍ଣ...

ମୃତ୍ୟୁ ସଂଖ୍ୟା ଟପିଲା ୩ ଲକ୍ଷ ୫୨ ହଜାର: ୫୬ ଲକ୍ଷରୁ ଅଧିକ ସଂକ୍ରମିତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୫: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୬ ଲକ୍ଷ ୮୬...

ବାସ ହରାଉଛନ୍ତି ପାଲେଷ୍ଟାଇନ୍‌ବାସୀ

ଜେରୁଜେଲମ,୨୩।୭: ଏବେ ଇସ୍ରାଏଲ ସେନା ଜେରୁଜେଲମରେ ଥିବା ପାଲେଷ୍ଟାଇନବାସୀଙ୍କ ଘର ଭାଙ୍ଗିବାରେ ଲାଗିଛନ୍ତି। ଫଳରେ ଅଧିକାଂଶ ପାଲେଷ୍ଟାଇନବାସୀ ନିଜର ବାସଗୃହ ହରାଇ ବସିଲେଣି। ପୂର୍ବ ଜେରୁଜେଲମର...

୧୫୦ କୋଟି ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍‌

ଓ୍ବାଶିଂଟନ, ୧୯।୭: ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀ ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ୧୫୦ କୋଟିରୁ ଅଧିକ...

ଭୟଙ୍କର ହେଉଛି ନେପାଳ ବନ୍ୟା ପରିସ୍ଥିତି: ବଢୁଛି ମୃତ୍ୟୁ ସଂଖ୍ୟା

କାଠମାଣ୍ଡୁ,୧୪।୭: ନେପାଳରେ ଲାଗି ରହିଥିବା ବର୍ଷାରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଭୟଙ୍କର ରୂପ ଧାରଣ କରୁଛି। ବନ୍ୟା ଓ ଭୂସ୍ଖଳନ ଫଳରେ ଏବେସୁଦ୍ଧା ଏଠାରେ...

ଲଣ୍ଡନ ବ୍ରିଜ୍‌ ଆକ୍ରମଣରେ ୨ ମୃତ

ଲଣ୍ଡନ,୧ା୧୨(ପି.ଟି.): ଲଣ୍ଡନ ବ୍ରିଜ୍‌ରେ ଶୁକ୍ରବାର ଜଣେ ଆତଙ୍କବାଦୀଙ୍କ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଥିଲେ। ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ...

ଦେଖିବାକୁ ମିଳିଲା ସୂର୍ଯ୍ୟଙ୍କର ସବୁଠାରୁ ସ୍ବଚ୍ଛ ଛବି!

ମ୍ୟାଡ୍ରିଡ,୭।୯: ୟୁରୋପରେ ଥିବା ଏକ ଟେଲିସ୍କୋପ ସୂର୍ଯ୍ୟଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ସ୍ବଚ୍ଛ ଚବି ଉଠାଇବାରେ ସଫଳ ହୋଇଥିବା କୁହାଯାଉଛି। ସୂର୍ଯ୍ୟଙ୍କର ଉକ୍ତ ଛବିଟି...

କରୋନା କବଳରେ ବିଶ୍ୱନେତା

ଓ୍ବାଶିଂଟନ, ୧୪।୩: ପୃଥିବୀର ୧୪୫ଟି ଦେଶରେ କରୋନା ନିଜର କାୟା ବିସ୍ତାର କରିଛି। ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ କାହାକୁ ବି କରୋନା ଛାଡ଼ିନି।...

Coronavirus Update


Archives

Model This Week

Why Dharitri