Posted inଜାତୀୟ

ଇରାନରୁ ୨୩୩ ଭାରତୀୟଙ୍କୁ ନେଇ ଗୁଜରାଟ ପହଞ୍ଚିଲା ଆଇଏନ୍‌ଏସ୍‌ ଶାର୍ଦ୍ଦୁଳ

ପୋରବନ୍ଦର,୧୧।୬: ଭାରତୀୟ ନୌସେନା ଜାହାଜ ଶାର୍ଦ୍ଦୁଳ ୨୩୩ ଭାରତୀୟଙ୍କୁ ଇରାନର ବନ୍ଦର ଆବାସରୁ ଆଣି ଗୁରୁବାର ଗୁଜରାଟର ପୋରବନ୍ଦରରେ ପହଞ୍ଚିଛି। ବନ୍ଦେ ଭାରତ ମିଶନର ‘ଅପରେଶନ ସମୁଦ୍ର ସେତୁ’ ଜରିଆରେ ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି। ସୂଚନାଯୋଗ୍ୟ, କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାରୁ ବହୁ ଭାରତୀୟ ବିଦେଶରେ ଫସି ରହିଥିଲେ। ସରକାରଙ୍କ ସହଯୋଗ କ୍ରମେ ଧୀରେ ଧୀରେ ଏମାନଙ୍କୁ ଭାରତ ଫେରାଇ ଅଣାଯାଉଛି। ଏମାନଙ୍କୁ ଆଣିବା ସମୟରେ ସମାଜିକ ଦୂରତାଠାରୁ ଆରମ୍ଭ କରି କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ନେଇ ଥିବା ସମସ୍ତ ନିୟମ ପାଳନ କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭାରତୀୟ ନୌସେନା ପକ୍ଷରୁ ଅପରେଶନ ସମୁଦ୍ର ସେତୁ ମେ’ ୮ରେ ଆରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ଦେଶରେ ଲଜିଷ୍ଟିକ୍‌ ବେସ୍‌ ଖୋଲିବ ହାଲ୍‌

ନୂଆଦିଲ୍ଲୀ,୯ା୩(ପି.ଟି.): ରାଷ୍ଟ୍ରାୟତ୍ତ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌) ମାଲେସିଆ, ଭିଏତନାମ, ଇଣ୍ଡୋନେସିଆ ଓ ଶ୍ରୀଲଙ୍କାରେ ଏହାର ଲଜିଷ୍ଟିକ୍‌ ବେସ୍‌ ଖୋଲିବା ପାଇଁ ଯୋଜନା କରୁଛି।...

ଚାଇନାର ଏକଚାଟିଆ ଗୁଣକୁ ବରଦାସ୍ତ କରାଯିବ ନାହିଁ : ଜୟଶଙ୍କର

ନୂଆଦିଲ୍ଲୀ,୮।୧୨: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଯେ ପର୍ଯ୍ୟନ୍ତ ଚାଇନା ନିଜର ବେଆଇନ ନିର୍ମାଣ ବନ୍ଦ ନ କରିବ ସେ ପର୍ଯ୍ୟନ୍ତ ଭାରତ ଓ ଚାଇନା...

ଗୁଜରାଟ ଉପକୂଳରେ ପାକିସ୍ତାନୀ ଡଙ୍ଗା: ସର୍ଚ୍ଚ ଅପରେଶନ ଜାରି

ଗାନ୍ଧିନଗର,୫।୧୦: ଗୁଜରାଟ କଚ୍ଛ ଅଞ୍ଚଳରେ ପାକିସ୍ତାନ ଅନୁପ୍ରବେଶ ଉଦ୍ୟମ ଜାରି ରଖିଥିବା ବେଳେ ଏବେ ପାକିସ୍ତାନ ମତ୍ସଜୀବୀଙ୍କ ଦୁଇଟି ଡଙ୍ଗା ମିଳିବା ପରେ ସର୍ଚ୍ଚ ଅପରେଶନ...

ଭାରତରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ: ଗତ ୨୪ ଘଣ୍ଟାରେ ପାଖାପାଖି ୫୦ହଜାର ପଜିଟିଭ କେସ୍‌

ନୂଆଦିଲ୍ଲୀ,୨୫।୭: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପ୍ରତିଦିନ ହୁ ହୁ ହୋଇ ବଢ଼ିବା ସହ ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ...

ଭିଡିଓ କନ୍‌ଫରେନ୍ସ ଜରିଆରେ ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ନୂଆଦିଲ୍ଲୀ, ୩୦।୭: ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ସାର୍‌ ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଭିଡିଓ କନ୍‌ଫରେନ୍ସ ଜରିଆରେ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ଲିଭର ଫେଲ୍ୟୁଅର...

ଇସ୍ରୋକୁ ମିଳିଲା ନୂଆ ମୁଖ୍ୟ

ନୂଆଦିଲ୍ଲୀ,୧୨।୧: ଭାରତୀୟ ଏରୋସ୍ପେସ୍‌ ଇଞ୍ଜିନିୟର ଓ ରକେଟ ସାଇଣ୍ଟିଷ୍ଟ ଡ. ଏସ୍‌ ସୋମନାଥଙ୍କୁ ଭାରତୀୟ ମହାକାଶ ରିସର୍ଚ୍ଚ ସଂଗଠନ (ଇସ୍ରୋ)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ...

କାର୍‌ ବୁକ୍‌ କରି ପରଟା ଖାଇବାକୁ ଯାଇଥିଲେ, ଘଟିଲା ଏମିତି କାଣ୍ଡ

ନୂଆଦିଲ୍ଲୀ,୩।୯:ଜଣେ କ୍ୟାବ ଡ୍ରାଇଭରଙ୍କଠାରୁ ଲୁଟ୍‌ ଅଭିଯୋଗରେ ଦିଲ୍ଲୀ ପୋଲିସ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସମସ୍ତ ଅଭିଯୁକ୍ତ ହରିୟାଣାର...

ତେଲେଙ୍ଗାନାରେ କେସିଆର୍‌ଙ୍କ ଦ୍ୱାରା ପରିଚାଳିତ ହେଉଛି ଭାଜପା: କଂଗ୍ରେସ

ହାଇଦ୍ରାବାଦ,୨।୮: ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୁନମ ପ୍ରଭାକର ଗୌଡ ଶୁକ୍ରବାର କହିଛନ୍ତି ତେଲେଙ୍ଗାନାରେ ଭାରତୀୟ ଜନତା ପାର୍ଟି(ଭାଜପା) ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦ୍ୱାରା...

Advertisement
Archives

Model This Week