ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟିଏ ପୋଷ୍ଟ ପାଇଁ କୋଟିଏରୁ ଅଧିକ ଟଙ୍କା ନିଅନ୍ତି ପ୍ରିୟଙ୍କା

ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ। ଖୁବ୍‌ କମ୍‌ ସମୟରେ ଏହା ଜଣଙ୍କ ପାଖରେ ନିଜର ମନ କଥା ପହଞ୍ଚାଇଦିଏ। ଠିକ୍‌ ସେଥିପାଇଁ ସେଲିବ୍ରିଟିମାନେ ପ୍ରଶଂସକମାନଙ୍କ ସହ ସିଧା ଯୋଡ଼ି ହେବାକୁ ସୋସିଆଲ ମିଡିଆର ସହାୟତା ନେଇଥାନ୍ତି। ବଲିଉଡ୍‌ କଳାକାରମାନେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ଫିଲ୍ମର ପ୍ରମୋଶନ ହେଉ ଅଥବା ଅନ୍ୟ କିଛି ପ୍ରସଙ୍ଗରେ ନିଜ ମତ ରଖିଥାନ୍ତି। ହେଲେ ଏଥିପାଇଁ ସେମାନେ ନିଅନ୍ତି ମୋଟା ଅଙ୍କର ଅର୍ଥ।

ଯାହା ପଢ଼ିଲେ ତାହା ସତ। ନିକଟରେ ସୋସିଆଲ ମିଡିଆ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ହେଡ୍‌କ୍ୱାର୍ଟରରୁ ଚଳିତବର୍ଷର ଇନ୍‌ଷ୍ଟାଗ୍ରାମ ରିଚ୍‌ ଲିଷ୍ଟ ଜାରି କରାଯାଇଛି। ଏଥିରେ ଗୋଟିଏ ପୋଷ୍ଟ କରିବା ପାଇଁ ବଲିଉଡ୍‌ କଳାକାର ନେଉଥିବା ଟଙ୍କା ବିଷୟରେ ଦର୍ଶାଯାଇଛି। ଭାରତୀୟ କଳାକାର ଭାବେ ତାଲିକା ଶୀର୍ଷରେ ରହିଛନ୍ତି ପିସି ଓରଫ ପ୍ରିୟଙ୍କା ଚୋପ୍ରା।

ଜାତୀୟ ତଥା ଅନ୍ତର୍ଜାତୀୟ କଳାକାର ଭାବେ ସମସ୍ତଙ୍କ ମନ ଜିଣୁଥିବା ପ୍ରିୟଙ୍କା ଗୋଟିଏ ଚୁକ୍ତିଭିତ୍ତିକ ପୋଷ୍ଟ ପାଇଁ ୧.୮୭ କୋଟି ଟଙ୍କା ନେଇଥାନ୍ତି। ସେହିଭଳି ବିଗ୍‌ବି ଅମିତାଭ ଗୋଟିଏ ଇନ୍‌ଷ୍ଟା ପୋଷ୍ଟ ପାଇଁ ୪୦ରୁ ୫୦ ଲକ୍ଷ ନେଇଥାନ୍ତି। ଆଲିଆ ଗୋଟିଏ ପୋଷ୍ଟ ପାଇଁ ଏକ କୋଟି ଟଙ୍କା ନେଇଥାନ୍ତି। ଶାହରୁଖ ଇନ୍‌ଷ୍ଟାରେ ଗୋଟିଏ ପୋଷ୍ଟ ପାଇଁ ୮୦ଲକ୍ଷରୁ ୧ କୋଟି ଟଙ୍କା ଚାର୍ଜ କରିଥାନ୍ତି। ସେହିଭଳି ଶାହିଦ ଗୋଟିଏ ପୋଷ୍ଟ ପାଇଁ ୨୦ ରୁ ୩୦ ଲକ୍ଷ ଟଙ୍କା ନେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ରହିବାକୁ ନିବେଦନ କଲେ ସଞ୍ଜୟ ଦତ୍ତ

ମୁମ୍ବାଇ: କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିିଛି। ଏହି ସଙ୍କଟକୁ ରୋକିବାକୁ ସଞ୍ଜୟ ଦତ୍ତ ନିଜ ଫ୍ୟାନମାନଙ୍କୁ ହାତଯୋଡ଼ି ଘରେ ରହିବାକୁ...

ପ୍ରଥମ ଦେଖାରେ ପତ୍ରଲେଖାଙ୍କୁ ହୃଦୟ ଦେଇ ବସିଥିଲେ ରାଜକୁମାର

ବମ୍ବେ: ପ୍ରଥମ ଦେଖାରେ ପ୍ରେମ। ଏଭଳି କିଛି ଘଟିଛି ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ। ଏକ ବିଜ୍ଞାପନ ଶୁଟିଂ ସମୟରେ ଅନ୍ବିତା ପଲ୍‌ ଓରଫ...

ଗର୍ଭାବସ୍ଥାର ଶେଷ ମାସରେ ଏହା ଖାଇବାକୁ ମନ ବଳାଇଲେ ଅନୁଷ୍କା: ରେଷ୍ଟୁରାଣ୍ଟ ନେଲେ ବିରାଟ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ଗର୍ଭାବସ୍ଥାର ଶେଷ ମାସରେ ଏକାକୀ ଛାଡିବାକୁ ଚାହୁଁ ନ ଥିଲେ। ତେଣୁ ସେ...

ବଜରଙ୍ଗୀ ଭାଇଜାନ ଫିଲ୍ମରେ ଅଭିନୟ କରିଥିବା ମୁନ୍ନିଙ୍କ ନିଉ ଲୁକ୍‌ : ଏବେ ଦିଶୁଛନ୍ତି ଏପରି‌

ବଜରଙ୍ଗୀ ଭାଇଜାନ ଫିଲ୍ମରେ ଶିଶୁ କଳାକାର ମୁନି ଭୂମିକାରେ ଅଭିନୟ କରୁଥିବା ହର୍ଷଲି ମଲହୋତ୍ରାଙ୍କୁ ନିଶ୍ଚେ ମନେ ରଖିଥିବେ। ଫିଲ୍ମରେ ମୁନି ସମସ୍ତଙ୍କ ହୃଦୟ ଜିତିଥିଲେ...

ଏହି ହଲିଉଡ୍‌ କଳାକାରଙ୍କ ଫଟୋକୁ କିସ୍‌କରି ଶୋଉଥିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ତାଙ୍କ ଭଉଣୀ ଅନିଶାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ସବୁବେଳେ ସେମାନେ ପରସ୍ପରର ସିକ୍ରେଟ ସେୟାର କରିଥାନ୍ତି। କେବଳ...

ଗାୟିକା ଅଭିନେତ୍ରୀ ଚିନୁ

ପିଲାଟିବେଳୁ ଗୀତ ଗାଉଥିଲେ ଚିନୁ ଓରଫ୍‌ ହେନାରାଣୀ ଦାସ। କଟକ ଜଲା ବହୁଗ୍ରାମର ବିନୋଦ ଦାସ ଓ ଅବନୀ ଦାସଙ୍କ ଏହି ଝିଅ ଯେ ଦିନେ...

୨ ସନ୍ତାନଙ୍କ ବାପା ହୋଇ ସୁଦ୍ଧା ୧୬ବର୍ଷ ସାନ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ଅଭିନେତା, ଏମିତି ସର୍ତ୍ତ ଶୁଣି…

ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ମମତାଜ ଅନ୍ୟତମ। ଅନେକ ଫିଲ୍ମରେ କାମ କରି ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ୬୦...

ଜୁହୁରେ ଘର କିଣିଲେ ଜାହ୍ନବୀ କପୁର

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ମୁମ୍ବାଇ ଜୁହୁରେ ଏକ ନୂଆ ଘର କିଣିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘରର ମୂଲ୍ୟ ୩୯ କୋଟି ଟଙ୍କା।...

Seven Jackpot
Advertisement


Archives

Model This Week

Why Dharitri