ଇନ୍ଦୋର ଉଦାହରଣ ଦେଇ ବୁଝାଇଲେ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ସେହିଭଳି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବାହାବା ସାଉଣ୍ଟିଛନ୍ତି ରାଜ୍ୟ ସରକାର। ତେବେ ଏହି ପରିପ୍ରେକ୍ଷୀରେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସ୍ବଚ୍ଛ ସହର ଓ ସ୍ବାର୍ଟ ସହରର ଉଦାହରଣ ଦେଇଛନ୍ତି। ସେ ଦୁଇ ସହର ଇନ୍ଦୋର ଓ ଭୁବନେଶ୍ୱର ମଧ୍ୟରେ କରୋନା ସ୍ଥିତିର ତୂଳନାତ୍ମକ ଉପସ୍ଥାପନା କରିଥିଲେ। ସେ କହିଲେ, ଇନ୍ଦୋର ହେଉଛି ଦେଶର ନମ୍ବର ୱାନ୍‌ ସ୍ବଚ୍ଛ ସହର। ଏଠାରେ ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ରହିଛି। ଦେଶର ୧୭୦ କରୋନା ହଟ୍‌ସ୍ପଟ ମଧ୍ୟରେ ଇନ୍ଦୋର ମଧ୍ୟ ରହିଛି। ମାର୍ଚ୍ଚ ୨୫ରେ ଏଠାରେ ପ୍ରଥମ କରୋନା ପଜିଟିଭ୍‌ କେସ୍‌ ଆସିଥିବାବେଳେ ସେହିଦିନରୁ ହିଁ ଲକଡାଉନ୍‌ ଘୋଷଣା ହୋଇଥିଲା। ସୋମବାର ସକାଳ ୯ଟା ୩୦ ସୁଦ୍ଧା ମୋଟ୍‌ ପଜିଟିଭ୍‌ ସଂଖ୍ୟା ୮୯୨ ଥିବାବେଳେ ମୃତ୍ୟୁ ସଂଖ୍ୟା ୪୯ ରହିଛି, ଭାରତର ମୋଟ ମୃତ୍ୟୁ ସଂଖ୍ୟାର ଏହା ହେଉଛି ୯.୦୨ ପ୍ରତିଶତ। ଅନ୍ୟପକ୍ଷରେ ଭୁବନେଶ୍ୱର ଦେଶର ଏକ ନମ୍ବର ସ୍ମାର୍ଟସିଟି। ଏଠାରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ରହିଛନ୍ତି। ଦେଶର ୧୭୦ କରୋନା ହଟ୍‌ସ୍ପଟ ମଧ୍ୟରେ ଭୁବନେଶ୍ୱର ମଧ୍ୟ ରହିଛି। ଏଠାରେ ମାର୍ଚ୍ଚ ୧୬ରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା, କିନ୍ତୁ ୨୨ ମାର୍ଚ୍ଚରେ ଲକଡାଉନ ଘୋଷଣା ହୋଇଥିଲା। ସୋମବାର ସକାଳ ୯ଟା ୩୦ ସୁଦ୍ଧା ମୋଟ ପଜିଟିଭ୍‌ ସଂଖ୍ୟା ୪୬ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି, ଯାହା ଭାରତର ମୋଟ ମୃତ୍ୟୁ ସଂଖ୍ୟାର ୦.୧୮ ପ୍ରତିଶତ। ତେବେ ଅନେକ କ୍ଷେତ୍ରରେ ଭୁବନେଶ୍ୱର କରୋନା ମୁକାବିଲାରେ ଦେଶର ଏକ ନମ୍ବର ସ୍ବଚ୍ଛ ସହରଠାରୁ ଆଗରେ ରହିଛି। କିନ୍ତୁ ରାଜଧାନୀବାସୀ ଅବୁଝା ଭଳି ହେଉଛନ୍ତି। ଲକଡାଉନ୍‌ କଟକଣା ହେଉ କିମ୍ବା କଣ୍ଟେନମେଣ୍ଟ ଜୋନ୍‌ କଥା କୁହାଯାଉ, ସବୁଠି ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି। ଲୋକମାନେ ଜାଣିବା ଦରକାର କି ଦେଶର ୧୭୦ ହଟ୍‌ ସ୍ପଟ ମଧ୍ୟରୁ ଖୋର୍ଦ୍ଧା ଏବେ ରେଡ୍‌ ଜୋନରେ ଅଛି। ଠିକ୍‌ ସମୟରେ ସ୍ଥିତି ନିୟନ୍ତ୍ରଣ ନ ହେଲେ ତାହା ହାତରୁ ବାହାରିଯାଇ ବିସ୍ଫୋରଣ ରୂପ ନେବ। ଏପରି କି ଆଗ୍ନେୟଗିରି ସୃଷ୍ଟି କରିପାରେ। ତେଣୁ ଇନ୍ଦୋର-ଭୁବନେଶ୍ୱର ମଧ୍ୟରେ ଯେଉଁ ତାରତମ୍ୟ ରହିଛି ତାହାକୁ ଆପଣମାନେ ହିଁ ବଜାୟ ରଖିପାରିବେ ବୋଲି ବାଗ୍‌ଚୀ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri